ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ କହିଲେ ଦୀପାଳି ଦାସ । ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ। ଏଥି ସହ ଏନେଇ ଚିଠି ପ୍ରସ୍ତୁତ କରୁଛୁ, ଖୁବ୍ ଶୀଘ୍ର ପ୍ରଦାନ କରିବୁ ବୋଲି କହିଛନ୍ତି ।
ପେସାଦାର ଟେନିସ୍ରେ ଏବେ ଇଟାଲୀର ଜାନିକ୍ ସିନର୍ଙ୍କୁ ନେଇ ଖୁବ୍ ଚର୍ଚ୍ଚା । ନିକଟରେ କ୍ରମାଗତ ଦ୍ୱିତୀୟ ଥର ଅଷ୍ଟ୍ରେଲିଆନ୍ ଓପନ୍ ମୁକୁଟ ଜିତିଛନ୍ତି ଏହି ନୂଆ ପିଢ଼ିର ତାରକା ।
ଗର୍ଭାଶୟର ଶେଷ ଓ ସ୍ତ୍ରୀ ଜନନାଙ୍ଗ ବା ଭାଜାଇନାର ଆରମ୍ଭର ଅଂଶକୁ ଗର୍ଭାଶୟ ମୁଖ ବା ସର୍ଭିକ୍ସ କୁହାଯାଏ। ହ୍ୟୁମାନ୍ ପାପିଲେମା ଭଆିରସ୍ ନାମକ ଏକ ଭାଇରସ୍ର ଇନଫେକ୍ସନ୍ ଏହିଠାରେ ହେବା ଲକ୍ଷ୍ୟ କରାଯାଏ। ଏହି ଭୂତାଣୁ ସାଧାରଣତଃ ମଧ୍ୟ ବୟସ୍କ ମହିଳା, ପ୍ରସବ ସମୟରେ ସମସ୍ୟା ଥିବା, ଗର୍ଭାଶୟର ସ୍ଥିତିରେ ସମସ୍ୟା, ଏପରି କେତେକ ଲକ୍ଷଣ ଥିବା ମହିଳାମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ଅଧିକ ଥାଏ।
ନବୀନ କହୁଥିଲେ କରିବୁ, ମୋହନ ନିଜେ କରି ଦେଖାଇଲେ । ଆମେ କହୁଛୁ ୨୪ ବର୍ଷର ନବୀନ ସରକାରଙ୍କ କଥା । ଯାହାର ରେକର୍ଡକୁ ମାତ୍ର କେଇଟା ମାସରେ ମୋହନ ସରକାର ଧୂଳିସାତ କରିଛନ୍ତି ।
ଚାକିରିର ରହିବନି ସମସ୍ୟା । ପ୍ରଗତି ପଥରେ ଚାଲିବେ ଓଡ଼ିଶାର ଯୁବପିଢ଼ି । କେନ୍ଦୁଝରରେ ଇସ୍ପାତ କାରଖାନା କରିବା ନେଇ ସୂଚନା ଦେଇଛି JSW ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗରେ ୧୬୭ ଡାକ୍ତର ପଦବୀରୁ ୯୯ଟି ଖାଲିପଡ଼ିଛି। ଡାକ୍ତରଙ୍କ ଅଭାବ ଯୋଗୁଁ ୱାର୍ଡରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ବି ମେଡ଼ିକାଲ କଲେଜକୁ ରେଫର କରାଯାଉଛି। ଆଉ ମେଡ଼ିକାଲ କଲେଜ ଆମ୍ବୁଲାନ୍ସରୁ ହିଁ ରୋଗୀଙ୍କୁ କଟକ ପଠାଇ ଦେଉଥିବା ଅଭିଯୋଗ ହେଉଛି।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୦୫ ଗତେ ପ୍ରତିପଦ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୮.୧୯ ପର୍ଯ୍ୟନ୍ତ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
୨୦୦୨ ମସିହାରେ ଶେରସାହ ଖଡ଼ଗପୁର ତରଫରୁ ମ୍ୟାଚ ଖେଳିଥିଲେ ମହେନ୍ଦ୍ର ସିଂ ଧୋନି। ପରେ ୨୦୧୪ ମସିହାରେ ସେଲ ରାଞ୍ଚି ପାଇଁ ଅଣ୍ଡର ୧୬ ଟିମରୁ ଖେଳିଥିଲେ ଈଶାନ କିଶାନ୍।
ଅନ୍ୟପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଘଟଣା ଘଟିଥିବା ସ୍ଥାନରେ ଗଞ୍ଜେଇ ଚାଷ ହେଉଥିବା ଜଣାପଡ଼ିବା ପରେ ବିଜେପି ସରକାରକୁ ଆକ୍ଷେପ କରିଛି ବିଜେଡି।
ଷ୍ଟେସନ ଛକଠାରୁ ଫକୀର ମୋହନ ଗୋଲେଇ ଯାଏ ହେବ ୬ ଥାକିଆ ରାସ୍ତା । ୪ ଶହ ମିଟର ରାସ୍ତା ନିର୍ମାଣ କରିବାକୁ ଲାଗିଲାଣି ବର୍ଷବର୍ଷ କାର୍ଯ୍ୟ ଅବଧିର ସମୟ ସରିବା ପରେବି ଆରମ୍ଭ ହୋଇପାରୁନି କାମ !
