ଲୋକମାନଙ୍କୁ ଚାଲାଣ କରିବା ପରେ ସେମାନଙ୍କ ନକଲି ଆଧାର କାର୍ଡ ଏବଂ ଭୋଟର ଆଇଡି ତିଆରି କରୁଥିଲା ଦଲାଲ I ଟଙ୍କା ଆଗୁଆ ଫୋନ ପେରେ ପଠାଇବା ପରେ ଆରମ୍ଭ ହେଉଥିଲା ଅପରେସନ ବର୍ଡ଼ର ପାର୍ I ଏଯାବତ ୪୦ ଜଣ ବାଂଲାଦେଶୀଙ୍କୁ ଦିଲ୍ଲୀ, ବେଙ୍ଗାଲୁରୁରେ ରଖାଯାଇଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି । ଏହାର ଖୋଳତାଡ଼ ପାଇଁ STF ଟିମ୍ ଦିଲ୍ଲୀ, ଆସାମ ଓ ବେଙ୍ଗାଲୁରୁ ଯିବ I
ଘରଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠାରେ ସହଜରେ ମିଳେ ମୁଢ଼ି଼ । ଏଠାକାର ଲୋକଙ୍କ ସକାଳ ଟିଫିନରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମୁଢ଼ି଼ ଅଧିକାଂଶ ସମୟରେ ସାମିଲ ହୋଇଥାଏ । ତେବେ ଏହି ମୁଢ଼ିର ପ୍ରଚାର ପ୍ରସାର ସହିତ GI ଟ୍ୟାଗର ମାନ୍ୟତା ପାଇଁ ଦାବି ହେଉଛି ।
ଦାଦନ ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଚାରିଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ଅଭିଯୁକ୍ତ ନମ୍ବର ୧ ରେ ରହିଛି ବେଳପଡା ଥାନା ମଣ୍ଡଳ ଗାଁର ପ୍ରତାପ ବା ମୁନା ଅଗସ୍ତି। ସେ ଜଲିଆ ନୋଡାଲ ସ୍କୁଲର ଖେଳ ଶିକ୍ଷକ। ତାଙ୍କ ମୁଖ୍ୟ କାମ ହେଉଛି ବେଆଇନ ଭାବେ ଶହ ଶହ ଦାଦନ ଚାଲାଣ କରିବା ଆଉ ଗାଁକୁ ଫେରଆସୁଥିବା ଶ୍ରମିକଙ୍କୁ ଧମକ ଚମକ ଦେବା। ଯାହା ଫଳରେ ବେଳପଡା ଥାନାର ଦ୍ବାରସ୍ଥ ହୋଇଥିଲେ ନିର୍ଯ୍ୟାତିତ ଶ୍ରମିକ।
ସେପଟେ ମହାନଦୀରେ ପାଣି ନ ଥିବା ରୁ ମହାନଦୀର ବାଲି ଓ ପଥରରୁ ଗରମ ପବନ ସହର ମୁହାଁ ହେଉଛି । ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଲୋକଙ୍କୁ ଅଧିକା କନ୍ଦାଉଛି । ଖରାକୁ ଦୁଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସବୁ ଜାଗାରେ ପାନୀୟ ଜଳ ଯୋଗାଣ ପାଇଁ ଜଳଛତ୍ର ଖୋଲା ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଜନଗହଳି ପୂର୍ଣ୍ଣ ବାଘଗୁଡା ଛକରେ ଖରାକୁ ଦୃଷ୍ଟିରେ ରଖି ଟ୍ରାଫିକ ସେଡ୍ କରାଯାଇଛି।
କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମରେ ଆନ୍ଧ୍ର ଅଧିକାରୀମାନେ ପୁଣି ପ୍ରବେଶ କରି ପେନସନ ହିତାଧିକାରୀ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗଙ୍କୁ ଏକତ୍ରିତ କରି କରୁଛନ୍ତି ଇ-କେୱାଇସି । ଲୋକଙ୍କ ଆଙ୍ଗୁଠିକୁ ମେସିନରେ ଲଗାଇ କରୁଛନ୍ତି ଆଧାର ଅପଡେଟ । ଲୋକଙ୍କୁ ଆନ୍ଧ୍ର ମୁହାଁ କରିବା ନିମନ୍ତେ ଏଭଳି ପ୍ରୟାସ କରୁଥିବା ଦେଖିବାକୁ ମିଳିଛି।
ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ VRS ପାଇଁ ସୁଜାତା ଆବେଦନ କରିଥିଲେ। ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ହେଉଛନ୍ତି ସୁଜାତା । ପୂର୍ବରୁ VRS ନେଇ ରାଜନୀତିକୁ ଆସିଥିଲେ ପାଣ୍ଡିଆନ । ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ ।
ନବୀନ ଓ ପାଣ୍ଡିଆନ ଭୁବନେଶ୍ବର ବିମାନ ବନ୍ଦରରେ ଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଦୁହେଁ ଏକାଠି ବିମାନରେ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି। ଗତକାଲି କୋଏମ୍ବାଟୁର ଏୟାରପୋର୍ଟରେ ଏହି ଦୁଇଜଣଙ୍କୁ ଦେଖିବାକୁ ମିଳିଥିଲା ।
ରେଡ୍ ସମୟରେ ଭୁବନେଶ୍ବର ଆଇଗିଣିଆ ଭଡ଼ା ଘରୁ ଅମାପ ସମ୍ପତ୍ତି ଠାବ ହୋଇଛି । ବିଡ଼ା ବିଡ଼ା ଟଙ୍କା ସହ ସୁନା ଅଳଙ୍କାର ଦେଖି ଭିଜିଲାନ୍ସ ଜଳକା ହୋଇଯାଇଛି । ଏହାଛଡ଼ା ଏକାଧିକ ବ୍ୟାଙ୍କ ଜମା ମଧ୍ୟ ଠାବ ହୋଇଛି ।
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି । ସୁକମା ପୋଲିସଏହି ସୂଚନା ଦେଇଛି। DRG ଏବଂ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଏବେ ବି ଅପମ୍ପଲ୍ଲୀ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି।
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର । ଚନ୍ଦ୍ର- ମୀନ ଅହୋରାତ୍ର ତିଥି- ଅମାବାସ୍ୟା ଦିନ ୦୪.୨୭ ଗତେ ପ୍ରତିପଦ ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଖୋଲିପାରେ ପୂର୍ବ ସରକାର ସମୟରେ ମିଶ୍ରଣ ପାଇଁ ବନ୍ଦ ପଡ଼ିଥିବା ସ୍କୁଲର ତାଲା । ଏନେଇ ସରକାରଙ୍କ ନୀତିଗତ ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯେଉଁ ସବୁ ଅଞ୍ଚଳରୁ ନିବେଦନ ଆସିବ ସେଠାରେ ଜିଲ୍ଲା କମିଟି ଓ ରାଜ୍ୟ କମିଟି ଅନୁମୋଦନ କ୍ରମେ ଗଣଶିକ୍ଷା ବିଭାଗ ଚୂଡାନ୍ତ ଅନୁମତି ଦେବ ।
କିସ୍ରେ ଛାତ୍ରଛାତ୍ରୀଙ୍କ ରହଣୀ ଅତି ନିମ୍ନମାନର, ଆଦିବାସୀ ପିଲା ରହୁଥିବା କୋଠରୀ ଗୁଡ଼ିକରେ ଅତ୍ୟଧିକ ଭିଡ଼ ଓ ଆବଶ୍ୟକ ପରିମାଣର ଟଏଲେଟର ଅଭାବ, ଅପରିଷ୍କାର ପରିବେଶ ସାଙ୍ଗକୁ ମୌଳିକ ସୁବିଧାର ଅଭାବ ନେଇ ଦୀର୍ଘ ୮ବର୍ଷ ତଳୁ ଅର୍ଥାତ୍ ୨୦୧୭ ଜୁଲାଇ ୬ରେ ଜିଲ୍ଲା ଶିଶୁ ବିକାଶ କଲ୍ୟାଣ କମିଟି ବା CWC ରିପୋର୍ଟ ଓ ସୁପାରିସ କରିଥିଲେ ।
କିଟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ନେପାଳୀ ଛାତ୍ରୀ। ଜାତୀୟ ମାନବାଧିକାର କମିଶନଙ୍କ ସରଜମିନ୍ ତଦନ୍ତରୁ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଆହୁରି ବଢ଼ିଲା କିଟର ଅଡୁଆ। ଏନଏଚଆରସି ଛାତ୍ରୀ ଆତ୍ମହତ୍ୟା ଏବଂ ଏହା ପରବର୍ତ୍ତୀ କାଣ୍ଡ ପାଇଁ କିଟ୍ ମ୍ୟାନେଜମେଣ୍ଟକୁ ଖାଲି ଦାୟୀ କରିନାହାନ୍ତି ବରଂ ମୁଖ୍ୟସଚିବ, ନାକ୍ ଓ ୟୁଜିସିଠାରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି।
ନାରୀଙ୍କୁ ନ୍ୟାୟ ପାଇଁ କଂଗ୍ରେସର ବିଧାନସଭା ଘେରାଉ ବେଳେ ହିଂସାକୁ ନେଇ ତୀବ୍ର ହୋଇଛି ରାଜନୈତିକ ବାକଯୁଦ୍ଧ। ଚେୟାର, ଅଣ୍ଡା, ଟମାଟୋ ଓ ଢେଲା ମାଡ଼ କରିଥିବା ଦୁର୍ବୃତ୍ତ କଂଗ୍ରେସ ଦଳର ନୁହଁନ୍ତି ବୋଲି ପିସିସି ସଭାପତି କହିବା ପରେ କଡ଼ା ସମାଲୋଚନା କରିଛି ବିଜେପି। ଆଇନମନ୍ତ୍ରୀ କହିଛନ୍ତି, ଏହା କଂଗ୍ରେସର ଜେନେଟିକ୍ ପ୍ରୋବ୍ଲେମ।
ଆମ ଓଡ଼ିଶାରେ ପୀଠ ଗୋଟେକୁ ପରମ୍ପରା ଗୋଟିଏ। ଋତୁ ଅନୁଯାୟୀ ଓଡ଼ିଆ ସମାଜରେ ଅନେକ ପୂଜା ପାର୍ବଣ ପାଳନ ହୋଇଥାଏ। ଏମିତି ବି କିଛି ଆଧ୍ୟାତ୍ମିକ ପରମ୍ପରା ରହିଛି, ଯାହା ଦେବୀପୀଠ ଗୁଡ଼ିକ ସହ ଜଡ଼ିତ।
ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ସ୍ଥାପନ କରିବାକୁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ଓଡିଶାରେ ପାଖାପାଖି ୫ ଲକ୍ଷରୁ ଉର୍ଦ୍ଧ୍ବ ଦୃଷ୍ଟିବାଧିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧା ଯୁବବର୍ଗ। ଏଣୁ ସେମାନଙ୍କୁ ଉଚ୍ଚଶିକ୍ଷା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ସବୁ ସମୟରେ ପ୍ରୟାସ ଜାରି ରହିଛି। ସେଥିପାଇଁ ଜାପାନ ସ୍ଥିତ ସୁକୁବା ଭିନ୍ନକ୍ଷମ ବିଶ୍ବବିଦ୍ୟାଳୟ ଢାଞ୍ଚାରେ ଏହାକୁ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି।
ସିନ୍ଧୁପଙ୍କ ଗ୍ରାମର ଜଣେ ଯୁବକ ଭୀମ ବେହେରା ଦାଦନ ଖଟି ଗ୍ରାମକୁ ପାହାଡ଼ କାଟି ଦୁଇ ବର୍ଷ ପୂର୍ବେ ପାଣି ଆଣିଥିଲେ । ନିଜ ଗାଁ ଲୋକଙ୍କ ପାଇଁ ସାଜିଥିଲେ ଦେବଦୂତ। ଗାଁ ଲୋକଙ୍କ ମୁହଁରେ ଫୁଟାଇଥିଲେ ହସ । ସାରା ଜିଲ୍ଲା କରିଥିଲା ଦାଦନ ଶ୍ରମିକ ଭୀମଙ୍କ ପ୍ରଶଂସା । ଏବେ ସେହି ଯୁବକଙ୍କ ସହିତ ତାଙ୍କର ଦୁଇ ସମ୍ପର୍କୀୟ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବାବେଳେ ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ନିର୍ଯାତିତ ହୋଇ ଫେରିଥିବା ଜଣା ପଡିଛି।
