ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଲଘୁଚାପ ବର୍ଷାରେ ଉଜୁଡ଼ିଯାଇଛି ଅଧା ଓଡ଼ିଶାର ଫସଲ । ଯେଉଁଠି ଦେଖିବେ ଅମଳ ବେଳକୁ ପାଣିରେ ବୁଡ଼ିଛି ହେକ୍ଟର ହେକ୍ଟର ଧାନ କ୍ଷେତ ।
ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଛି ଅଣ୍ଡା ଦର ବୃଦ୍ଧି ପ୍ରଭାବ । ପିଲାଙ୍କୁ ଆଉ ମିଳୁନି ଆବଶ୍ୟକ ପରିମାଣ ଅଣ୍ଡା ।
ଲୁଚକାଳି ଖେଳୁଛି ଜିନ୍ନତ୍। ଓଡ଼ିଶା ବନ ବିଭାଗକୁ ବଡ଼ ଝଟକା । ପଶ୍ଚିମବଙ୍ଗରେ ବି ଛନକା । ପ୍ରଥମେ ଝାଡ଼ଖଣ୍ଡ, ଆଉ ଏବେ ପଶ୍ଚିମବଙ୍ଗରେ ଘୁରି ବୁଲୁଛି ମରାଠା ବାଘୁଣୀ ଜିନତ୍।
ଆସନ୍ତା ୨୬ରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୫ ପାଳିର ଶାସନ । ୨୪ ବର୍ଷର କ୍ଷମତା । ଏବେ ଆଉ କିଛି ନାହିଁ । ସେଥିରେ ପୁଣି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ଦଳର ଫାଳ ଫାଳ ସ୍ଥିତି ।
ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି । ନବୀନଙ୍କ ଉପରେ ରୁବେନଙ୍କ ବହିରେ ପାଣ୍ଡିଆନ ପଜଲ୍କୁ ନେଇ ଚିହିଁକିଲା ଦଳ । କହିଲା- ରୁବେନଙ୍କ ବହିକୁ ଆମେ ପ୍ରତ୍ୟାଖାନ କରୁଛୁ ।
ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ପହଞ୍ଚିଛି । ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରାୟ ୨ ଘଣ୍ଟା ଧରି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରହିଛି । ଏହି ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ସହ ଲାଗିଛି ରୋବଟ୍ ।
ରେଜଲ୍ଟର ୬ ମାସ ପରେ ୨୪' ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା ବିଜେଡି । ଅଭିଯୋଗ ଆଣି ନିର୍ବାଚନ କମିଶନ୍ଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି ପ୍ରତିନିଧି ମଣ୍ଡଳୀ ।
ପୁଣି ଆସୁଛି ବର୍ଷା । ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ।
ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ କସରତ । ଜିନ୍ନତକୁ ନେଇ ଚିନ୍ତାରେ ବନ ବିଭାଗ ।
ଶୁଖିଲା ପଡିଛି ମହାନଦୀ । ଜୁଆଡେ ଚାହିଁଲେ ବିସ୍ତୀର୍ଣ୍ଣ ବାଲି ଶଯ୍ୟା ।
ଧାନ କିଣାବିକାକୁ ନେଇ କିଛି ପ୍ୟାକ୍ସ ସଭାପତି ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ, ଅତିରିକ୍ତ ଜିଲ୍ଳାପାଳ ଓ ଯୋଗାଣ ଅଧିକାରୀଙ୍କୁ ତାଗିଦ କରିଥିଲେ କଳିକେଶ । ଫଟା ଅଖାବସ୍ତା ଦେଖାଇ, ବ୍ୟବସ୍ଥାକୁ ନେଇ ଚାଷୀଙ୍କ ଅବସ୍ଥା ବଖାଣିଥିଲେ କଳିକେଶ । ଅଖାବସ୍ତାରେ ଧାନ ଲିଫ୍ଟିଂର ସରକାରୀ ନିୟମ ଥିଲେ ବି, ଜରି ବସ୍ତାରେ ଧାନ ଉଠାଇବା ପାଇଁ ସଂପୃକ୍ତ ମିଲର୍ସ ମାନଙ୍କୁ ବୈଠକରୁ ଯୋଗାଣ ଅଧିକାରୀଙ୍କ ଦ୍ବାରା ଫୋନ କରାଇଥିଲେ କଳିକେଶ ।
