ଦୁଇଟି ବଗି ସେଠାରେ ଅଲଗା ହୋଇଯାଇଥିବା ବେଳେ ଟ୍ରେନଟି ଆଗକୁ ଚାଲିଯାଇଥିଲା । ସେହି ବଗି ଓ ପାଖ ବଗିରେ ଥିବା ଯାତ୍ରୀମାନେ କେହି କିଛି ବୁଝିପାରିନଥିଲେ । ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହେବା ପରେ କିଛି ବାଟ ରେଳଧାରଣାରେ ଆଗକୁ ଯାଇ ଅଟକିଯାଇଥିଲା । ତେବେ ସୌଭାଗ୍ୟକ୍ରମେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । କିନ୍ତୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ।
ସ୍ବାମୀର ବୟସ ୫୦, ରଂଜିତାର ବୟସ ୩୦। ଦୈହିକ ଭାବରେ ରଂଜିତା ତା ସ୍ବାମୀ ସହ ଖୁସୀ ନଥିଲା। ଏହି ସମୟରେ ମିଳିଗଲା ତା ପୁରୁଣା କଲେଜ ପ୍ରେମିକ। ସ୍ବାମୀ କାମକୁ ଗଲା ପରେ ଲୁଚି ଲୁଚି କଲେଜ ପ୍ରେମିକ ସହ ଭେଟୁଥିଲା ରଂଜିତା।
ଶୋଇ ରହିଛି ଓଡ଼ିଶା ମାଡ଼ି ବସିଲାଣି ପଡ଼ିଶା । ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ମାଲକାନଗିରିର ଜୁମଡାଙ୍ଗ ଗାଁ । ଆମରି ଗାଁ, ହେଲେ ଆମରି ମାଟିରେ, ଆମରି ପିଲାଏ ଓଡ଼ିଆ ନୁହେଁ, ପଢୁଛନ୍ତି ତେଲୁଗୁ ଭାଷାରେ ପାଠ । ପରିଣାମ ଏହା ଯେ କୁନି କୁନି ପିଲା ଆଉ ଓଡ଼ିଆ ଭାଷା ବୁଝିବା ସ୍ଥିତିରେ ବି ନାହାନ୍ତି ।
କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମରେ ଆନ୍ଧ୍ର ଅଧିକାରୀମାନେ ପୁଣି ପ୍ରବେଶ କରି ପେନସନ ହିତାଧିକାରୀ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗଙ୍କୁ ଏକତ୍ରିତ କରି କରୁଛନ୍ତି ଇ-କେୱାଇସି । ଲୋକଙ୍କ ଆଙ୍ଗୁଠିକୁ ମେସିନରେ ଲଗାଇ କରୁଛନ୍ତି ଆଧାର ଅପଡେଟ । ଲୋକଙ୍କୁ ଆନ୍ଧ୍ର ମୁହାଁ କରିବା ନିମନ୍ତେ ଏଭଳି ପ୍ରୟାସ କରୁଥିବା ଦେଖିବାକୁ ମିଳିଛି।
ପୋଲିସ କବଜାରେ ଆନ୍ଧ୍ର ବରକୁ ଠକିଥିବା ମାଆ-ଝିଅ । ବାହାଘର ଆଳରେ ଓଡ଼ିଶାରୁ ଯାଇ ଆନ୍ଧ୍ରରେ କରୁଥିଲେ ଲୁଟ୍ । ଦାମୀ ସୁନାଗହଣା ନେଇ ମାରୁଥିଲେ ଚମ୍ପଟ୍ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ନୟାଗଡ଼ରୁ ମାଆ-ଝିଅଙ୍କୁ ଗିରଫ କରିଛି ପୋଲିସ ।
ମାଆ,ଝିଅ ବିବାହର ଏପରି ଆଳ ଦେଖାଇଥିଲେ, କେହି ବି ଟେର୍ ପାଇନଥିଲେ । ସମ୍ପୂର୍ଣ୍ଣ ବିବାହ ପରମ୍ପରା ପରି ରେଷ୍ଟୁରାଣ୍ଟରେ ବରଘର ପରିବାର ସହ ଦେଖା ସାକ୍ଷାତ ହୋଇଥିଲା । ଆଉ ଏହାପରେ ସର୍ବ ସମ୍ମତି କ୍ରମେ ହୋଇଥିଲା ନିର୍ବନ୍ଧ । ସମ୍ପୂର୍ଣ୍ଣ ଆନ୍ଧ୍ର ରୀତିନୀତିରେ ନିର୍ବନ୍ଧ ସରିଥିଲା । ମାତ୍ର ବହାଘର ଦିନ ଚମ୍ପଟ୍ ମାରିଥିଲେ ମାଆ ଏବଂ ଝିଅ ।