ଅପରାଧିକ କ୍ଷେତ୍ରରେ ମିଆଁ ବ୍ରଦର୍ସ । ପ୍ରଥମେ ବଡେ ମିଆଁ ଆଉ ଏବେ ମାତିଛି ଛୋଟେ ମିଆଁ । ବଡେ ମିଆଁ ବିରୁଦ୍ଧରେ ସୁନା ଚେନ୍ ଲୁଟ୍ ସହ ରହିଛି ୮ଟି ଅପରାଧିକ ମାମଲା ।
କଂଗ୍ରେସର ପୁନରୁତ୍ଥାନ ଉଦ୍ୟମ କୌଶଳ ଆଗରେ ବିଜୁ ଜନତା ଦଳ ଏକ ପ୍ରକାର ଚକ୍ମା ଖାଇଯାଇଛି । ଯେବେ ଠାରୁ ଭକ୍ତ ଚରଣ ଦାସ ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ୱ ନେଇଛନ୍ତି, ସେବେ ଠାରୁ ଦଳ ବଳ ଗୋଟାଇବା ଆରମ୍ଭ କରିଛି । ଯାହା ଜଣାପଡୁଛି, ଭକ୍ତ ବର୍ତ୍ତମାନ ଗୋଟିଏ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ରହିଛନ୍ତି – ତାହା ହେଲା କଂଗ୍ରେସକୁ ଜନସାଧାରଣଙ୍କ ଧାରଣାରେ ଏକ ନିରୋଳା ତଥା ଖାଣ୍ଟି ବିରୋଧୀ ଦଳ ତଥା ବିଜେପିର ବିକଳ୍ପ ଭାବରେ ଉପସ୍ଥାପିତ କରିବା ।
ତରବରିଆ ଭାବେ ପୂର୍ବ ସରକାର ଏପରି ନିଷ୍ପତ୍ତି ନେଇଥିଲେ । ଫଳରେ ଅନେକ ସ୍କୁଲ୍ ବନ୍ଦ ହୋଇଯାଇଥିଲା । ବନ୍ଦ ହୋଇଥିବା ସ୍କୁଲର ଛୋଟ ଛୋଟ ପିଲାମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମୋହନ ସରକାର ପୁଣି ବନ୍ଦ ହୋଇଥିବା ସ୍କୁଲ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ହାତୁଡ଼ିରେ ପିଟି ପିଟି ବାପାକୁ ହତ୍ୟା କଲା ମଦ୍ୟପ ପୁଅ । ରାତି ଅଧରେ ମଦ ପିଅ ଘରକୁ ଫେରିବାରୁ ତାଗିଦ୍ କରିଥିଲେ ବୃଦ୍ଧ ବାପା । ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ଘଟାଇଲା ନାରକୀୟ କାଣ୍ଡ । ପଢନ୍ତୁ ପୁରା ଖବର
ରାଜ୍ୟର ଆଉ ୮ ସହରରେ ଗଡ଼ିବ 'ଆମ ବସ୍' । କ୍ରୁଟ୍ର ୪୯ତମ ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦୁର୍ଘଟଣା ରୋକିବାକୁ ସ୍ପିଡ୍ ଉପରେ ଲଗାଯାଇଛି ଅଙ୍କୁଶ । ଇଲେକ୍ଟ୍ରି ବସ୍ ଘଣ୍ଟା ପ୍ରତି ୩୫ କିମି ଓ ଡିଜେଲ୍ ବସ୍ ୪୦ କିମି ସ୍ପିଡରେ ଯିବ ।
ମାର୍ଚ୍ଚ ସରି ସରି ଆସିଲାଣି, ଏପଟେ ପାରଦ ୪୦ ଛୁଇଁଲାଣି । ଏହାରି ଭିତରେ ପାଣି ପାଇଁ ଗାଁ ଗଣ୍ଡାମାନଙ୍କରେ ପଡିଲାଣି ହାହାକାର । କେଉଁଠି ନଈ, ପୋଖରୀ ଶୁଖିଗଲାଣି, ଆଉ କେଉଁଠି ଅଚଳ ହୋଇ ପଡିଲାଣି ନଳକୂପ । ଏମିତି ସ୍ଥିତିରେ ପାଣି ପାଇଁ ନିଇତି ସଂଘର୍ଷ କରୁଛନ୍ତି ଅଧିକାଂଶ ଗାଁର ଲୋକ ।
କାଳବୈଶାଖୀ ପରେ ରାଜ୍ୟରେ ପୁଣି ଫେରିଛି ତାତି । ଆଜିଠୁ ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ହିଟୱେଭ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୪୦ ଡିଗ୍ରୀ କିମ୍ବା ତା'ଠୁ ଅଧିକ ରହିବ ତାପମାତ୍ରା ।