• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପୁଣି ଖୋଲିବ ବନ୍ଦ ହୋଇଥିବା ସ୍କୁଲ୍ । ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବାକୁ ନୀତିଗତ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡବିଧାନସଭାରେ ଉତ୍ତର ରଖି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ପୂର୍ବ ସରକାର ତରବରିଆ ଭାବେ ସ୍କୁଲର ମିଶ୍ରଣ କରିଥିଲେ । ସମୁଦାୟ ୫ ହଜାର ୬୩୨ ସ୍କୁଲକୁ ମିଶ୍ରଣ କରାଯାଇଥିଲା । ୨ ହଜାର ୧୫୨ ସାଟେଲାଇଟ୍ ସ୍କୁଲକୁ ମିଶ୍ରଣ କରାଯାଇଛି । ସିଡ୍ୟୁଲ୍ ଏରିଆରେ ୨୦ ଏବଂ ନନସିଡ୍ୟୁଲ୍ ଏରିଆରେ ସର୍ବନିମ୍ନ ୪୦ ଜଣ ପିଲା ରହିଲେ ବନ୍ଦ ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ତରବରିଆ ଭାବେ ପୂର୍ବ ସରକାର ଏପରି ନିଷ୍ପତ୍ତି ନେଇଥିଲେ । ଫଳରେ ଅନେକ ସ୍କୁଲ୍ ବନ୍ଦ ହୋଇଯାଇଥିଲା । ବନ୍ଦ ହୋଇଥିବା ସ୍କୁଲର ଛୋଟ ଛୋଟ ପିଲାମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେତେକ ସ୍ଥାନରେ ନିଜ ଗାଁ ଛାଡି ଅନ୍ୟ ଗାଁକୁ ଏପରିକି ନଦୀନାଳ ପାର ହୋଇ ପିଲାଙ୍କୁ ସ୍କୁଲ ଯିବାକୁ ପଡିଥିଲା । ବିଭିନ୍ନ ସ୍ଥାନରୁ ଏ ସଂପର୍କରେ ସରକାରଙ୍କ ପାଖକୁ ଅଭିଯୋଗ ମଧ୍ୟ ଆସିଥିଲା । କିନ୍ତୁ ପୂର୍ବ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ବର୍ତ୍ତମାନର ସରକାର ଏହାକୁ ବିଚାର କରି ନୀତିଗତ ଭାବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଧିକ ପଢ଼ନ୍ତୁ: ଖୁସି ଖବର ଦେଲେ ରାଜସ୍ବ ମନ୍ତ୍ରୀ; ଖୁବ୍‌ଶୀଘ୍ର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ମାନ୍ୟତା

  • Reported by:
  • SOUMYA RANJAN SAHOO