Advertisment

Bangladeshi Infiltrators: ଅଭୁଯୁକ୍ତ କହିଲା ବାଂଲାଦେଶୀ ଚାଲାଣର ଭିତିରି କଥା, ଦେଲା ଦଲାଲର ଠିକଣା

ଲୋକମାନଙ୍କୁ ଚାଲାଣ କରିବା ପରେ ସେମାନଙ୍କ ନକଲି ଆଧାର କାର୍ଡ ଏବଂ ଭୋଟର ଆଇଡି ତିଆରି କରୁଥିଲା ଦଲାଲ I ଟଙ୍କା ଆଗୁଆ ଫୋନ ପେରେ ପଠାଇବା ପରେ ଆରମ୍ଭ ହେଉଥିଲା ଅପରେସନ ବର୍ଡ଼ର ପାର୍ I ଏଯାବତ ୪୦ ଜଣ ବାଂଲାଦେଶୀଙ୍କୁ ଦିଲ୍ଲୀ, ବେଙ୍ଗାଲୁରୁରେ ରଖାଯାଇଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି । ଏହାର ଖୋଳତାଡ଼ ପାଇଁ STF ଟିମ୍ ଦିଲ୍ଲୀ, ଆସାମ ଓ ବେଙ୍ଗାଲୁରୁ ଯିବ I

author-image
Tapan Kumar Swain
ଅଦ୍ୟତନ ହୋଇଛି
Bangladeshi

Bangladeshi

ଓଡ଼ିଶାରେ ବାଂଲାଦେଶୀ ଖୋଜିବାକୁ ଗଠନ ହୋଇଛି ସ୍ପେଶାଲ ୱିଙ୍ଗ୍ । ବାଂଲାଦେଶରୁ ଆସିବାକୁ ୩୫ ହଜାର ଟଙ୍କା ଓ ଫେରିବାକୁ ୩୦ ହଜାର ଟଙ୍କା ନେଉଥିଲା ଦଲାଲ I ମାଷ୍ଟର ମାଇଣ୍ଡ ଦେଲା ଦଲାଲର ଠିକଣା I ଦଲାଲ ଜଗଦୀଶ ଦାସକୁ ଧରିବାକୁ ପୋଲିସର ତନାଘନା ଆରମ୍ଭ ହୋଇଛି । ରିମାଣ୍ଡ ସରିଲା ପରେ ଜେଲ ଗଲା ମାଷ୍ଟର ମାଇଣ୍ଡ I ଅଭିଯୁକ୍ତ ମହମ୍ମଦ ହାସିମକୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଘାଣ୍ଟିଛି STF I ରିମାଣ୍ଡ ଅବଧି ଭିତରେ ଅଭିଯୁକ୍ତ କହିଛି ବାଂଲାଦେଶୀ ଚାଲାଣର ଭିତିରି କଥା I ବାଂଲାଦେଶ ବର୍ଡ଼ର ଦେଇ ଆସାମ ରାସ୍ତାରେ ସଡ଼କ ପଥରେ ଓଡ଼ିଶା ଆସୁଥିଲେ ଅଭିଯୁକ୍ତ I ସୁରକ୍ଷା ବ୍ୟବସ୍ଥା ଟିକିଏ କୋହଳ ହେବା ସମୟରେ ଅର୍ଥତ ରାତି ସମୟରେ ହିଁ ଲୋକଙ୍କୁ ବର୍ଡ଼ର ପାସ୍ କରାଯାଉଥିଲା I

Advertisment

ତେବେ ଅଭିଯୁକ୍ତର କଥାକୁ ଆଧାର କରି ବୈଜ୍ଞାନିକ ଉପାୟରେ ପ୍ରମାଣ ଯାଞ୍ଚ ପରେ ସାମ୍ନାକୁ ଆସିଛି ବିସ୍ଫୋରକ ତଥ୍ୟ I ଲୋକମାନଙ୍କୁ ଚାଲାଣ କରିବା ପରେ ସେମାନଙ୍କ ନକଲି ଆଧାର କାର୍ଡ ଏବଂ ଭୋଟର ଆଇଡି ତିଆରି କରୁଥିଲା ଦଲାଲ I ଟଙ୍କା ଆଗୁଆ ଫୋନ ପେରେ ପଠାଇବା ପରେ ଆରମ୍ଭ ହେଉଥିଲା ଅପରେସନ ବର୍ଡ଼ର ପାର୍ I ଏଯାବତ ୪୦ ଜଣ ବାଂଲାଦେଶୀଙ୍କୁ ଦିଲ୍ଲୀ, ବେଙ୍ଗାଲୁରୁରେ ରଖାଯାଇଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି । ଏହାର ଖୋଳତାଡ଼ ପାଇଁ STF ଟିମ୍ ଦିଲ୍ଲୀ, ଆସାମ ଓ ବେଙ୍ଗାଲୁରୁ ଯିବ I ଗତ ୮ ତାରିଖରେ ୧୦ ଜଣ ବାଂଲାଦେଶୀଙ୍କୁ ଗିରଫ କରିଥିଲା STF । ଏହି ଘଟଣା ପରେ ଓଡ଼ିଶାରେ ଥିବା ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ଚିନ୍ତା ବଢ଼ିଯାଇଛି । ବାଂଲାଦେଶୀଙ୍କ ଉପରେ ନଜର ରଖିଛି କ୍ରାଇମବ୍ରାଞ୍ଚ STF ସ୍ପେଶାଲ ୱିଙ୍ଗ । ଗଠନ ହୋଇଛି ସ୍ପେଶାଲ ଟିମ୍ । 

ଅଧିକ ପଢ଼ନ୍ତୁ: ବାଂଲାଦେଶୀ ସେକ୍ସ ରାକେଟ୍: ଦଲାଲ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍‌

Advertisment
Bhubaneswar Bangladeshi National STF Infiltrators
Advertisment
Advertisment