ଖରା ମାଡ଼ରେ ଗାଏବ ହେଲାଣି ମାଘର ଜାଡ଼ । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଖରାରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଆଉ ଆବଶ୍ୟକ ପଡୁନି ଶୀତ ପୋଷାକ ।
ଗାଡ଼ି ପାଇଁ ବ୍ରେକ ଯେତିକି ଜରୁରୀ, ଏକ ଉତ୍କୃଷ୍ଟ ସୁଶାସନ ତଥା ସରକାର ଚଳାଇବା ପାଇଁ ସଶକ୍ତ ବିରୋଧୀଦଳର ସେତିକି ଆବଶ୍ୟକତା ରହିଛି l ମୁଖ୍ୟ ବିରୋଧୀ ଦଳରେ ଥିବା ବିଜେଡି ଯେତେବେଳେ ଯେଉଁ ସମୟରେ ଯେକୌଣସି ପ୍ରସଙ୍ଗକୁ ଆଧାରକରି ବିଜେପି ସରକାର ଆଡ଼କୁ ଗୋଟିଏ ଆଙ୍ଗୁଠି ଦେଖାଇଛି, ୪ଟି ଆଙ୍ଗୁଠି ଓଲଟି ନିଜଆଡକୁ ଉଠିଛି । ଓଡିଶାରେ ବିଜେପି ଶାସନର ଗଲା ୮ ମାସ ମଧ୍ୟରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି ।
ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର- ମୀନ ରାତ୍ରି ୧୧.୧୭ ଗତେ ମେଷ । ତିଥି- ୫ମୀ ପ୍ରାତଃ ୦୬.୫୩ ଗତେ ୬ଷ୍ଠୀ ନିଶାନ୍ତ ୦୪.୩୭ ଗତେ ୭ମୀ। ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୧୧.୧୭ ଗତେ ମେଷ ରାଶିର ।
ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ କ୍ୟାବିନ ଭିତରେ ଚାପି ହୋଇଥିବା କଣ୍ଟେନର ଡ୍ରାଇଭରକୁ ଉଦ୍ଧାର କରିଥିଲେ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଜି ଅପରାହ୍ନରେ ଏମ୍ଡି ଆଲାମ୍ ହୁସେନ ଅସୁସ୍ଥ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ନିକଟସ୍ଥ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଜାନୁଆରୀ ୧୨ ତାରିଖର ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ପୀତାପଲ୍ଲି ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଉ କାର ଛାଡି ଫେରାର ହୋଇଯାଇଥିଲେ ଚାଳକ।
ଆସନ୍ତା ୪ ତାରିଖରୁ ଖଣ୍ଡଗିରି ମେଳା । ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ, ଖଣ୍ଡଗିରି ପହଞ୍ଚିଲେଣି ସାଧୁସନ୍ଥ । ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ଲାଗିଛନ୍ତି ସାଧୁ ।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ଆସନ୍ତା ୪-୫ ଦିନ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ। ତେଣୁ ତାପମାତ୍ରା ଆହୁରି ବଢ଼ିପାରେ। ବର୍ତ୍ତମାନ ମେଘମୁକ୍ତ ଆକାଶ ସହ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରଭାବରେ ବଢିଛି ତାପମାତ୍ରା।
