Advertisment

Union Public Service Commission results Announced: ପ୍ରକାଶ ପାଇଲା UPSC ରେଜଲ୍ଟ-୨୦୨୪; ଶକ୍ତି ଦୁବେ ଟପ୍ପର

ପ୍ରକାଶ ପାଇଲା ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ରେଜଲ୍ଟ-୨୦୨୪ । ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ହର୍ଷିତା ଗୋୟଲ ରହିଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Union Public Service Commission results announced

Union Public Service Commission results announced

ବଡ଼ ଖବର । ପ୍ରକାଶ ପାଇଲା ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ରେଜଲ୍ଟ-୨୦୨୪ । ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ହର୍ଷିତା ଗୋୟଲ ରହିଛନ୍ତି । ସେହିପରି ଡୋଙ୍ଗ୍‌ରେ ଅର୍ଚିତ ପରାଗ ୩ୟ ସ୍ଥାନରେ ଥିବା ବେଳେ ଶାହ ମାର୍ଗି ଚିରାଗ ୪ର୍ଥ ସ୍ଥାନରେ ରହିଛନ୍ତି। ଆକାଶ ଗର୍ଗ ପଞ୍ଚମ, କୋମଲ କୁନିଆ ଷଷ୍ଠ, ଆୟୁଶି ବଂଶଲ ୭ମରେ ରହିଛନ୍ତି । ସେହିପରି ରାଜ କ୍ରିଷ୍ଣା ଝା ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଆଦିତ୍ୟ ବିକ୍ରମ ଅଗ୍ରୱାଲ ୯ମ ଓ ମୟଙ୍କ ତ୍ରିପାଠୀ ଦଶମ ସ୍ଥାନରେ ରହିଛନ୍ତି ।

Advertisment

ତେବେ ୪୮ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ରିତିକା ରଥ । ୯୫ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ , ୧୬୪ରେ ଦୀପ୍ତି ରଂଜନ ପତି , ୧୭୫ରେ ରଶ୍ମୀ ପ୍ରଧାନ , ୧୯୩ରେ ନୀଳମାଧବ ପ୍ରଧାନ , ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍‌ରେ ଅନୁପ ନାୟକ ରହିଛନ୍ତି। 

ଓଟିଭିକୁ IASର ୪୮ତମ ସ୍ଥାନରେ ଥିବା ରିତିକା ରଥ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ତୃତୀୟ ଚେଷ୍ଟାରେ କୃତକାର୍ଯ୍ୟ ହୋଇଛି । ପ୍ରାୟ ୩ ବର୍ଷର ପରିଶ୍ରମ ପରେ ସଫଳତା ପାଇଛି । ଇନ୍ଦୋର ଆଇଏମ୍‌ରେ ଡିଗ୍ରୀ କରିବା ପରେ ପ୍ରସ୍ତୁତି କରିଥିଲି । ବେଶି ସମୟ ସକାଳେ ପଢ଼େ, ବିଳମ୍ବିତ ରାତି ପର୍ଯ୍ୟନ୍ତ ପଢ଼େନି । ସୋସିଆଲ ମିଡିଆ ଠାରୁ ଦୂରରେ ଥିଲି ବୋଲି କହିଛନ୍ତି ।

Advertisment

UPSC ସଂକ୍ଷିପ୍ତ ତାଲିକା upsc.gov.inର ୱେବସାଇଟ୍‌ରେ ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଛି। upsc.gov.inକୁ ଯାଇ ଆପଣଙ୍କ ରେଜଲ୍ଟ ଦେଖିପାରିବେ। 

ଅଧିକ ପଢ଼ନ୍ତୁ: ଚାକିରି ହୋଇଯିବ ପକ୍କା, ଯଦି ଏହି ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଦେବେ

ଏପଟେ ଓଡ଼ିଶା ସରକାର ୨୦୨୫-୨୬ ସେସନ ପାଇଁ ୨୦୦ ଜଣ ମେଧାବୀ କିନ୍ତୁ ଅବହେଳିତ ପ୍ରାର୍ଥୀଙ୍କୁ ମାଗଣା ଆବାସିକ ସିଭିଲ୍ ସର୍ଭିସେସ୍(UPSC) କୋଚିଂ ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମାଗଣା ଆବାସିକ ସିଭିଲ୍ ସର୍ଭିସେସ୍ (UPSC) କୋଚିଂ ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ହେବ। ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଛାତ୍ର ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (SAMS) ୱେବସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

କିପରି ଆବେଦନ କରିବେ ?

ପ୍ରାର୍ଥୀମାନଙ୍କୁ www.dheodisha.gov.in କିମ୍ବା https://www.samsodisha.gov.in/ ୱେବସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡିବ।

UPSC
Advertisment
Advertisment