ଟ୍ବିନସିଟିରେ ଗତ ୩ ଦିନ ଭିତରେ ୨ଟି ଲୁଟ୍ ଅଭିଯୋଗ । ମାଲିକ ନଥିବା ଜାଣି ଚନ୍ଦକା ଆକ୍ରୋପଲିସରେ ଲୁଟପାଟ୍ । ଚନ୍ଦକା ଆକ୍ରୋପଲିସର ଏକ ଫ୍ଲାଟରୁ ୫୦ ଭରି ସୁନା ଗହଣା ଲୁଟ୍ ।
ଚୋର ସହ ଲଢ଼ିଲେ ମାଆ ଓ ଝିଅ । ଲୁଟିବା ଉଦ୍ଦେଶ୍ୟରେ ଆସିଥିବା ଦୁଇଜଣ ସଶସ୍ତ୍ର ଚୋରଙ୍କ ସହ ଲଢ଼ିଥିଲେ ଉଭୟ ମାଆ ଝିଅ ।
ଅମରାବତୀ-ନାଗପୁର ରାଜପଥରେ ଡକାୟତଙ୍କ ଏକ ଗ୍ୟାଙ୍ଗ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନିବସ ଉପରେ ଆକ୍ରମଣ କରିଥିଲେ। ଡକାୟତମାନେ ୪ରାଉଣ୍ଡ ଫାୟାରିଂ କରିଥିଲେ। ଗୋଟିଏ ଗୁଳି ଡ୍ରାଇଭରଙ୍କ ହାତରେ ବାଜିଥିଲା।
ନରେନ୍ଦ୍ରଙ୍କ ବନ୍ଧୁ ସେଠାକୁ ଆସି ଦେଖିବା ବେଳକୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ।ଡକାୟତମାନେ ନରେନ୍ଦ୍ରଙ୍କ ମୋବାଇଲ୍ ଫୋନ୍ ଏବଂ ବ୍ୟାଗ୍ ଛଡ଼ାଇ ନେଇ ସେଠାରୁ ଫେରାର ହୋଇଯାଇଛନ୍ତି।
ଆନ୍ତରାଜ୍ୟ ଲୁଟେରାଙ୍କ ଟାର୍ଗେଟରେ ବାଲେଶ୍ୱର । ଗୋଟିଏ ବର୍ଷ ଭିତରେ ୪ଟି ଏଟିଏମ ଲୁଟ କରି ପୋଲିସକୁ ଦେଇଛନ୍ତି ଖୋଲା ଚାଲେଞ୍ଜ ।
ଲୁଟେରାଙ୍କୁ କାବୁ କରିପାରୁନାହିଁ ପୋଲିସ । ନା ଲୁଟ ରୋକି ପାରୁଛି ନା ଲୁଟେରାକୁ ଧରି ପାରୁଛି । ଏଥର ଲୁଟେରା ଟାର୍ଗେଟ କରିଛନ୍ତି ଜଣେ ବଡବାବୁଙ୍କୁ ।
ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ । ପାଖ ପଡ଼ୋଶୀଙ୍କୁ ମଧ୍ୟ ଟିକେ କହିଦେଇ ଯାଆନ୍ତୁ । ଲୋକାଲ ଥାନା ପୋଲିସକୁ ଟିକେ ଜଣାଇ ଦିଅନ୍ତୁ ।
କଳାହାଣ୍ଡି କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତି । ଘରେ ଥିବା ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ।
ଏମାନେ ଚୋରି କରିବା ପୂର୍ବରୁ ଯୋଜନା କରନ୍ତି। ପ୍ରଥମେ ବାପା, ମା ଘର ଚାରିପାଖେ ବୁଲନ୍ତି, ଇସାରା ଦେବା ପରେ ଦୁଇ ପୁଅ ଘର ଭିତରେ ପ୍ରବେଶ କରି ଚୋରି କରନ୍ତି।
ସାବଧାନ୍ ! ଯଦି ମୋ ବସ୍ ରେ ଆପଣ ଯାଉଛନ୍ତି ତେବେ ସତର୍କ ଥିବେ । କେତେବେଳେ ବି ହୋଇପାରନ୍ତି ଲୁଟର ଶିକାର
