Advertisment

Sujata Kartikeyan VRS: IAS ଚାକିରି ଛାଡ଼ିଲେ ସୁଜାତା କାର୍ତ୍ତିକେୟନ, ପୂର୍ବରୁ ସ୍ୱାମୀ ପାଣ୍ଡିଆନ ଛାଡ଼ିଥିଲେ ଚାକିରି

ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ VRS ପାଇଁ ସୁଜାତା ଆବେଦନ କରିଥିଲେ। ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ହେଉଛନ୍ତି ସୁଜାତା । ପୂର୍ବରୁ VRS ନେଇ ରାଜନୀତିକୁ ଆସିଥିଲେ ପାଣ୍ଡିଆନ । ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Sujata Kartikeyan

Sujata Kartikeyan

ଆଗୁଆ ଚାକିରିରୁ ଅବସର ନେଲେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ଆର୍ କାର୍ତ୍ତିକେୟନ୍ । ୨୦୦୦ ବ୍ୟାଚର ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ VRS ଆବେଦନକୁ କେନ୍ଦ୍ର ମଞ୍ଜୁରୀ କରିଥିବା ସୂଚନା ମିଳିଛି ! ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ VRS ପାଇଁ ସୁଜାତା ଆବେଦନ କରିଥିଲେ। ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ହେଉଛନ୍ତି ସୁଜାତା । ପୂର୍ବରୁ VRS ନେଇ ରାଜନୀତିକୁ ଆସିଥିଲେ ପାଣ୍ଡିଆନ । ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ । ତେବେ ଭିଆରଏସ ନେବାପରେ ଉଭୟ ପାଣ୍ଡିଆନ ଓ ସୁଜାତାଙ୍କ ଆଭିମୁଖ୍ୟ କଣ ହେବ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ସୁଜାତା ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ସଚିବ ଭାବେ କାର୍ଯ୍ୟ କରୁଥିଲେ। ତେବେ ନିର୍ବାଚନ ସମୟରେ ଏସଏଚଜି ମହିଳାଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଚାପ ପକାଇବା ଅଭିଯୋଗରେ ମିଶନ୍ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି କରିଥିଲେ ନିର୍ବାଚନ କମିଶନ ।

Advertisment

ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ସୁଜାତାଙ୍କୁ ଅବସ୍ଥାପିତ କରାଯାଇଥିଲା । ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ୬ ମାସ ଛୁଟିରେ ଯାଇଥିଲେ ସୁଜାତା । ନିଜ ଝିଅର ପରୀକ୍ଷା ଥିବା ଦର୍ଶାଇ ୬ ମାସ ଛୁଟିରେ ଯାଇଥିଲେ । ଛୁଟିରୁ ଫେରିବା ପରେ ଆଉ ୬ ମାସ ଛୁଟି ବୃଦ୍ଧି କରିବାକୁ ସୁଜାତା ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ । ହେଲେ ରାଜ୍ୟ ସରକାର ଏହି ଆବେଦନକୁ ଅଗ୍ରାହ୍ୟ କରିଥିଲେ ।

ଉଭୟ ସୁଜାତା ଓ ଭିକେ ପାଣ୍ଡିଆନ୍ ହେଉଛନ୍ତି ଗୋଟିଏ ବ୍ୟାଚର IAS । ସୁଜାତା ଓଡ଼ିଶା କ୍ୟାଡର୍ ଅଫିସର ହୋଇଥିଲା ବେଳେ ପାଣ୍ଡିଆନ ଥିଲେ ପଞ୍ଜାବ କ୍ୟାଡର୍ ଅଫିସର୍ । କିନ୍ତୁ ଦୁଇଜଣଙ୍କ ବିବାହ ପରେ ପାଣ୍ଡିଆନ ଓଡ଼ିଶାକୁ ଆସିଥିଲେ । ପାଣ୍ଡିଆନ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ହେଲା ପରେ କ୍ଷମତାକେନ୍ଦ୍ର ପାଲଟି ଯାଇଥିଲେ । ସେ ଉଭୟ ଦଳ ଓ ସରକାରକୁ ନିୟନ୍ତ୍ରଣ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ତେବେ ବିଜେଡି ହାରିଯିବା ପରେ ବଢ଼ିଥିଲା ପାଣ୍ଡିଆନଙ୍କ ସମସ୍ୟା । ସୁଜାତା ବି ଚାଲି ଯାଇଥିଲେ ଛୁଟିରେ । ଏବେ ନେଉଛନ୍ତି ଭିଆରଏସ୍ । ତେବେ ଏନେଇ ସୁଜାତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Advertisment

ଅଧିକ ପଢ଼ନ୍ତୁ: ସାଙ୍ଗ ହୋଇ ଫେରିଲେ ନବୀନ ଓ ପାଣ୍ଡିଆନ୍, ଯାଇଥିଲେ ରାଜ୍ୟ ବାହାରକୁ

Odisha Government IAS Officer VRS Order VK Pandian
Advertisment
Advertisment