ଉନସୁଗାର କାରବାର ଉପରେ ପୋଲିସର କଡ଼ା ନଜର ପରେ ଏବେ ଗଂଜେଇ କାରବାରରେ ମାତିଛନ୍ତି ନିଶାବେପାରୀ। ଖୋର୍ଦ୍ଧାର ବିଭିନ୍ନ ଥାନା ଅଞ୍ଚଳରୁ ଗତ ମାସକ ଭିତରେ ଅବକାରୀ ବିଭାଗ ପକ୍ଷରୁ ୫ଟି ଗାଡି ସହ ମୋଟ ୭୦ ଲକ୍ଷର ଗଂଜେଇ ଧରାପଡିଛି । ମାମଲାରେ ଏବେସୁଦ୍ଧା ୮ ଅଭିଯୁକ୍ତ ବନ୍ଧା ହୋଇଛନ୍ତି।
ସୁଭଦ୍ରାରେ ସାମିଲ ହେବା ପାଇଁ କିଏ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନିରାଶ ତ ଆଉ କାହାର ସଠିକ ଡକ୍ୟୁମେଣ୍ଟ ନଥିବାରୁ ହୋଇପାରୁନି KYC ଅପଡେଟ୍।
ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଭଦେଶ୍ୱରମ୍ରେ ରହିଛି କୋନେରୁ ଲକ୍ଷ୍ମାୟା ଏଜୁକେସନ୍ ଫାଉଣ୍ଡେସନ୍ (KLEF)। ଏହି ଶିକ୍ଷାନୁଷ୍ଠାନଟି ସରକାରୀ ନୁହେଁ, ଡିଇମ୍ଡ ଟୁ ବି ପ୍ରାଇଭେଟ୍ ୟୁନିଭର୍ସିଟି।
ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ ଅନଲାଇନ ଟିକେଟ୍ ବିକ୍ରି। ୱେଟିଂ ନମ୍ବରକୁ ନେଇ ବହୁ କ୍ରିକେଟପ୍ରେମୀ ନିରାଶ। ୪ ହଜାର ଟିକେଟ କିଣିବାକୁ ୱେଟିଂ ତାଲିକାରେ ୪୦ ହଜାର ଉପରେ ପ୍ରଶଂସକ।
ଭକ୍ତ କବି ମଧୁସୂଦନ ରାଓଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ଶୋଭନ ସଂସ୍କରଣ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣକୁ ଲୋକାର୍ପଣ କରିଛନ୍ତି । ଏହା ସହ ଓଡ଼ିଆ ବର୍ଣ୍ଣବୋଧ ଡିଜିଟାଲ ସଂସ୍କରଣକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି ।
ଛାତ୍ରୀ ଜଣକ ଖ୍ରୀଷ୍ଟ ମାସ ଛୁଟିରେ ଘରକୁ ଆସିଥିଲେ। ଜାନୁଆରୀରେ ବିଦ୍ୟାଳୟ ଖୋଲିଥିଲା। ହେଲେ ବିଦ୍ୟାଳୟ ଯିବେନି ବୋଲି ରୋକ୍ଠୋକ୍ ଭାବେ କହିଥିଲେ। ଘର ଲୋକେ ବିଦ୍ୟାଳୟ ଯିବା ପାଇଁ ଯେତେ କହିଲେ ମଧ୍ୟ ସେ ଯିବା ପାଇଁ ରାଜି ହୋଇନଥିଲେ।
ଶତ ଚେଷ୍ଟା ପରେ ବି ବଞ୍ଚିପାରିଲାନି ଜୀଵନ । ସତେ ଯେମିତି ଏହା ବିଧିର ବିଧାନ ଥିଲା । କଥାରେ ଅଛି ଯେବେ ଯମ ଦଉଡି ବାନ୍ଧିବା ନେଇ ସ୍ଥିର ହୋଇ ସାରିଥିବ । ଯେତେ ଚେଷ୍ଟା କଲେ ବି ଆଉ ଜୀବନ ବଞ୍ଚେଇବା ସମ୍ଭବ ହୋଇନଥାଏ ।
ସରୋଜିନୀଙ୍କ ପାଖକୁ ଆସିଥିବା ଯୁବକ ଜଣକ ସଉଦା ମାଗିଥିଲେ। ଆଉ ସରୋଜିନୀ ସାମଗ୍ରୀ ଆଣିବା ପାଇଁ ଦୋକାନ ଭିତରକୁ ଯାଉଥିବା ବେଳେ ଦୁର୍ବୃତ୍ତ ଜଣକ ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ। ଯାହାର ଓଜଳ ୧୫ ଗ୍ରାମ ହେବ ବୋଲି ଜଣାପଡ଼ିଛି।
ନିଜର ପୁଞ୍ଜି ବୋଲି କିଛି ନାହିଁ । କେବଳ ମିଳୁଛି ଭିନ୍ନକ୍ଷମ ଭତ୍ତା । ତାହା ପୁଣି ମାତ୍ର ବାର ଶହ ଟଙ୍କା । ଏଥିରେ ଚାରି ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର । ତେଣୁ ଯେତେ କଷ୍ଟ ହେଲେବି ଆଦି ଏବେ ଅନ୍ୟମାନଙ୍କ ଭଳି ଭାଗ୍ୟ ଏବଂ ପରିସ୍ଥିତିକୁ ଦୋଷ ନଦେଇ କଠିନରୁ କଠିନ ପରିଶ୍ରମ କରିବା ଜାରି ରଖିଛନ୍ତି ।
ଜଳେଶ୍ୱର ବ୍ଲକ୍ରେ ରହିଛି ହାତୀଗଡ ଉଚ୍ଚ ବିଦ୍ୟାଳୟ ଓ ହାତୀଗଡ ମାଧ୍ୟମିକ ବିଦ୍ୟାଳୟ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ପିଲାମାନେ ପାଠ ପଢ଼ୁଛନ୍ତି। ହେଲେ ଦୁଃଖର ବିଷୟ, ଏହି ବିଦ୍ୟାଳୟରେ ଆଜି ସରସ୍ଵତୀ ପୂଜା ହୋଇନାହିଁ।
ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଥର ବିଜେଡିରେ ମେଳି ଦେଖିବାକୁ ମିଳିଛି । ପୂର୍ବରୁ ନେତାଜୀ ଜୟନ୍ତୀ ଦିନ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ମଧ୍ୟ ବିଜେଡିର ଯୁବନେତା ମେଳି କରିଥିଲେ ।
ଯୁଦ୍ଧମନସ୍କ ପୃଥିବୀରୁ ଆମେରିକା ବେଶ ଭଲ ଅସ୍ତ୍ରଶସ୍ତ୍ର ବ୍ୟବସାୟ କରି ମୁନାଫା ଉଠାଉଛି । ଏହି ବ୍ୟାବସାୟିକ ଲାଭ ବାଇଡେନ ପ୍ରଶାସନର ଶେଷ ବର୍ଷରେ ହୋଇଥିଲା । ୨୦୨୪ରେ ଆମେରିକା ୨୭.୫୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ବୁଝାମଣା କରିଛି । ଯାହା ୨୦୨୩ ତୁଳନାରେ ୨୯ ପ୍ରତିଶତ ଅଧିକ ।
ସ୍ତ୍ରୀର ଛାତିଫଟା ଚିତ୍କାରରେ କମ୍ପି ଯାଉଛି ଘର ଅଗଣା। ଯେତେ ବୁଝାଇଲେ ବି ସେ ବୁଝୁନାହିଁ। ତା ଦେବତା, ତା ଶଙ୍ଖା, ସିନ୍ଦୁର ଆଜି ତାକୁ ଛାଡ଼ି ଚାଲିଯାଇଛି। ଝିଅ ପାଇଁ ଦଣ୍ଡ ପାଇଛି ବାପା ।
କୁହାଯାଏ ଯେ, ସୃଷ୍ଟିର ଆରମ୍ଭ କାଳରେ ବ୍ରହ୍ମା ଯେତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିଲା ଏବଂ ସେଥିରୁ ଏକ କନ୍ୟା ଜନ୍ମ ହେଲା। ତାଙ୍କର ଶରୀରର ରଙ୍ଗ ଥିଲା କ୍ଷୀର ପରି ଧଳା। ସେହି କ୍ଷୀର ରଙ୍ଗର ଝିଅଟିକୁ ଦେଖି ବ୍ରହ୍ମା ତା’ର ପରିଚୟ ପଚାରିବାରୁ ଝିଅ କହିଲେ, ମୁଁ ତୁମଠାରୁ ଜନ୍ମ ହେଲି, ତେଣୁ ତୁମେ ମୋର ନାମକରଣ କର ଏବଂ ମୋର ପରିଚୟ କ’ଣ ହେବ ତାହା କୁହ।
ସଂଗଠନ ସମ୍ଭାଳିବାକୁ ନବୀନ ଦେଲେନି ଦାୟିତ୍ୱ ! ବିଜେଡି ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l
କୃଷ୍ଣ ନିଜ ଭଉଣୀକୁ ହରଣ କରିବାକୁ କାହିଁକି ନିଜର ବନ୍ଧୁଙ୍କୁ ଉତ୍ସାହିତ କଲେ? କାହିଁକି ଶେଷରେ ଗଉଡ଼ୁଣୀ ବେଶ ଧରିଲେ ସୁଭଦ୍ରା? ବଳରାମଙ୍କୁ କ'ଣ କହି ଅଟକାଇଲେ କୃଷ୍ଣ? ମହାଭାରତ ଭିତରର ଏପରି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।