ଜବତ ଅସ୍ତ୍ରଶସ୍ତ୍ର ଭିତରେ ରହିଛି AK-47, SLR, INSAS, ଥ୍ରୀ ନଟ୍ ଥ୍ରୀ, BGL ଲଂଚର ଓ ବିପୁଳ ପରିମାଣର ବିସ୍ଫୋରକ। ଆହୁରି କିଛି ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି।
ଛତିଶଗଡ଼ରେ ପୁଣି ବଡ଼ ଧରଣର ମାଓ ବିରୋଧୀ ଅପରେସନ୍। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଏକାସଙ୍ଗେ ୩୧ ମାଓବାଦୀ। ଏନକାଉଣ୍ଟରରେ ଦୁଇ ଯବାନ ସହିଦ୍ ହୋଇଥିବା ବେଳେ ଦୁଇ ଯବାନ ଆହତ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ସାହାସକୁ ଗୃହମନ୍ତ୍ରୀ ପ୍ରଶଂସା କରିବା ସହ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମୂଳେ ଧ୍ବଂସ କରାଯିବ ବୋଲି ଦୋହରାଇଛନ୍ତି।
ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ୩୧ ମାଓବାଦୀ। ଦୁଇ ଯବାନ ସହିଦ୍ । ଛତିଶଗଡ଼ରେ ପୁଣିଥରେ ବଡ଼ ଧରଣର ମାଓ ବିରୋଧୀ ଅପରେସନ୍। ଛତିଶଗଡ଼ ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ହୋଇଛି ଏହି ଏନକାଉଣ୍ଟର।
ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ଅରନପୁରରେ ପହଞ୍ଚିଥିଲେ। ଯୋଗା, ଯୋଗା ବୋଲି ବଡ଼ ପାଟିରେ ଡାକିଥିଲେ। ଯୋଗା କବାଟ ଖୋଲି ଘରୁ ବାହାରକୁ ଆସିଥିଲେ। ପରିବାର ସଦସ୍ୟ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ । ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ ହୋଇଥିବା ସୂଚନା।
ନକ୍ସଲମାନେ ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡ଼ି ଯାଇଥିଲେ। ଏଥିରେ ଉଲ୍ଲେଖ ଥିଲା ଯେ, ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ।
ଗରିଆବନ୍ଧ ଏନକାଉଣ୍ଟରରେ ୧୬ ନକ୍ସଲ ନିପାତ ଘଟଣା । ଓଡ଼ିଆ ନକ୍ସଲ ଆଲୋକ ଓରଫ୍ ବାଉରିବନ୍ଧୁକୁ ନେଇ ହଇଚଇ । ମାଓନେତା ସବ୍ୟସାଚୀ ଲିଙ୍କରେ ଆସି ଯାଇଥିଲା ଲାଲଗଡ଼ । ୨୦ ବର୍ଷ ଧରି ନିଖୋଜ ଥିବାରୁ ଶ୍ରାଦ୍ଧ ସାରିଥିଲେ ପରିବାର ।
ଘଞ୍ଚ ଜଙ୍ଗଲରେ ମାଓବାଦୀ କିପରି ସେମାନଙ୍କୁ ଆମ୍ବୁସ୍ କରିଥିଲେ, ସେଥିରୁ ମୁକୁଳି କିପରି ପୁଣି ସେମାନଙ୍କୁ ଘେରିଥିଲେ ଓ ମୁହଁତୋଡ଼ ଜବାବ ଦେଇଥିଲେ, ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
ଦିନକ ତଳେ ନୂଆପଡ଼ା ସୀମାନ୍ତ ଗରିଆବନ୍ଧ ଜଙ୍ଗଲରେ ୧୩ ସହଯୋଗୀଙ୍କ ସହ ନିପାତ ହୋଇଛି ସେଣ୍ଟ୍ରାଲ୍ କମିଟି ମେମ୍ବର ଚଲପତି ଓରଫ୍ ଜୟୀରାମ। ଏବେବି ସେଠାରେ ଅପରେସନ୍ ଜାରି ଥିବା ବେଳେ, ଏପଟେ ଖୋଲିବାରେ ଲାଗିଛି ଜୟୀରାମର ଜନ୍ମକୁଣ୍ଡଳୀ।
ଓଡ଼ିଶା ସୀମାନ୍ତରେ ଛିନଛତ୍ର ହୋଇଗଲା ମାଓମେଳି। ପୋଲିସ ଏନକାଉଣ୍ଟରରେ ସଫା ହୋଇଗଲେ ୧୪ ଜଣ ମାଓବାଦୀ। ଏବେ ବି ଅପରେସନ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଅନୁମାନ କରାଯାଉଛି।
ମାଓ ଅପରେସନ ସାରି ଡିଆରଜି ଯବାନମାନେ ଫେରୁଥିବା ବେଳେ ଏହି ଘଟଣା ଘଟିଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଯବାନଙ୍କ ଗାଡିଟି ଭୂମିଠାରୁ ପ୍ରାୟ ୨୦ ଫୁଟ ଉପରକୁ ଉଠିଯାଇଥିଲା । କୁଟୁରୁ- ବେନ୍ଦ୍ରେ ରାସ୍ତାରେ ଏହି ଅଘଟଣ ଘଟିଛି ।
ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ । ଖସି ପଳାଉଥିବା ବେଳେ ଏନକାଉଣ୍ଟର୍ କରିଥିଲେ ଡିଆର୍ଜି ଯବାନ ।
ଜଙ୍ଗଲରୁ ମିଳିଲା ବିଡ଼ା ବିଡ଼ା ନୋଟ୍ । ୧୦ ଫୁଟ ଗାତ ଖୋଳି ଟଙ୍କା ଲୁଚାଇ ରଖିଥିଲେ ନକ୍ସଲ ।
ସୀମାନ୍ତ ଜଙ୍ଗଲରେ ସ୍ପାଇକ୍ ହୋଲ୍ ଠାବ କଲେ ସୁରକ୍ଷାବାହିନୀ । ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ସୀମାର ପୁସୁଗୁପା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସ୍ପାଇକ୍ ହୋଲ୍ କରିଥିଲେ ମାଓବାଦୀ । ଯାହାକୁ ଠାବ କରିଛନ୍ତି ସୁରକ୍ଷାବାହିନୀ।
ବୟସ ମାତ୍ର ୨୭ ବର୍ଷ। ଡାକ୍ତର ବନିବା ସହ ଉପାନ୍ତ ଅଞ୍ଚଳ ପାଇଁ ସାଜିଥିଲେ ଦେବଦୂତ। ଡାକ୍ତରୀ ବୃତ୍ତିକୁ ଆପଣାଇ କେବଳ ଯେ ବାପା, ମାଙ୍କ ସ୍ବପ୍ନକୁ ସାକାର କରିଥିଲେ ତା’ନୁହେଁ, ନିଜ ଜିଲ୍ଲାର ବି ଗୌରବ ଥିଲେ କନ୍ଧମାଳ ଟିକାବାଲିର ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ।
କୁଆଡ଼େ ଗଲେ ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ ? ନିଖୋଜ ହେବାର ୨ ଦିନ ପରେ ବି କାହିଁକି ମିଳୁନି ତାଙ୍କ ପତ୍ତା ? କି ରହସ୍ୟ ରହିଛି ନିଖୋଜ ପଛରେ ?
ଆବୁଝାମାଡ଼ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଗୁଇନ୍ଦା ବିଭାଗ ଏନେଇ ଖବର ଦେବାପରେ ଆରମ୍ଭ ହୋଇଥିଲା କମ୍ୱିଂ ଅପରେସନ୍। DRG ଓ STFର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ।
ବୌଦ୍ଧରେ ଟଳିଲେ ୨ ମାଓବାଦୀ! ବୌଦ୍ଧରେ କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । ବୌଦ୍ଧ କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଏନକାଉଣ୍ଟର ।
ଏବେ ଧଡ଼ାଧଡ଼ ଗଡ଼ିବ ମାଓବାଦୀଙ୍କ ମୁଣ୍ଡ । ଆତ୍ମସମର୍ପଣ ନକଲେ ଟଳିବାକୁ ପଡ଼ିବ ସୁରକ୍ଷାକର୍ମୀଙ୍କ ଗୁଳିରେ। କାଙ୍କେର୍ ସୁଟ୍-ଆଉଟ୍ ପରେ ଜୋରଦାର ହୋଇଛି ଅପରେସନ୍ ପ୍ରହାର। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଅପରେସନରେ କୁଖ୍ୟାତ ମାଓବାଦୀଙ୍କୁ ଚିହ୍ନଟ କରି ସୁରକ୍ଷା ବାହିନୀ ତିଆରି କରିଛି ୧୭ ଜଣିଆ ହିଟ୍ ଲିଷ୍ଟ।
ନିର୍ବାଚନ ପୂର୍ବରୁ ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କ ଉପରେ ସୁରକ୍ଷାକର୍ମୀଙ୍କ ବଡ଼ ହମଲା। ଲାଲଗଡ଼ରେ ପଶିଲେ, ମାଓ ଆଡ୍ଡାକୁ ଛିନଛତ୍ର କଲେ। ଅନ୍ଧାଧୂନ ଫାଏରିଂରେ ନିପାତ ହୋଇଗଲେ ୨୯ ନକ୍ସଲ। ଯେଉଁ ଗୋଷ୍ଠୀରେ ଥିଲା ବଡ଼ ମାଓ ନେତା ଶଙ୍କର ରାଓ। ସେ ବି ସଫା ହୋଇଯାଇଛି। ମାଓବାଦୀ ମାନେ ଯେଉଁଠି ଆଡ୍ଡା କରିଥିଲେ, ଠିକ ସେହି ସ୍ଥାନର ସୂଚନା ଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ।
ବୌଦ୍ଧ ଜିଲ୍ଲା ନଳୀକୁମ୍ପା ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେସନ୍ କରୁଥିବାବେଳେ ହଠାତ୍ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୨ SOG ଯବାନ ଗୁରୁତର ଆହତ ହୋଇଥିଲେ।
ଜଣେ ମାଓବାଦୀର ମୃତ୍ୟୁ ପରେ ବି ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି। ତେବେ ମାଓବାଦୀ ଓ ପୋଲିସ୍ ଗୁଳି ବିନିମୟରେ ଜଣେ DVF ଯବାନ ମଧ୍ୟ ଆହତ ହୋଇଛନ୍ତି।
ଛତିଶଗଡ଼ ଜଙ୍ଗଲରେ ହମାସ ଷ୍ଟାଇଲର ଟନେଲ୍ । ଦାନ୍ତେୱାଡ଼ାରେ ଲାଲବାହିନୀର ବିଶାଳ ସୁଡ଼ଙ୍ଗ ଠାବ ।
ନୂଆବର୍ଷ ଆରମ୍ଭରୁ ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଓଡ଼ିଶା ସୀମା ଛତିଶଗଡ଼ର ବିଜାପୁର ଜିଲ୍ଲା ମୁତୱାଣ୍ଡିରେ ଗୁଳି ବିନିମୟ ବେଳେ ଜଣେ ୬ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଛି ।
ଗତ କିଛିଦିନ ହେଲା, ଓଡ଼ିଶା ସୀମାନ୍ତ ରାଜ୍ୟ ଗୁଡ଼ିକରେ ହିଂସା ଭିଆଇ ନିଜର ଉପସ୍ଥିତି ଜାହିର କରିଆସୁଛନ୍ତି ମାଓବାଦୀ। ଛତିଶଗଡ଼ ସୁକମା ଅଞ୍ଚଳର ଚିତ୍ର ହିଁ ବୟାନ କରୁଛି ଓଡ଼ିଶା ସୀମାନ୍ତରେ କେତେ ସକ୍ରିୟ ମାଓବାଦୀ।