/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743224097.jpg)
Vigilance Raid
OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜରଙ୍କ ଘରେ ବିଡ଼ାବିଡ଼ା ଟଙ୍କା ଓ ପୁଳାପୁଳା ସୁନା ଅଳଙ୍କାର ଠାବ କରାଯାଇଛି । ଭୁବନେଶ୍ବର ଜଳଯୋଗାଣ ଓ ସ୍ୱେରେଜ୍ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ସକାଳୁ ସକାଳୁ ରେଡ୍ କରିଛି ଭିଜିଲାନ୍ସ । ଏକାସାଙ୍ଗରେ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ଜଟଣୀ ଓ କଟକର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି ।
Advertisment
ରେଡ୍ ସମୟରେ ଭୁବନେଶ୍ବର ଆଇଗିଣିଆ ଭଡ଼ା ଘରୁ ଅମାପ ସମ୍ପତ୍ତି ଠାବ ହୋଇଛି । ବିଡ଼ା ବିଡ଼ା ଟଙ୍କା ସହ ସୁନା ଅଳଙ୍କାର ଦେଖି ଭିଜିଲାନ୍ସ ଜଳକା ହୋଇଯାଇଛି । ଏହାଛଡ଼ା ଏକାଧିକ ବ୍ୟାଙ୍କ ଜମା ମଧ୍ୟ ଠାବ ହୋଇଛି । ତେବେ ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ଓ ସୁନା ଜବତ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ଦେବାଶିଷଙ୍କ ଜଟଣୀ ଘର ସମେତ ଭୁବନେଶ୍ବର ଆଇଗିଣିଆ ଭଡ଼ା ଘର, ସମ୍ପର୍କୀୟଙ୍କ ଘର ଓ ଜଟଣୀ ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ଦୁଇଟି ଦୋକାନ ରେଡ୍ ଜାରି ରହିଛି ।
ଅଧିକ ପଢ଼ନ୍ତୁ: ବାବୁଙ୍କ ଆଖି ଖୋସି ଦେଲା ପରି ସମ୍ପତ୍ତି; ମିଳିଲାଣି ୧୭ ଲକ୍ଷ, ୧୧ପ୍ଲଟ୍ ଓ ୩ଟି ଫ୍ଲାଟ୍
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)