Advertisment

Teacher Scandal: ଶିକ୍ଷକ ନାଁରେ କଳଙ୍କ...କଲେ ଏମିତି କାରନାମା, ସାରା ଶିକ୍ଷକ ସମାଜ ଲଜ୍ଜିତ

ଦାଦନ ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଚାରିଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ଅଭିଯୁକ୍ତ ନମ୍ବର ୧ ରେ ରହିଛି ବେଳପଡା ଥାନା ମଣ୍ଡଳ ଗାଁର ପ୍ରତାପ ବା ମୁନା ଅଗସ୍ତି। ସେ ଜଲିଆ ନୋଡାଲ ସ୍କୁଲର ଖେଳ ଶିକ୍ଷକ। ତାଙ୍କ ମୁଖ୍ୟ କାମ ହେଉଛି ବେଆଇନ ଭାବେ ଶହ ଶହ ଦାଦନ ଚାଲାଣ କରିବା ଆଉ ଗାଁକୁ ଫେରଆସୁଥିବା ଶ୍ରମିକଙ୍କୁ ଧମକ ଚମକ ଦେବା। ଯାହା ଫଳରେ ବେଳପଡା ଥାନାର ଦ୍ବାରସ୍ଥ ହୋଇଥିଲେ ନିର୍ଯ୍ୟାତିତ ଶ୍ରମିକ।

author-image
Prasan Subudhi
ଅଦ୍ୟତନ ହୋଇଛି
ଶିକ୍ଷକ ନାଁରେ କଳଙ୍କ

ଶିକ୍ଷକ ନାଁରେ କଳଙ୍କ

ସମାଜରେ ଶିକ୍ଷକଙ୍କୁ ଗୁରୁ ଭାବରେ ପୂଜା କରାଯାଏ । ଆଉ ଗୁରୁଙ୍କୁ ଭଗବାନଙ୍କ ଠୁ ମଧ୍ୟ ବଡ ବୋଲି କୁହାଯାଏ । କିନ୍ତୁ ବଲାଙ୍ଗିର ଜିଲ୍ଳା ବେଳପଡା ବ୍ଳକର, ଜଣେ ଗୁରୁଙ୍କ କାରନାମା ଆଜି ସାରା ଶିକ୍ଷକ ସମାଜକୁ ଲଜ୍ଜିତ କରିଛି ।

Advertisment

ଥରେ ଭଲକରି ଦେଖନ୍ତୁ ଏ ଚେହେରା । ଶିକ୍ଷକ ନାଁରେ ଇଏ କଳଙ୍କ। ସମାଜରେ ଶିକ୍ଷକଙ୍କୁ ଗୁରୁ ଭାବରେ ପୂଜା କରାଯାଏ । ଆଉ ଗୁରୁଙ୍କୁ ଭଗବାନଙ୍କଠୁ ମଧ୍ୟ ବଡ ବୋଲି କୁହାଯାଏ । କିନ୍ତୁ ବଲାଙ୍ଗିର ଜିଲ୍ଳା ବେଳପଡା ବ୍ଳକର, ଜଣେ ଗୁରୁଙ୍କ କାରନାମା ଆଜି ସାରା ଶିକ୍ଷକ ସମାଜକୁ ଲଜ୍ଜିତ କରିଛି। ଜଣେ ଶିକ୍ଷକ ସାଜିଛନ୍ତି ଦାଦନ ସର୍ଦ୍ଦାର। ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପରିବର୍ତ୍ତେ, ବେଆଇନ ଭାବେ କରୁଛନ୍ତି ଦାଦନ ଚାଲାଣ।