ଟାର୍ଗେଟରେ ଥିଲା ଗାଁ ବାହାରେ ଥିବା ମନ୍ଦିର
ଦୋକାନ ସାମ୍ନାରୁ ଲୁଟି ନେଲେ ୩ କେଜି ସୁନା ଗହଣା । ଗୁଣପୁର ହଳଦିଆ ନାଳ ନିକଟ ଗହଣା ଦୋକାନ ସାମ୍ନାରୁ ଏହି ଲୁଟ୍ ହୋଇଛି ।
ଅସୁରକ୍ଷିତ ବ୍ୟାଙ୍କ୍, ଅସୁରକ୍ଷିତ ଏଟିଏମ୍ । ଢିଲା ସୁରକ୍ଷାର ଫାଇଦା ନେଇ ଟାର୍ଗେଟ କରୁଛନ୍ତି କି ଲୁଟେରା ? ଭଦ୍ରକ ଏଟିଏମରେ ଲୁଟ ଘଟଣାରେ ମିଳିନି ଲୁଟେରା କି ଟଙ୍କାର ପତ୍ତା ।
ଲୁଟେରାଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ। ପ୍ରାୟ ୪୦ ମିନିଟରେ ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କଲା। ଆଜି କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ଡକାୟତ ହାଇଜାକ୍ କରି ନେବା ପରେ ଟଙ୍କା ବାକ୍ସ ଧରି ଅନ୍ୟ ଏକ ଗାଡ଼ିରେ ଫେରାର ମାରୁଥିଲେ
ଭୁବନେଶ୍ୱର: ବିବାହର ଦୁଇ ଦିନ ପୂର୍ବରୁ ହେଲା ଲୁଟ୍, ହେଲେ ଠିକ୍ ଗୋଟିଏ ଦିନ ପୂର୍ବରୁ ମିଳିଗଲା ଚୋରି ହୋଇଯାଇଥିବା ସୁନା ଗହଣା। ସୂଚନା ଅନୁଯାୟୀ, ବିଶାଖାପାଟଣାର ଜଣେ ଯୁବତୀ ବିବାହ ପାଇଁ ଭୁବନେଶ୍ୱର ଆସୁଥିଲେ। ଆସନ୍ତା ୭ତାରିଖରେ ଯୁବତୀ ଜଣଙ୍କର ବିବାହ ସ୍ଥିର ହୋଇଛି। ଯୁବତୀ ଜଣକ ଗହଣା ସହ ଲଗେଜ୍ ଧରି ଟ୍ରେନ୍ରେ ଠିଆ ହୋଇଥିବା ବେଳେ ଅନ୍ୟ ମନସ୍କତାର ସୁଯୋଗ ନେଇ ଦୁର୍ବୃତ୍ତ ତାଙ୍କଠୁ ଲୁଟ୍ କରିନେଇଥିଲେ। ପ୍ରାୟ ୫ ଲକ୍ଷ ଟଙ୍କାର […]
ଅନୁଗୁଳ: ଅନୁଗୁଳରେ ପୁଣି ବ୍ୟାଙ୍କ ଡକାୟତି । ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳାରେ। ଏଠାରେ ଥିବା ଏସ୍ବିଆଇ ଶାଖାରୁ ଚୋରି ହୋଇଛି। ତେବେ କେତେ ଟଙ୍କା ଚୋରି ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇଛି। ଷ୍ଟ୍ରଙ୍ଗରୁମ୍ରେ ଥିବା ଏକ ବାକ୍ସ ନେଇ ଯାଇଥିବା ଅଭିଯୋଗ ହୋଇଛି। ଷ୍ଟ୍ରଙ୍ଗରୁମ୍ରେ ଡକାୟତି ବେଳେ ସାଇରନ୍ ବାଜିବାରୁ ଡକାୟତମାନେ ସେଠାରୁ ଖସି ପଳାଇଥିଲେ। ତେବେ ଯିବା ପୂର୍ବରୁ ଏକ ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଥିବା […]