Advertisment

Kotia: ଓଡ଼ିଶା ଗାଁକୁ ନେଇଯିବାକୁ ଆନ୍ଧ୍ରର ଉଦ୍ୟମ, କରୁଛନ୍ତି ଆଧାର ଅପଡେଟ୍

କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମରେ ଆନ୍ଧ୍ର ଅଧିକାରୀମାନେ ପୁଣି ପ୍ରବେଶ କରି ପେନସନ ହିତାଧିକାରୀ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗଙ୍କୁ ଏକତ୍ରିତ କରି କରୁଛନ୍ତି ଇ-କେୱାଇସି । ଲୋକଙ୍କ ଆଙ୍ଗୁଠିକୁ ମେସିନରେ ଲଗାଇ କରୁଛନ୍ତି ଆଧାର ଅପଡେଟ । ଲୋକଙ୍କୁ ଆନ୍ଧ୍ର ମୁହାଁ କରିବା ନିମନ୍ତେ ଏଭଳି ପ୍ରୟାସ କରୁଥିବା ଦେଖିବାକୁ ମିଳିଛି।

author-image
Tapan Kumar Swain
ଅଦ୍ୟତନ ହୋଇଛି
Andhra Officer

Andhra Officer

ପୁଣି କୋଟିଆରେ ପଶିଲା ଆନ୍ଧ୍ର । କୋଟିଆ ପଞ୍ଚାୟତର ସୀମାନ୍ତ ଗାଁଗୁଡ଼ିକରେ ଆନ୍ଧ୍ର ଅଧିକାରୀମାନେ ଲୋକଙ୍କ ଆଧାର ଅପଡେଟ୍ କରୁଛନ୍ତି । ଗତକାଲି ଆନ୍ଧ୍ର ପ୍ରଦେଶର କିଛି ଅଧିକାରୀ ନେରେଡିଓ୍ୱାଲାସା ଗାଁରେ ପେନସନ ହିତାଧିକାରୀ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗକୁ ଏକାଠି କରି ସେମାନଙ୍କର କେଓ୍ୱାଇସି କରିଥିଲେ । ଆନ୍ଧ୍ର ସରକାରଙ୍କ ତରଫରୁ ସେମାନଙ୍କୁ ସ୍ବାସ୍ଥ୍ୟସେବା ସହ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୫ ହଜାର ଟଙ୍କା, ଏବଂ ପେନସନ୍ ହିତାଧିକାରୀଙ୍କୁ ଭତ୍ତା ମିଳିବାର ପ୍ରତିଶ୍ରୁତି ଦେଇଥିଲେ ।

Advertisment

କିଛିଦିନ ତଳେ ଆନ୍ଧ୍ରର ଜନପ୍ରତିନିଧିମାନେ କୋଟିଆରେ ପଶି ଓଡିଶା କରିଥିବା ବିଦ୍ୟୁତ ଭିତ୍ତିଭୂମିକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ଓଡ଼ିଶା ଦ୍ବାରା ନିର୍ମାଣ ହେଉଥିବା ବିଦ୍ୟୁତ ସବଷ୍ଟେସନକୁ ବିରୋଧ କରିଥିଲେ । କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମରେ ଆନ୍ଧ୍ର ଅଧିକାରୀମାନେ ପୁଣି ପ୍ରବେଶ କରି ପେନସନ ହିତାଧିକାରୀ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗଙ୍କୁ ଏକତ୍ରିତ କରି କରୁଛନ୍ତି ଇ-କେୱାଇସି । ଲୋକଙ୍କ ଆଙ୍ଗୁଠିକୁ ମେସିନରେ ଲଗାଇ କରୁଛନ୍ତି ଆଧାର ଅପଡେଟ । ଲୋକଙ୍କୁ ଆନ୍ଧ୍ର ମୁହାଁ କରିବା ନିମନ୍ତେ ଏଭଳି ପ୍ରୟାସ କରୁଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ଗତକାଲି ଆନ୍ଧ୍ର ପ୍ରଦେଶର କିଛି ଅଧିକାରୀ ନେରେଡିୱାଲାସା ଗ୍ରାମରେ ଅନୁପ୍ରବେଶ କରି କିଛି ଗ୍ରାମବାସୀଙ୍କୁ ଏକତ୍ରିତ କରିଥିଲେ। ସେମାନଙ୍କୁ ଗ୍ରାମ ବାହାରେ ରହିଥ‌ିବା ଏକ ଜଙ୍ଗଲକୁ ନେଇ ତେନ୍ତୁଳି ଗଛ ମୂଳେ ଅଧିକାରୀମାନେ ସେମାନଙ୍କ ଆଧାରକାର୍ଡ ମାଗିବା ସହ ସେମାନଙ୍କ ଆଙ୍ଗୁଠିକୁ ମେସିନରେ ଲଗାଇ ଆଧାର ଅପଡେଟ କରିଥିଲେ। ଆଧାର ଅପଟୁଡେଟ ହେବା ପରେ ଆନ୍ଧ୍ରର ସମସ୍ତ ଯୋଜନାରେ ଲୋକମାନେ ସାମିଲ ହେବେ ବୋଲି କୁହାଯାଇଥିଲା। ଆନ୍ଧ୍ରର ନୂଆ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସେବା, ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୫ ହଜାର ଟଙ୍କାର ସହାୟତା, ପେନସନ ହିତାଧିକାରୀଙ୍କୁ ପେନସନ ମିଳିବାର ବ୍ୟବସ୍ଥା ରହିଛି ବୋଲି ଲୋକଙ୍କୁ କୁହାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: କୋଟିଆ କଦଳୀର ବଢୁଛି ଚାହିଦା; ପଡ଼ୋଶୀ ଦଲାଲ ମାଲେମାଲ, ଚାଷୀ ହନ୍ତସନ୍ତ...

Odisha Andhra Pradesh Border Issue Kotia
Advertisment
Advertisment