ବ୍ରହ୍ମପୁର ସହରରେ ମାଳ ମାଳ ବୁଲା କୁକୁର । ବୁଲା କୁକୁରଙ୍କୁ ନେଇ ଚିନ୍ତାରେ ସହରବାସିନ୍ଦା । ବ୍ରହ୍ମପୁର ସହର ସାରା ବୁଲା କୁକୁରଙ୍କ ରାଜୁତି।
ଆଜି ଶ୍ରୀମନ୍ଦିର ଉପରି ଭାଗରେ ଉଡିଥିଲା ଡ୍ରୋନ୍। ପୋଲିସ୍ ଡ୍ରୋନ୍ଟିକୁ ଖସାଇବାକୁ ଚେଷ୍ଟା କରିଥିଲା। ହେଲେ ଡ୍ରୋନ୍ଟି ମେଘନାଦ ପାଚେରୀ, ଶ୍ରୀ ସେତୁ ଦେଇ ଦୃତ ଗତିରେ ପଳାଇ ଯାଇଥିଲା।
ରଞ୍ଜନଙ୍କ ଘରୁ ୫୦ ଲକ୍ଷ ନୁହେଁ, ଏହାଠାରୁ ବହୁ ଅଧିକ ମୂଲ୍ୟର ଗହଣାଗାଣ୍ଠି ଲୁଟ୍ ହୋଇଛି। ତେବେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଘରେ ପଶି ଚୋର କଳାକନା ବୁଲାଇବା ଘଟଣା ସମସ୍ତଙ୍କୁ ଚକିତ କରୁଥିବାବେଳେ ପୋଲିସ କାହିଁକି ଏହାର ପର୍ଦ୍ଦାଫାସ୍ କରିପାରୁନି?
ଓଡ଼ିଶାରେ ଆଲୁମିନିୟମ୍ ରିଫାଇନାରୀ ଓ ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ କରିବାକୁ ଆଦିତ୍ୟ ବିର୍ଲା ଗ୍ରୁପ୍ ୫୦ ହଜାର କୋଟି ନିବେଶ ଲାଗି ନିଷ୍ପତ୍ତି ନେଇଥିଲା ବେଳେ ପେଟ୍ରୋକିମିକାଲ୍ସ କ୍ଷେତ୍ରରେ ଭଦ୍ରକ ଓ ପାରାଦୀପରେ ଇଣ୍ଡିଆନ୍ ଅଏଲ୍ ୭୦ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ ଦେଖାଇଛି।
ଧାମରା ଚାନ୍ଦିନିପାଳଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ଜଳ ପଥରେ ଯୋଡିବା ପାଇଁ ୨୦୨୦ ମସିହାରେ ଆସିଥିଲା ଭେସେଲ୍। ଧାମରାରେ ପହଞ୍ଚିବା ପରେ ତା’ର ନାଁ ରଖାଯାଇଥିଲା ‘ଭୂପେନ ହଜାରିକା’।
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗେଇ ଆସିଛନ୍ତି ଶିଳ୍ପପତି । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ । ସେଇଥିପାଇଁ ଦେଶ ବିଦେଶରୁ ଓଡ଼ିଶାକୁ ଛୁଟି ଆସିଛନ୍ତି ନିବେଶକ ।
NPCI ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ । ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ ଓ ସମସ୍ୟାର ସମାଧାନ କରିବେ । ବ୍ୟାଙ୍କରେ ପହଞ୍ଚି NPCI ଅଡୁଆ ଦୂର କଲେ ସମସ୍ତେ ଟଙ୍କା ପାଇପାରିବେ ।
ଏଆଇ ତଥ୍ୟ ଆଧାରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଆଜି କପ୍ତିପଦା ଥାନା ନଛିପୁର ଗାଁରେ ଚଢ଼ଉ କରିଥିଲା। ଆଉ ଶିକାର ଅଭିଯୋଗରେ ରାଜକିଶୋର ନାଏକ ଓ କାଳିଚରଣ ଦେହୁରୀଙ୍କୁ ଗିରଫ କରିଥିଲା।
