/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743144683.jpg)
Chain Snatchers
ଅପରାଧିକ କ୍ଷେତ୍ରରେ ମିଆଁ ବ୍ରଦର୍ସ । ପ୍ରଥମେ ବଡେ ମିଆଁ ଆଉ ଏବେ ମାତିଛି ଛୋଟେ ମିଆଁ । ଏକୁଟିଆ ମହିଳାଙ୍କୁ ଦେଖି ପିଛା କରୁଛି, ପରେ ମଉକା ଦେଖି ସୁନା ଚେନ୍ ଝାମ୍ପି ଚମ୍ପଟ୍ ମାରୁଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପ୍ରେମ୍ ନଗର ମୁଖ୍ୟରାସ୍ତା ଲୁଟ୍ ଘଟଣାର ଛୋଟେ ମିଆଁ ଶେଖ୍ ଜାହିଦକୁ ଗିରଫ କରିଛି ପୋଲିସ । ସେହିପରି ସୁନା ଚେନ୍ ଲୁଟ୍ ସମେତ ୮ଟି ମାମଲା ଥିବା ବଡେ ମିଆଁ ଶେଖ୍ ବାବୁ ମଧ୍ୟ ଗିରଫ ହୋଇଛି । ଲୁଟରେ ଏମାନଙ୍କୁ ସାହାଯ୍ୟ କରୁଥିବା ନାବାଳକ ବାଇକ୍ ରାଇଡର ବି ପୋଲିସ କବଜାରେ ।
#ଆତଙ୍କ_ମଚାଉଥିଲେ_ବଡ଼େ_ମିଆଁ_ଛୋଟେ_ମିଆଁ
ଅପରାଧିକ କ୍ଷେତ୍ରରେ ମିଆଁ ବ୍ରଦର୍ସ। ପ୍ରଥମେ ବଡେ ମିଆଁ ଆଉ ଏବେ ମାତିଛି ଛୋଟେ ମିଆଁ। ବଡେ ମିଆଁ ବିରୁଦ୍ଧରେ ସୁନା ଚେନ୍ ଲୁଟ୍ ସହ ୮ଟି ଅପରାଧିକ ମାମଲା ରହିଛି।#Loot#Crime#Ganjam#SpecialStory#OdishaTV#OTVpic.twitter.com/cEdEJMFieN— ଓଟିଭି (@otvkhabar) March 28, 2025
ଅଧିକ ପଢ଼ନ୍ତୁ: ଏମିତି ପୁଅ କାହାକୁ ନ ମିଳୁ, ମଦ ପିଇବାକୁ ତାଗିଦ୍ କରିବାରୁ...
ମାର୍ଚ୍ଚ ୨୨ ଭୋର୍ ସାଢେ ପାଞ୍ଚଟା ବେଳର ଏ ସିସିଟିଭି ଦୃଶ୍ୟ । ଦେଖନ୍ତୁ କିପରି ଏକୁଟିଆ ଦେଖି ମହିଳାଙ୍କୁ ପିଛା କରୁଛନ୍ତି ଦୁଇ ବାଇକ୍ ଆରୋହୀ । ପ୍ରଥମେ ତନ୍ନ ତନ୍ନ କରି ଆଗ-ପଛ ଦେଖୁଛନ୍ତି, ପରେ ୟୁ-ଟର୍ଣ୍ଣ ମାରି ଅନ୍ୟ ସ୍ଥାନକୁ ଯାଉଛନ୍ତି, ମଉକା ମିଳିଲେ କଥା ହେବା ଆଳରେ ଝାମ୍ପି ନେଉଛନ୍ତି ସୁନା ଚେନ୍ ।
ଏନେଇ ବଡ଼ ବଜାର ଥାନା ହାଉସିଂ ବୋର୍ଡ ଅଞ୍ଚଳର ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜକୁ ଆଧାର କରି ଛୋଟେ ମିଆଁ ଏବଂ ନାବାଳକ ବାଇକ୍ ଡ୍ରାଇଭରକୁ ଗିରଫ କରିଛି । ଦୁଇ ଭାଇଙ୍କ ନିକଟରୁ ପୋଲିସ ୯୦ ଗ୍ରାମର ସୁନା ଜବତ କରିଛି ।
ସହରରେ ଏପରି ଘଟଣା ବଢି ଚାଲିଥିବାରୁ ପୋଲିସ ସଚେତନତା ଅଭିଯାନ ଆରମ୍ଭ କରିବା ଆବଶ୍ୟକ ବୋଲି ମତ ପୋଷଣ କରିଛନ୍ତି ଆଇନଜୀବୀ । ବିଭିନ୍ନ ସ୍ଥାନରେ ଅପରାଧୀଙ୍କ ଫଟୋ ଲଗାଇଲେ ଲୋକେ ସଚେତନ ହୋଇପାରନ୍ତେ ବୋଲି ଆଇନଜୀବୀ କୁନାଲ ସାହୁ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)