ମାର୍ଚ୍ଚ ସରି ସରି ଆସିଲାଣି, ଏପଟେ ପାରଦ ୪୦ ଛୁଇଁଲାଣି । ଏହାରି ଭିତରେ ପାଣି ପାଇଁ ଗାଁ ଗଣ୍ଡାମାନଙ୍କରେ ପଡିଲାଣି ହାହାକାର । କେଉଁଠି ନଈ, ପୋଖରୀ ଶୁଖିଗଲାଣି, ଆଉ କେଉଁଠି ଅଚଳ ହୋଇ ପଡିଲାଣି ନଳକୂପ । ଏମିତି ସ୍ଥିତିରେ ପାଣି ପାଇଁ ନିଇତି ସଂଘର୍ଷ କରୁଛନ୍ତି ଅଧିକାଂଶ ଗାଁର ଲୋକ ।
ବାଲେଶ୍ଵର ସହରର ବିଭିନ୍ନ ଜନ ଜନଗହଳି ପୁର୍ଣ୍ଣ ସ୍ଥାନରେ ଥିବା ପୌରପାଳିକାର ଜଳଛତ୍ର କଥା ନକହିବା ଭଲ। ସେଥିରୁ ଅଧିକାଂଶ ଅଚଳ ଅବସ୍ଥାରେ ପଡ଼ିଛି । ବାଲେଶ୍ଵର ଜିଲ୍ଲା ସ୍କୁଲ୍ ନିକଟ, ଆଇଟିଆଇ ଛକ, ଫାଣ୍ଡି ଛକ, ବସ୍ ଷ୍ଟାଣ୍ଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଳି ବିଭିନ୍ନ ଜନଗହଳି ସ୍ଥାନରେ ଏହି ଜଳଛତ୍ର ସବୁ ବସିଥିଲା।
ଯନ୍ତ୍ରଣା ଦେଉଛି ଦୂଷିତ ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅରୁ ବାହାରୁଛି ଗୋଳିଆ ପାଣି। ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ । ୧୦ ବର୍ଷରେ କିଡନୀ ରୋଗରେ ଗଲାଣି ଅନେକ ଲୋକଙ୍କ ଜୀବନ।
ବିଶୁଦ୍ଧ ପାନୀୟ ଜଳର ଘୋର ସଂକଟ ଦେଖାଦେଇଛି ନୂଆପଡ଼ା ଜିଲ୍ଲା ଝିକିଡୋଙ୍ଗରି ଗାଁରେ । ନଳକୂପରୁ ବାହାରୁଛି ଲୌହ ମିଶ୍ରିତ ପାଣି । ଅତ୍ୟଧିକ ମାତ୍ରାରେ ଲୌହ ମିଶ୍ରିତ ପାଣି ବାହାରୁଥିବାରୁ ଏହାକୁ ପିଇ ଲୋକେ ରୋଗରେ ପଡୁଛନ୍ତି । ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୧୫ରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।
ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମୁଖ୍ୟାଳୟର ବ୍ରାହ୍ମଣିପୁଟ ଗାଁର ଲୋକେ । ଗାଁରେ ଜଳ ଯୋଗାଣ ପାଇଁ ନିର୍ମାଣ ହୋଇଛି ବିଭିନ୍ନ ପ୍ରକଳ୍ପ ।
ଗାଁରେ ଜଳ ଯୋଗାଣ ପାଇଁ ପ୍ରକଳ୍ପ ନିର୍ମାଣ ହୋଇଛି । ଘରେ ଘରେ ପିଇବା ପାଣି ପାଇଁ ସଂଯୋଗ ହୋଇଛି ପାଇପ । ସକାଳ ହେଲେ ଗାଁ ଲୋକଙ୍କୁ ଘାରୁଛି ପିଇବା ପାଣି ଚିନ୍ତା।
ପିଇବା ପାଣି ପାଇଁ ରାସ୍ତାକୁ ଆସିଲେ ଲୋକେ..ହାଣ୍ଡି, ଗରା ରଖି ପ୍ରତିବାଦ କଲେ, ରାସ୍ତା ଅବରୋଧ କରି ସରକାରଙ୍କ ନିକଟରେ ଦାବି ବି ରଖିଲେ
ଅଚଳ ହୋଇ ପଡିଛି ପାଣି ପାଇପାଇପ୍ । ଫଳରେ ବୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ । ଗତ ୩ ମାସ ହେବ ପାଣି ପାଇଁ ହିନସ୍ତା ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ବାସିନ୍ଦା ।