#ନନଷ୍ଟପ୍_ଏନକାଉଣ୍ଟରରେ_ଥରହର_ମାଓବାଦୀ ଶାନ୍ତି ଆଲୋଚନା ପାଇଁ ଜାରି କଲେ ପ୍ରେସ୍ ନୋଟ୍। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବସ୍ତର ପାଣ୍ଡୁମ ଗସ୍ତ ପୂର୍ବରୁ ଶାନ୍ତି ଆଲୋଚନା ପାଇଁ ପ୍ରେସନୋଟ୍ ଜାରି କରିଛି ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟି। ସୁରକ୍ଷାକର୍ମୀଙ୍କ ଅପରେସନକୁ ନରସଂହାର ବୋଲି କହିଛନ୍ତି ମାଓବାଦୀ। ଲଗାତାର ଏନକାଉଣ୍ଟରରେ ୪୦୦ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଦାବି କରିଛି ମାଓ ସଂଗଠନ।
ଦୁର୍ଦ୍ଦାନ୍ତ ମହିଳା ନକ୍ସଲ ରେଣୁକା ଥିଲେ ନକ୍ସଲଙ୍କ ମିଡିଆ ଟିମ୍ ଇନଚାର୍ଜ । ତାଙ୍କ ମୁଣ୍ଡରେ ରହିଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଏନକାଉଣ୍ଟର ସ୍ଥଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଜବତ ହୋଇଛି ବିପୁଳ ମାଓ ଅସ୍ତ୍ରଶସ୍ତ୍ର ।
ବିଜାପୁରରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ଏନକାଉଣ୍ଟରରେ ଏକାଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି ।
ଧ୍ବଂସ ହେବାକୁ ବସିଛି ହିଂସାର ସୀମା ଡେଇଁଥିବା ନକ୍ସଲବାଦ। ଆଜି ଭୋରରୁ ସଫା ହୋଇଯାଇଛନ୍ତି ସତର ସତର ଜଣ ମାଓବାଦୀ।
ଲାଲଗଡ଼ରେ ହିଂସାର ରାଜୁତି ଚଳାଇଥିବା ଲାଲବାହିନୀକୁ ଆଉ ନିସ୍ତାର ନାହିଁ। ଆଜି ପୁଣି ସଫା ହୋଇଯାଇଛନ୍ତି ୧୭ ନକ୍ସଲ। ଛତିଶଗଡ଼ର ସୁକମା ଜିଲ୍ଲା ଅପମ୍ପଲ୍ଲୀ ଜଙ୍ଗଲରେ ଖେଦି ଖେଦି ମାରିଛନ୍ତି ସୁରକ୍ଷାକର୍ମୀ।
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି । ସୁକମା ପୋଲିସଏହି ସୂଚନା ଦେଇଛି। DRG ଏବଂ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଏବେ ବି ଅପମ୍ପଲ୍ଲୀ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି।
ଅଭିଯୁକ୍ତକୁ ଗିରଫ କରି ନେବା ବେଳେ ଛତିଶଗଡ଼ ପୁଲିସକୁ ଅଟକାଇଲେ ପରିବାର ଲୋକେ। ପାଖରେ ୱାରେଣ୍ଟ ଥିଲେ ବି କିଛି ଶୁଣିଲେନି।
ମାଓବାଦୀଙ୍କୁ ଆଉ ମିଳିବନି ନିସ୍ତାର...ମାଓଗଡ଼ରୁ ମୁକ୍ତ ହେବ ମାଓ ସଂଗଠନ...ଯେ ପର୍ଯ୍ୟନ୍ତ ନକ୍ସଲ ମୁକ୍ତ ହୋଇନି ଲାଲଗଡ଼, ସେ ଯାଏଁ ଜାରି ରହିବ ନକ୍ସଲ ଶୂନ୍ୟ ଅପରେସନ୍। ଛତିଶଗଡ଼ ପୋଲିସ ଡିଜିଙ୍କ ଏହି ପଣ ଆଉ ଦମ୍ଭକୁ ପ୍ରମାଣିତ କରୁଛି ୩୧ ମାଓବାଦୀଙ୍କ ମୃତଦେହ।
ଜବତ ଅସ୍ତ୍ରଶସ୍ତ୍ର ଭିତରେ ରହିଛି AK-47, SLR, INSAS, ଥ୍ରୀ ନଟ୍ ଥ୍ରୀ, BGL ଲଂଚର ଓ ବିପୁଳ ପରିମାଣର ବିସ୍ଫୋରକ। ଆହୁରି କିଛି ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି।
ଛତିଶଗଡ଼ରେ ପୁଣି ବଡ଼ ଧରଣର ମାଓ ବିରୋଧୀ ଅପରେସନ୍। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଏକାସଙ୍ଗେ ୩୧ ମାଓବାଦୀ। ଏନକାଉଣ୍ଟରରେ ଦୁଇ ଯବାନ ସହିଦ୍ ହୋଇଥିବା ବେଳେ ଦୁଇ ଯବାନ ଆହତ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ସାହାସକୁ ଗୃହମନ୍ତ୍ରୀ ପ୍ରଶଂସା କରିବା ସହ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମୂଳେ ଧ୍ବଂସ କରାଯିବ ବୋଲି ଦୋହରାଇଛନ୍ତି।
ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ଅରନପୁରରେ ପହଞ୍ଚିଥିଲେ। ଯୋଗା, ଯୋଗା ବୋଲି ବଡ଼ ପାଟିରେ ଡାକିଥିଲେ। ଯୋଗା କବାଟ ଖୋଲି ଘରୁ ବାହାରକୁ ଆସିଥିଲେ। ପରିବାର ସଦସ୍ୟ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ । ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ ହୋଇଥିବା ସୂଚନା।
ଘଞ୍ଚ ଜଙ୍ଗଲରେ ମାଓବାଦୀ କିପରି ସେମାନଙ୍କୁ ଆମ୍ବୁସ୍ କରିଥିଲେ, ସେଥିରୁ ମୁକୁଳି କିପରି ପୁଣି ସେମାନଙ୍କୁ ଘେରିଥିଲେ ଓ ମୁହଁତୋଡ଼ ଜବାବ ଦେଇଥିଲେ, ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
ଓଡ଼ିଶା ସୀମାନ୍ତରେ ଛିନଛତ୍ର ହୋଇଗଲା ମାଓମେଳି। ପୋଲିସ ଏନକାଉଣ୍ଟରରେ ସଫା ହୋଇଗଲେ ୧୪ ଜଣ ମାଓବାଦୀ। ଏବେ ବି ଅପରେସନ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଅନୁମାନ କରାଯାଉଛି।
ଗତ ୧୯ ତାରିଖ ରାତିରୁ ଓଡିଶାର ନୂଆପଡ଼ା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିଲେ।
ଛୁରାମାଡ଼ ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ ରଖାଯାଇଥିବା କୁହାଯାଉଛି। ଛତିଶଗଡ଼ ଦୁର୍ଗରୁ ସନ୍ଦିଗ୍ଧ ଧରାପଡ଼ିଥିବା ସୂଚନା । ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଧରିଲା ରେଲୱେ ପୋଲିସ ।
ଦୁର୍ବୃତ୍ତମାନେ ମୁକେଶଙ୍କ ବେକ ମୋଡ଼ି ଭାଙ୍ଗି ଦେଇଛନ୍ତି । ହାର୍ଟ ବାହାର କରିଦେଇଛନ୍ତି । ଲିଭରକୁ ୪ ଖଣ୍ଡ କରିଦେଇଛନ୍ତି । ମୁଣ୍ଡକୁ ପ୍ରବଳ ପ୍ରହାର କରିଛନ୍ତି । ମୁଣ୍ଡରେ ୧୫ଟି ଫ୍ରାକ୍ଚର ଅଛି । ପିଟି ପିଟି ପଞ୍ଜରା ହାଡ଼ ଭାଙ୍ଗି ଦେଇଛନ୍ତି । ଏହି ଡାକ୍ତରଜଣକ କହିଛନ୍ତି, ମୋ ଜୀବନରେ ମୁଁ ଅନେକ ଶବ ବ୍ୟବଚ୍ଛେଦ କରିଛି । କିନ୍ତୁ ଏଭଳି ଶବ ବ୍ୟବଚ୍ଛେଦ କେବେ କରିନାହିଁ ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ପୋଲିସ ସୁରେଶ ଚନ୍ଦ୍ରକାର ନାମକ ଠିକାଦାର ଘରେ ଶୁକ୍ରବାର ଚଢ଼ଉ କରିବା ପରେ ପାଇଖାନା ଟାଙ୍କିରୁ ମୁକେଶଙ୍କର ମୃତଦେହ ମିଳିଥିଲା।
ପ୍ରଥମେ ମାଓବାଦୀମାନେ ଦମ୍ପତିଙ୍କୁ ଅପହରଣ କରିଥିଲେ । ସ୍ୱାମୀକୁ ମାଡ଼ ମାରି ଛାଡ଼ି ଦେଇଥିଲେ ମାଓବାଦୀ । କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ମାଓବାଦୀଙ୍କ ବର୍ବରତା ।
ସ୍ତ୍ରୀକୁ ପୋଡି ମାରିବା ଫେରାର୍ ହୋଇଗଲା। କେତେବେଳେ ଶ୍ରମିକ ପାଲଟୁ ଥିଲା ତ ଆଉ କେତେବେଳେ ପରିଚୟ ବଦଳାଇ ପୋଲିସ ଆଖିରେ ଧୂଳି ଦେଉଥିଲା। ହେଲେ ଶେଷରେ ପୋଲିସ ହାତରେ ଧରା ପଡିଲା।
ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ । ଖସି ପଳାଉଥିବା ବେଳେ ଏନକାଉଣ୍ଟର୍ କରିଥିଲେ ଡିଆର୍ଜି ଯବାନ ।
ଦିନକୁ ଦିନ ସାଇବର୍ କ୍ରାଇମ୍ ବଢ଼ି ବଢ଼ି ଚାଲୁଛି । ଆଖି ପିଛୁଳାକେ ଆକାଉଣ୍ଟରୁ କଟି ଯାଉଛି ଟଙ୍କା ।
ଜଙ୍ଗଲରୁ ମିଳିଲା ବିଡ଼ା ବିଡ଼ା ନୋଟ୍ । ୧୦ ଫୁଟ ଗାତ ଖୋଳି ଟଙ୍କା ଲୁଚାଇ ରଖିଥିଲେ ନକ୍ସଲ ।
ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ୩ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବହୁ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି ।
ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ।