କାଳବୈଶାଖୀ ପରେ ରାଜ୍ୟରେ ପୁଣି ଫେରିଛି ତାତି । ଆଜିଠୁ ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ହିଟୱେଭ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୪୦ ଡିଗ୍ରୀ କିମ୍ବା ତା'ଠୁ ଅଧିକ ରହିବ ତାପମାତ୍ରା ।
ପୁଣି ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି।
୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ୪୪ ଡିଗ୍ରୀ ଉପରେ ୩ ସହର ଥିବାବେଳେ ୪୩ ଡିଗ୍ରୀ ଉପରେ ୮ଟି ସହର ରହିଛି ।
ଚଳିତ ବର୍ଷ ଜୁଲାଇ ମାସର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିଛି। ସାଧାରଣତଃ ଜୁଲାଇ ମାସରେ ବିଶ୍ୱର ତାପମାତ୍ରା ଅଧିକ ରହିଥାଏ, କିନ୍ତୁ ଚଳିତ ବର୍ଷ ତାପମାତ୍ରା ସବୁଠାରୁ ଅଧିକ ରେକର୍ଡ କରାଯାଇଛି।