ପିଲାଙ୍କ ମଧ୍ୟାହ୍ନ ଭୋଜନରେ ସାମିଲ ହେବ କ୍ଷୀର । ପୁଷ୍ଟିସାର ଯୁକ୍ତ ୨୦୦ ML ଦୁଗ୍ଧ ଦେବାକୁ ଯୋଜନା ହୋଇଛି । ଗତକାଲି ରାଇରଙ୍ଗପୁରର ୨୯ଟି ସ୍କୁଲରେ ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଲାଗୁ କରାଯାଇଛି । ଏଥିପାଇଁ କ୍ଷୀର ଯୋଗାଇବେ ଓମଫେଡ୍ ଓ ନ୍ୟାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ ।
ଏବେ ଆହୁରି ପୁଷ୍ଟିସାର ଯୁକ୍ତ ହେବ ପିଲାଙ୍କ ମଧ୍ୟାହ୍ନ ଭୋଜନ। ସୋୟାବିନ୍ ଓ ଅଣ୍ଡା ସହ ନିଇତି ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ଭିଟାମିନ୍ A ଓ D ଯୁକ୍ତ ଦୁଗ୍ଧ ଦେବାକୁ ବ୍ୟବସ୍ଥା କରିଛନ୍ତି ସରକାର।
ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଗିଫ୍ଟ ମିଲ୍କ୍କ ଯୋଜନାରେ ୨୯ଟି ସ୍କୁଲର ୧୧୮୪ ପିଲାଙ୍କୁ ପ୍ରତିଦିନ ୨୦୦ ଏମ୍ଏଲ୍ ଭିଟାମିନ୍ A ଓ D ଯୁକ୍ତ କ୍ଷୀର ଦିଆଯିବାକୁ ଯୋଜନା ହୋଇଛି।
ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କଲେ ବି ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ ଆବେଦନକାରୀ ମହିଳାଙ୍କୁ ।
ଆଜି ବର୍ଷର ଶେଷଦିନ । ଆଉ କେଇ ଘଣ୍ଟାପରେ ୨୦୨୪କୁ ବିଦାୟ ଦେଇ ପାଦ ଥାପିବ ୨୦୨୫ ।
ରାଜ୍ୟ ଦେଖିବ କି ପ୍ରଶାସନିକ କଳର ନୂଆ ମୁଖିଆ? ନା ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କୁ ଏକ୍ସଟନସନ ଦେବେ ସରକାର? ତେବେ ଗଲା ୬ମାସରେ ମନୋଜଙ୍କ କାର୍ଯ୍ୟଦକ୍ଷତା ଦେଖି ରାଜ୍ୟ ସରକାର ତାଙ୍କୁ ପୁରସ୍କୃତ କରିପାରନ୍ତି ବୋଲି ଚର୍ଚ୍ଚା । ଆଉ ଯଦି ନୂଆ ବାଛନ୍ତି, କିଏ କିଏ ତାଲିକାରେ ଅଛନ୍ତି ଆସନ୍ତୁ ଦେଖିବା ଏହି ରିପୋର୍ଟ।
ମନୋଜ ଆହୁଜାଙ୍କୁ ଏକ୍ସଟନସନ ଦେବେ, ନା ନୂଆ କାହାକୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିବ? ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।
ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍। ପୁରୁଣା ଡିଜାଇନରେ ଆଉ କିଛି ନୂଆ ଯୋଡ଼ା ହେବ। ଘୃତ, ଅନ୍ନ, ଜ୍ଞାନ ଭଳି ଯଜ୍ଞ ମଣ୍ଡପ ତିଆରି ହେବ।
ଠିକ୍ ୬ ମାସ ତଳେ, ଜୁନ୍ 12 ତାରିଖରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ଏକାକୀ ଗଢିଥିଲା ସରକାର। ଆଉ ଏଇ ୬ ମାସରେ ଅନେକ ପ୍ରତିଶ୍ରୁତି ପୂରଣ କରିଛି ମୋହନ ସରକାର। ଆଉ କିଛି ଏବେ ବି ପ୍ରତିଶ୍ରୁତି ହୋଇ ରହିଛି।
‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପଡ଼େଟ୍ । ୨୧ ବର୍ଷ ପୂରିଥିଲେ ‘ସୁଭଦ୍ରା’ ଯୋଜନାରେ କରିପାରିବେ ଆବେଦନ।
୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ବ ଦିଆଯାଉଛି ବୋଲି ମଧ୍ୟ କହିଛନ୍ତି ।
କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ । ୬ ମାସ ଛୁଟିରୁ ଫେରିବା ପରେ ଆଜି ଚାକିରିରେ ଯୋଗ ଦେଇଛନ୍ତି। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଯୋଗ ଦେଇଛନ୍ତି ସୁଜାତା।
ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା ।
୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ପେସା ଆଇନ୍ ଲାଗୁ କରିବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର ।
ଆକାଉଣ୍ଟକୁ କାହିଁକି ଆସୁନି ସୁଭଦ୍ରା ଟଙ୍କା ? କେଉଁଠି ରହୁଛି ସମସ୍ୟା ? କଣ କଲେ ଏହାର ହୋଇପାରିବ ସମାଧାନ ? ଏନେଇ ଆବେଦନକାରୀଙ୍କୁ ଟିପ୍ସ ଦେଇଛନ୍ତି ବ୍ୟାଙ୍କିଂ ବିଶେଷଜ୍ଞ । ଜାଣନ୍ତୁ...
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ନେଲେ ନିଷ୍ପତ୍ତି। ଉପକୃତ ହେବେ ଜମି ହରାଇଥିବା ପ୍ରାୟ ୬ ହଜାର ଚାଷୀ । ବିଜେଡି ସରକାର ସମୟରେ ୨୦୦୬ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
ଖୁବଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ । ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ଏହି ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନଥିବାରୁ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି। ତେବେ ସୁଭଦ୍ରା ଟଙ୍କା ପାଇନଥିବା ମହିଳା କିପରି ଟଙ୍କା ପାଇବେ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଚାକିରିଆଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଆର୍ଥିକ ସହାୟତା।
ଗଜରାଜଙ୍କ ଡେଞ୍ଜର୍ ଜୋନ୍ ଆଠଗଡ଼ ବନାଞ୍ଚଳ । ଆଠଗଡ଼ ବନାଞ୍ଚଳରେ ପୁଣି ସକ୍ରିୟ ହେଲେଣି କି ହାତୀ ଶିକାରୀ ? ୨ ଦିନ ପରେ କ୍ଷତାକ୍ତ ଦନ୍ତାକୁ ଉଦ୍ଧାର ପରେ ବଢ଼ିଲା ଚିନ୍ତା । ରାଜ୍ୟରେ ଏବର୍ଷ ୫୦ ହାତୀଙ୍କ ଅପମୃତ୍ୟୁକୁ ନେଇ ଉଦବେଗ । କେମିତି ମଲେ ୫୦ ହାତୀ, ତଦନ୍ତ ଆଦେଶ ଦେଲେ ବିଭାଗୀୟ ମନ୍ତ୍ରୀ ।
ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା’ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି ।
ପୁରୀକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାରଙ୍କ ବଡ଼ ପରାମର୍ଶ । ବାତ୍ୟା ପହଞ୍ଚିବା ପୂର୍ବରୁ ପୁରୀ ଛାଡ଼ିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର ।
ଆଜି ଅପରାହ୍ନ ୪ଟାରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବାତ୍ୟା ମୁକାବିଲା ସଂପର୍କରେ ସେ ସମୀକ୍ଷା କରିବେ ।