ବଲାଙ୍ଗିର ଜିଲ୍ଳା ବେଳପଡା ଥାନାରେ ରୁଜୁ ହୋଇଥିବା ଏ ଏଫ.ଆଇ.ଆର କପିରୁ ଜଣାପଡ଼ିଛି, ଦାଦନ ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଚାରିଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ଅଭିଯୁକ୍ତ ନମ୍ବର ୧ ରେ ରହିଛି ବେଳପଡା ଥାନା ମଣ୍ଡଳ ଗାଁର ପ୍ରତାପ ବା ମୁନା ଅଗସ୍ତି। ସେ ଜଲିଆ ନୋଡାଲ ସ୍କୁଲର ଖେଳ ଶିକ୍ଷକ। ତାଙ୍କ ମୁଖ୍ୟ କାମ ହେଉଛି ବେଆଇନ ଭାବେ ଶହ ଶହ ଦାଦନ ଚାଲାଣ କରିବା ଆଉ ଗାଁକୁ ଫେରିଆସୁଥିବା ଶ୍ରମିକଙ୍କୁ ଧମକ ଚମକ ଦେବା। ଯାହା ଫଳରେ ବେଳପଡା ଥାନାର ଦ୍ବାରସ୍ଥ ହୋଇଥିଲେ ନିର୍ଯାତିତ ଶ୍ରମିକ।

Advertisment

ଏବେ ଶିକ୍ଷକଙ୍କ ନାଁରେ ସଂଗୀନ ଦଫାରେ ରୁଜୁ ହୋଇଛି ମାମଲା। ଆଉ ଫେରାର ମାରିଛନ୍ତି ଏ ଖେଳ ଶିକ୍ଷକ ରୂପି ଦାଦନ ସର୍ଦ୍ଦାର। ଦୁଇ ମାସ ହେଲା ସ୍କୁଲକୁ ଆସୁନାହାନ୍ତି କି କୌଣସି ଛୁଟି ଦରଖାସ୍ତ ମଧ୍ୟ ଦେଇନଥିବା କଥା କହିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ।

ଗତ କିଛି ଦିନ ତଳେ ପ୍ରତାପ ବେଳପଡା ଥାନା ତେନ୍ତୁଳିମୁଣ୍ଡା,ସର୍ଗିଗୁଡା,ବାଘୁଆବାହାଲ ଏବଂ ରାଢବାହାଲ ଗାଁର ୩୦ ଜଣ ଦାଦନ ଶ୍ରମିକଙ୍କୁ ଆନ୍ଧ୍ରକୁ ଚାଲାଣ କରିଥିଲା। ଇଟାଭାଟି ମାଲିକ ସେମାନଙ୍କୁ କମ୍ ଟଙ୍କା ଦେଇ ଅଧିକ କାମ କରାଇଲା ଓ ଶାରିରୀକ ମାନସିକ ନିର୍ଯ୍ୟାତନା ଦେଲା। ତେଣୁ ବାଧ୍ୟ ହୋଇ ଭିଡିଓ ମେସେଜ ମାଧ୍ୟମରେ ଉଦ୍ଧାର କରିବା ପାଇଁ ଶ୍ରମ ବିଭାଗକୁ ସେମାନେ ଅନୁରୋଧ କରିଥିଲେ।

ପରେ ବିଭାଗ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଗାଁକୁ ଆଣିଥିଲା। କିନ୍ତୁ ଗାଁକୁ ଫେରିବା ପରେ ଟଙ୍କା ଦାବି କରି ଧମକ ଚମକ ଦେଉଥିଲେ ଦାଦନ ସର୍ଦ୍ଦାର ମୁନା। ତେଣୁ ଶ୍ରମିକ ମାନେ ଥାନାର ଦ୍ବାରସ୍ଥ ହୋଇଥିଲେ। ବେଳପଡା ପୋଲିସ ଚାରିଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି। ସେପଟେ ଜଣେ ଶିକ୍ଷକ ଏଭଳି କାମ କରିଥିବାରୁ, ତାଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ଜିଲ୍ଳା ଶିକ୍ଷା ଅଧିକାରୀ

Migrant Labourers Teacher Balangir
Advertisment
Advertisment