ପୁଅକୁ ଖଣ୍ଡ ଖଣ୍ଡ କରି କାଟି କେନାଲରେ ଭସାଇଦେଲା ମାଆ । ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଏହା ପଛର କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।
ପେଟ ପୋଷିବାକୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିନ୍ତୁ ସେଠାରେ ପେଟ ତ ପୂରୁନି । ପିଠିକୁ ହେଉଛି ଲାଠି ପ୍ରହାର । ଏହା ହେଉଛି ଓଡ଼ିଆ ଦାଦନ ଶ୍ରମିକଙ୍କ ଦୁଃଖ ।
ସଂକ୍ରାନ୍ତିରେ ଘରକୁ ଯାଇଥିଲେ ସଂପୃକ୍ତ ଛାତ୍ର। ପରିବାର ସହ ଖୁସିରେ ୨ଦିନ ସମୟ ବିତାଇଥିଲେ। ୨୩ ତାରିଖରେ ତଥା ଗତକାଲି ୯ଟା ସମୟରେ କଲେଜରେ ପହଞ୍ଚିଥିଲେ ସଂପୃକ୍ତ ଛାତ୍ର । ନିଜ ସହଯୋଗୀଙ୍କ ସହ କ୍ଲାସ କରିଥିଲେ।
ସ୍ତ୍ରୀକୁ କଲବଲ କରି ମାରିଲା... ଦେହରୁ ମାଂସକୁ ଟିକ୍ ଟିକ୍ କରି କାଟି, ହାଡ଼ ସବୁକୁ ଅଲଗା କଲା... ଆଉ ତା’ ପରେ ପ୍ରେସରରେ ପାଣି ଦେଇ ସିଟି ମାରିଲା... ସବୁ ପ୍ରମାଣକୁ ନଷ୍ଟ କରିବାକୁ ସିଝିଥିବା ମାଂସକୁ ଆଣି ହେମ ଦସ୍ତାରେ ଛେଚିଲା... ତା’ ପରେ ହ୍ରହରେ ଫିଙ୍ଗିଦେଲା।
ଅନନ୍ତପୁରରେ ଏକ ଘରୋଇ ଜୁନିୟର କଲେଜର + ୨ ପ୍ରଥମ ବର୍ଷରେ ପଢ଼ୁଥିଲେ କେ. ଚରଣ। ଭଲ ପାଠ ପଢ଼ୁଥିଲେ। ସବୁଦିନ ପରି ଆଜି ସକାଳେ କ୍ଲାସ୍ କରିବା ପାଇଁ ଯାଇଥିଲେ।
ଆସନ୍ତାକାଲି ଭୋର୍ ୫ଟାରେ ଟିକେଟ୍ କାଉଣ୍ଟର ଖୋଲିଥାନ୍ତା । ତେବେ ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ହିଁ ଟିକେଟ୍ ପାଇଁ ଲାଗିଯାଇଥିଲା ଭିଡ଼ । ୪ ହଜାରରୁ ଅଧିକ ଶ୍ରଦ୍ଧାଳୁ ମନ୍ଦିରରେ ଉପସ୍ଥିତ ଥିଲେ ।
ଗୁରୁବାର ରାତିରେ ଜଣେ ବ୍ୟକ୍ତି ତାଙ୍କ ଦୁଆରେ ଏକ ପାର୍ସଲ ରଖି କହିଥିଲେ ଏଥିରେ ବୈଦ୍ୟୁତିକ ଉପକରଣ ରହିଛି। ତୁଳସୀ ପାର୍ସଲ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାକ୍ସରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୃତଦେହ ଥିଲା ।
ଚେସରେ ଟାଇଟଲ୍ ହାସଲ କରି ଦେଶର ନାଁ ରଖିଲେ ଗୁକେଶ । କିନ୍ତୁ ସଫଳତାର ଶ୍ରେୟ ନେବାକୁ ମୁହାଁମୁହିଁ ଦୁଇ ମୁଖ୍ୟମନ୍ତ୍ରୀ । ସୋସିଆଲ୍ ମିଡିଆରେ ଚାଲିଛି ଯୁଦ୍ଧ ।