ଶିଳ୍ପ ଜଗତର ବଡ ବଡ ହସ୍ତୀ ଆସିଛନ୍ତି ଓଡ଼ିଶା । ପ୍ରତିଶ୍ରୁତି ଦେଇଛନ୍ତି, ବଦଳାଇ ଦେବେ ଓଡ଼ିଶାର ଭାଗ୍ୟ । ଯୁବକଯୁବତୀଙ୍କୁ ଦେବେ ରୋଜଗାର । ବିକାଶ ପଥରେ ଚାଲିବ ଓଡ଼ିଶା ।
ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ନିବେଶ ପ୍ରତିଶ୍ରୁତିର ସୁଅ। ପ୍ରଥମ ଦିନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫୪ ଏମଓୟୁ ସ୍ବାକ୍ଷରିତ ହୋଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ଏମଓୟୁ ଦ୍ବାରା ରାଜ୍ୟକୁ ୪ରୁ ସାଢେ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ। ଏହା ଭିତରୁ ସବୁଠୁ ବଡ MOU ଆଦାନୀ ଗ୍ରୁପ ସହ ସ୍ବାକ୍ଷର ହୋଇଛି । ୨.୨୮ ଲକ୍ଷ କୋଟି ଟଙ୍କାର MOU ସ୍ବାକ୍ଷର କରିଛି ଆଦାନୀ।
ସ୍କୁଲ ଗେଟ୍ରେ ତାଲା ପକାଇଲେ ଅଭିଭାବକ। ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ। ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ବୁଝାସୁଝା କରିବା ସହ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି l
ବହୁ ସମୟରେ ଲୋକେ ନିଜ ନିକଟ ସମ୍ପର୍କୀୟଙ୍କୁ ଘରେ ଥିବା ଘଣ୍ଟା ଦେଇଦେଇଥାନ୍ତି। ଏପରି କେବେ ବି କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଭଲ ସମୟ ଉକ୍ତ ବ୍ୟକ୍ତିଙ୍କ ନିକଟକୁ ଚାଲି ଯାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ବିଶ୍ୱାସ ରହିଛି।
ଟ୍ରେନ ଦୁର୍ଘଟଣାରେ ହରାଇଥିଲେ ଦୁଇଟି ଗୋଡ। ହେଲେ ଏହା ତାଙ୍କ ଆତ୍ମବିଶ୍ବାସକୁ ତିଳେ ମାତ୍ର ହଲାଇ ପାରି ନ ଥିଲା। ମୃତ୍ୟୁକୁ ଚକମା ଦେଇ ଫେରି ଆସିଥିବା ଗଦାଧର କ୍ରୀଡା ଜଗତରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରି ପାରିଛନ୍ତି।
ଭୁବନେଶ୍ୱରରେ ଚର୍ଚ୍ଚା, କାହିଁକି ପୁତୁଲ୍ ବାବୁଙ୍କ ଘରେ ପଶୁଛନ୍ତି ଚୋର ? ନୟାପ୍ଲଲୀ ଅଞ୍ଚଳରେ ଏହି ଚର୍ଚ୍ଚା ଜୋର୍ । ଚୋର ତାଙ୍କ ଘରେ ପଶି ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ଘଟଣାରେ ପୋଲିସ୍ କାହାରିକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ତାଙ୍କର ସେହି ନୟାପଲ୍ଲୀରେ ଥିବା ଆଉ ଏକ ଘରୁ ହୋଇଛି ଚୋରି ଉଦ୍ୟମ ।