ଦିନେ ନବୀନ ସରକାର କରି ଦେଇଥିଲେ ବନ୍ଦ । ହେଲେ ଆଜି ଖୋଲିବାକୁ ଯାଉଛନ୍ତି ମୋହନ ସରକାର ।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ବରିଷ୍ଠ ନାଗରିକ ପ୍ରତିନିଧି ମାନେ ଯୋଗ ଦେଇ ଉତ୍ସବ ପାଳନ କରିଥିଲେ। ଏହି ଉତ୍ସବରେ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।
ବାପା ମାଆ ଚାଲିଯିବା ପରେ ସମସ୍ତ ଦାୟିତ୍ୱ ଭାଇ ସଞ୍ଜୀତଙ୍କ ଉପରେ ପଡିଲା । ସେ ଭଉଣୀକୁ ନେଇ ଖାଡାଗଳିରେ ଘରଭଡା ନେଇ ରହିଲେ ।
ସରକାରୀ ନିୟମକୁ ଉଲଂଘନ କରି ଇଟା ଭାଟି ଚଲାଉଛନ୍ତି ମାଫିଆ। ସରକାରୀ ଜମି ଏବଂ ନଦୀ କୂଳିଆ ଅଞ୍ଚଳକୁ ଟାର୍ଗେଟ କରି ବାଲି ଓ ମାଟି ତାଡ଼ି ନେଉଛନ୍ତି । ଇଟା ଭାଟିରୁ ବାହାରୁ ଥିବା ଧୂଆଁ ଓ ପାଉଁଶ ଯୋଗୁଁ ପ୍ରଦୂଷିତ ହେଉଛି ବାୟୁ ମଣ୍ଡଳ।
ଘୋଷଣା କଲେ ସରକାର । ନୂଆ ବର୍ଷରୁ ମିଳିବ ଏହି ସୁବିଧା। ହିତାଧିକାରୀ ଖୁସି । କିନ୍ତୁ କାହିଁକି ଏତେ ଖୁସି ? ପଢନ୍ତୁ ଏଇ ରିପୋର୍ଟ ।
ପ୍ରତ୍ୟେକ ଋତୁର ବାୟୁମଣ୍ଡଳ ପରି ଶରୀର ଉପରେ ମଧ୍ୟ ପ୍ରଭାବ ରହିଥାଏ। ଚାଲନ୍ତୁ ଜାଣିବା ଶୀତ ଋତୁରେ କେଶର କ’ଣ ସବୁ ସମସ୍ୟା ଦେଖାଯାଏ। ଆଉ କେମିତି ସହଜରେ ଘରେ ଏହାର ଯତ୍ନ ନେଇପାରିବେ।
ତିଥି-ଅଷ୍ଟମୀ ସନ୍ଧ୍ୟା ୦୫.୦୮ ଗତେ ନବମୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୦୯ ପର୍ଯ୍ୟନ୍ତ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଧାନ ତ ନୁହେଁ, ସୁନା ଫଳିଥିଲା..ଫସଲ ତ ନୁହେଁ, କ୍ଷେତ ମଝିରେ ଆହାର ପୂରିଥିଲା। ହେଲେ ସେହି ସୁନାର ଫସଲ ଆଉ ବର୍ଷକର ଆହାର ଉଜୁଡ଼ିଯିବା ପରେ ଚାଷୀ ବା ଆଉ କରିବ କ’ଣ, ଶେଷରେ ହତାସ ହୋଇଯାଇଛି।
ରୁବେନ୍ ବାନାର୍ଜୀଙ୍କ 'ନବୀନ ପଟ୍ଟନାୟକ' ପୁସ୍ତକକୁ ନେଇ ସବୁଠି ହଲ୍ଚଲ୍ । କିପରି ପାଣ୍ଡିଆନ୍ ନବୀନଙ୍କୁ କବଜା କରି ରଖିଥିଲେ ଓ ବିଜେଡିରେ କେତେ ଶକ୍ତିଶାଳୀ ଥିଲେ ତାହା ବହିରେ ଉଲ୍ଲେଖ ଅଛି ।
ପାଣିପାଗ ବିଭାଗ କହିଛି, ପୂର୍ବରୁ ଦକ୍ଷିଣ, ପଶ୍ଚିମରୁ ଆଭ୍ୟନ୍ତରୀଣ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବରେ ଆସନ୍ତାକାଲି ଯାଏଁ ବର୍ଷା ହେବ । ଏହା କ୍ରମେ ଦୁର୍ବଳ ହେବା ପରେ ବଦଳିବ ପାଣିପାଗର ମିଜାଜ ।
ମନୋଜ ଆହୁଜାଙ୍କୁ ଏକ୍ସଟନସନ ଦେବେ, ନା ନୂଆ କାହାକୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିବ? ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।
ଡିସେମ୍ବର ୩୦-୩୧ ଦୁଇଦିନ ପରୀକ୍ଷାମୂଳକ ଭାବେ ଦର୍ଶନ ଚାଲିବ । ତେଣେ ପରିଚାଳନା କମିଟିରେ ବିନା ବିଚାରବିମର୍ଶ ଓ ଛତିଶା ନିଯୋଗର ମତାମତ ନିଆ ନଯାଇ ନୂଆ ବ୍ୟବସ୍ଥା ଲାଗୁ କରାଯାଉଥିବାରୁ ଆପତ୍ତି ଉଠାଇଛନ୍ତି ସେବାୟତ ।