ମୁହଁରେ ଗାମୁଛା ଘୋଡାଇ ପୁଅର ଶବକୁ ଅପେକ୍ଷା କରିଥିବା ବାପା କହୁଛି, ଦାନା ପାଇଁ ଦାଦନ ଯାଇଥିଲା ପୁଅ । ଶବ ହୋଇ ଫେରିଛି । ମୋତେ ଇଟାଭାଟି ମାଲିକ କହିଲା, କିଛି ଟଙ୍କା ନିଅ, ମୁଁ...ଏଠି ଶବକୁ ପୋଡି ଦେଉଛି । କିନ୍ତୁ ମୁଁ କହିଲି....ଟଙ୍କା ନେଇ କରିବି କଣ ? ଏକମାତ୍ର ପୁଅ ତ ଚାଲିଗଲା...। ଶବ ଫେରିଲେ ପୁଅର ମଲାମୁହଁ ଦେଖିବି....! ବାସ୍, ଦୁଇଦିନ ପରେ ଗତକାଲି ଡିସେମ୍ବର ୧୭ରେ ଗାଁକୁ ଶବ ଫେରିଛି ।
କିଏ ପରିବାରକୁ ସାଙ୍ଗରେ ନେଇଯାଉଛନ୍ତି ତ ଆଉ କିଏ ବୁଢ଼ା ବାପା, ମା’ଙ୍କୁ ଛାଡ଼ି ଦାଦନ ଯାଉଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନ ପ୍ଲାଟଫର୍ମରେ ଆଖି ଯେ ପର୍ଯ୍ୟନ୍ତ ପାଉଛି, ସେ ଯାଏଁ ଲମ୍ବିଛି ଦାଦନ ଶ୍ରମିକଙ୍କ ସୁଅ ।
ଗଲା ଚାରିଦିନରେ ଜିଲ୍ଲାର ଦାଦନ ପ୍ରବଣ ଟିଟିଲାଗଡ଼ ଉପଖଣ୍ଡକୁ ଶବ ହୋଇ ଫେରିଥିବା ଦୁଇ ପରିବାରର ଦାରୁଣ ଦୁର୍ଦ୍ଦଶା ନଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ । ଓଟିଭିର ସ୍ପେଶାଲ୍ ରିପୋର୍ଟ ।
ଦାଦନ ନେଉଛି ଜୀବନ । ଜୀବିକା ପାଇଁ ଯାଉଛନ୍ତି ହେଲେ ଶବ ହୋଇ ଫେରୁଛନ୍ତି ।
ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ଦିଗପହଣ୍ଡ ଅଞ୍ଚଳର ଶିବ ନାଇକ । ଦୀର୍ଘ ଦୁଇ ମାସ ହେଲା ପୁନେର ଚିଞ୍ଛେୱାଡାରେ ଫସି ରହିଥିଲେ ।
ଦୀର୍ଘ ବର୍ଷ ହେଲା କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକେ ଶୁଦ୍ଧିକ୍ରିୟା ବି ସାରି ଦେଇଥିଲେ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୨୫ ବର୍ଷ ପରେ ଘରକୁ ଫେରିଛନ୍ତି ଜଣେ ବୃଦ୍ଧ।
ବିଶାଖାପାଟଣାରୁ ସାଲୁର ଘାଟି ପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଚାଲି ଚାଲି ଆସିଲେ ନବରଙ୍ଗପୁର ଝରିଗାଁ ବ୍ଲକର ୫ ଜଣ ଶ୍ରମିକ।
କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ସହ ଲକ୍ଷ୍ୟ ଠିକ୍ ଥିଲେ ନିଶ୍ଚୟ ସଫଳତା ମିଳେ। ଏହା ପ୍ରମାଣିତ କରିଛନ୍ତି କୃଷ୍ଣଚନ୍ଦ୍ର ଓ ଅଶ୍ରୁମୋଚନ। ଜଣେ ଅର୍ଥାଭାବରୁ ପାଠପଢାରେ ଡୋରି ବାନ୍ଧି ଦାଦନ ଘଟିବାକୁ ଯିବାକୁ ବାଧ୍ୟ ହୋଇଥିଲେ । ଆଉ ଜଣଙ୍କୁ ଚାଲିବା ବସିବାରେ ଅସୁବିଧା, ଅଣ୍ଟା ଆଉ ବେଗ ସବୁଥିରେ ଯନ୍ତ୍ରଣା । ତଥାପି ପରିଶ୍ରମର ଫଳ ପାଇଛନ୍ତି ଓ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢିବାକୁ ଯାଉଛନ୍ତି।
ଇଏ କେମିତିକା ମଣିଷ? ନିଜ ମୃତ୍ୟୁର ନିଜେ ରଚିଥିଲେ ଷଡଯନ୍ତ୍ର । ଘରକୁ ପଠାଉଥିଲେ ଗୁରୁତର ଆହତ ହେବାର ଫଟୋ । ହେଲେ ସବୁ ସତ ଜାଣିବା ପରେ ବାନ୍ଧିଲା ପୋଲିସ୍
ଆରବ ଦେଶରେ ଅକଥନୀୟ ଯନ୍ତ୍ରଣା ଭୋଗ କରୁଛନ୍ତି ଗଞ୍ଜାମର ଦାଦନ ଶ୍ରମିକ। ପୁଅକୁ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକେ ଗୁହାରି କରିଛନ୍ତି।