ଏମିତି ଜଣେ ବାପା ଯିଏ ନିଜ ଝିଅକୁ ସୁରକ୍ଷା ଦେବାକୁ ଯାଇ ପାଲଟିଗଲେ କିଲର୍। ଝିଅକୁ ଦୁର୍ବ୍ୟବହାର ଓ ନିର୍ଯାତନା ଦେଇଥିବା ଲୋକକୁ ଜୀବନରୁ ମାରିଦେବାକୁ କୁଏତରୁ ଆସି ପହଞ୍ଚିଗଲେ ଆନ୍ଧ୍ରପ୍ରଦେଶରେ।
ପୁରୁଖା ଲୋକଙ୍କ କହିବା କଥା.. ଗାଁର ନାଁ ପଛରେ ଜଣେ ରାଜାଙ୍କ ଭୂମିକା ରହିଛି । ଯିଏ କି ଏହି ଗାଁର ନାମକରଣ କରିଥିଲେ । ଗାଁର ଅନ୍ଧକାରକୁ ଦୂରେଇ ଆଲୋକ ଆଣି ଦେଇଥିଲେ ।
ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବନ୍ୟାର କରୁଣ ଦୃଶ୍ୟ ଛାତି ଦୋହଲାଇ ଦେଇଛି । ଆନ୍ଧ୍ରପ୍ରଦେଶ ମେହେବୁବାବାଦ ଜିଲ୍ଲାରେ ରେଳ ଚଳାଚଳରେ ବ୍ୟାପକ ସମସ୍ୟା ଦେଖା ଦେଇଛି ।
ବେହାଲ ଆନ୍ଧ୍ରପ୍ରଦେଶ। ରାଜ୍ୟରେ ବନ୍ୟା ସ୍ଥିତି ଦେଖାଦେଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମେଡିସିନ୍ କମ୍ପାନୀରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ।
ଏହି ପ୍ରାସାଦଟି ବିଶାଖାପଟନମର ରୁଶିକୋଣ୍ଡା ପର୍ବତ ଉପରେ ପ୍ରାୟ ୧୦ ଏକର ଜମିରେ ତିଆରି କରାଯାଇଛି। ଏହି ବିଳାସପୂର୍ଣ୍ଣ ମହଲଟି ଜଗନମୋହନଙ୍କର ବୋଲି ଅଭିଯୋଗ କରିଛି ଶାସକ ଟିଡିପି ।
ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୧୯୯୫ରେ ନାଇଡୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ନାଇଡୁ ଦୁଇଥର ସଂଯୁକ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟକାଳ କ୍ରମାଗତ ୯ ବର୍ଷ ପରେ ୨୦୦୪ରେ ସମାପ୍ତ ହୋଇଥିଲା ।
ଆନ୍ଧ୍ରପ୍ରଦେଶର ଏକ ମତଦାନ କେନ୍ଦ୍ରରେ ଜଣେ ବିଧାୟକ ଓ ଭୋଟରଙ୍କ ମଧ୍ୟରେ ମାରପିଟ୍ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ବୁଝାମଣା ଅନୁସାରେ ମୋଟ ୨୫ଟି ଆସନରୁ ବିଜେପି ୬ଟିରେ, ଟିଡିପି ୧୭ଟି ଆସନରେ ଓ ଜନସେନା ୨ଟି ଆସନରେ ଲଢିବ। କିଏ କେଉଁ ଆସନରୁ ଲଢ଼ିବ ତାହା ସ୍ଥିର ହୋଇନଥିଲା।
ଆନ୍ଧ୍ରପ୍ରଦେଶରେ ଦମ୍ ଦେଖାଇବ ବିଜେପି। ଏଥର ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ବିଜେପି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ଆସନ ଭାଗବଣ୍ଟାକୁ ନେଇ ପ୍ରାୟ ଶେଷ ହୋଇଛି ବୁଝାମଣା।
କ୍ରେଜ୍ ଏତେ କି ହଲ୍ ଭିତରେ ହିଁ ନିଆଁ ଲଗାଇ ତା ଉପରେ ଡେଇଁଲେ।