• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Naxal

maoist
Anti-Maoist Operation Chhattisgarh: ନକ୍ସଲ ବିରୋଧୀ ଲଢ଼େଇରେ ୧୦ ହଜାର ସୁରକ୍ଷାକର୍ମୀ, ଶାନ୍ତି ପ୍ରସ୍ତାବ ଦେଲେ ମାଓବାଦୀ

ମାଓବାଦୀଙ୍କୁ ଆଉ ତ୍ରାହି ନାହିଁ । ରକ୍ତରଂଜିତ ହିଂସାର ଖେଳ ଖେଳୁଥିବା ନକ୍ସଲଙ୍କୁ ଆଉ ରକ୍ଷା ନାହିଁ। ଆରପାର୍ ଲଢ଼େଇ ଚାଲିଛି ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗ କୁହାଯାଉଥିବା ତେଲେଙ୍ଗାନା-ଛତିଶଗଡ଼ ସୀମା ବିଜାପୁର ଜିଲ୍ଲାର କସ୍ତୁରବା ଗାଁ କେରଗୁଟ୍ଟା ଜଙ୍ଗଲରେ। ବିତିଲାଣି ୭୨ ଘଣ୍ଟା...ସାମିଲ ହୋଇଛନ୍ତି ୧୦ ହଜାର ସୁରକ୍ଷାକର୍ମୀ।

Naxal Attack
Prashant Satpathy Attack: ଆତଙ୍କୀ ହମଲା: ଆଜି ଓଡ଼ିଶାରେ ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମରଶରୀର

ଗତକାଲି ପହଲଗାମରେ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ପ୍ରଶାନ୍ତ ଶତପଥୀ। ପତ୍ନୀ ଓ ପୁଅଙ୍କ ସହ ବୁଲୁଥିବା ବେଳେ ସେମାନଙ୍କ ସାମ୍ନାରେ ହିଁ ପ୍ରଶାନ୍ତଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ। ଆଉ ସେଇଠି ଟଳି ପଡିଥିଲେ ପ୍ରଶାନ୍ତ। ତାଙ୍କ ଘର ବାଲେଶ୍ୱର ସଦର ଅଞ୍ଚଳରେ।

ପୁଣି ୧୭ ନକ୍ସଲ ସଫା
ଛତିଶଗଡ଼ ସୁକମା ଉପମପାଲ୍ଲି ଜଙ୍ଗଲରେ ୧୭ ନକ୍ସଲ ସଫା

ଲାଲଗଡ଼ରେ ହିଂସାର ରାଜୁତି ଚଳାଇଥିବା ଲାଲବାହିନୀକୁ ଆଉ ନିସ୍ତାର ନାହିଁ। ଆଜି ପୁଣି ସଫା ହୋଇଯାଇଛନ୍ତି ୧୭ ନକ୍ସଲ। ଛତିଶଗଡ଼ର ସୁକମା ଜିଲ୍ଲା ଅପମ୍ପଲ୍ଲୀ ଜଙ୍ଗଲରେ ଖେଦି ଖେଦି ମାରିଛନ୍ତି ସୁରକ୍ଷାକର୍ମୀ।

Encounter
Gunfire Exchange: ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର୍, ୧୬ ମାଓବାଦୀ ମୃତ

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି । ସୁକମା ପୋଲିସଏହି ସୂଚନା ଦେଇଛି। DRG ଏବଂ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଏବେ ବି ଅପମ୍ପଲ୍ଲୀ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଛି।

Naxal
Naxal Operations: ବଡ଼ ଏନକାଉଣ୍ଟର, ୨୨ ମାଓବାଦୀ ସଫା

ଛତିଶଗଡ଼ର ବିଜାପୁର-ଦନ୍ତେୱାଡ଼ା ସୀମା ଗାଙ୍ଗାଲୁର ଥାନା ଅଞ୍ଚଳରେ ୧୮ ନକ୍ସଲ ନିପାତ ହୋଇଥିବା ବେଳେ କାଙ୍କେରଠାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆଉ ୪ ନକ୍ସଲ ନିହତ ହୋଇଛନ୍ତି। ୧୮ ଜଣ ନକ୍ସଲଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଆହୁରି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Naxal
65 Naxal Killed in last 40 Days: ୪୦ ଦିନରେ ସଫା ହେଲେଣି ୬୫ ନକ୍ସଲ

ଛତିଶଗଡ ଜଙ୍ଗଲରେ ବଡ ଧରଣର ମାଓ ନିପାତ ଅପରେସନରେ ସାମିଲ ଯବାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

Encounter in Chattisgarh
Chattisgarh Encounter: ଛତିଶଗଡରେ ବଡ଼ ଏନକାଉଣ୍ଟର, ୩୧ ମାଓବାଦୀ ସଫା, ୨ ଯବାନ ସହିଦ

ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ମାଓ ଅପରେସନ୍‌ ସଫଳ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ନିହତ ହୋଇଥିଲା ବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି ।

Naxal
Maoists Attack: ମାଓବାଦୀଙ୍କ ଲଙ୍କାକାଣ୍ଡ; ସରପଞ୍ଚ ପ୍ରାର୍ଥୀଙ୍କୁ ହାଣି ଫିଙ୍ଗି ଦେଲେ

ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ଅରନପୁରରେ ପହଞ୍ଚିଥିଲେ। ଯୋଗା, ଯୋଗା ବୋଲି ବଡ଼ ପାଟିରେ ଡାକିଥିଲେ। ଯୋଗା କବାଟ ଖୋଲି ଘରୁ ବାହାରକୁ ଆସିଥିଲେ। ପରିବାର ସଦସ୍ୟ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ।

Naxal
Maoists Attack: ମାଓବାଦୀଙ୍କ ବର୍ବର କାଣ୍ଡ; ପରିବାର ଲୋକଙ୍କ ଆଗରେ ଯୁବକଙ୍କୁ ହାଣି ଦେଲେ

ନକ୍ସଲମାନେ ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡ଼ି ଯାଇଥିଲେ। ଏଥିରେ ଉଲ୍ଲେଖ ଥିଲା ଯେ, ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ।

maoist
Maoist Encounter: ଛତିଶଗଡ ଏନକାଉଣ୍ଟରରେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ

ଆଲୋକ ଓରଫ୍ ମୁନ୍ନା ଓରଫ୍ ବାଉରୀବନ୍ଧୁ ସେଠୀ। ଘର କଟକ ଜିଲ୍ଲା ନିଆଳି ଥାନା କୁଳଶ୍ରୀ ଗାଁରେ। ଯିଏ ୨୦ ବର୍ଷ ତଳେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସଂସ୍ପର୍ଶରେ ଆସି ଗାଁ ଛାଡ଼ି ମାଓ ସଂଗଠନରେ ମିଶିଥିବା ଗାଁ ଲୋକେ କହିଛନ୍ତି।

Naxal Death
Maoists Killed by Security Forces: ବଡ଼ ଧରଣର ଏନକାଉଣ୍ଟର; ଖତମ୍ ୧୪ ମାଓବାଦୀ

ଗତ ୧୯ ତାରିଖ ରାତିରୁ ଓଡିଶାର ନୂଆପଡ଼ା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିଲେ।

Naxal
Two Naxals Killed In Encounter: ଘଞ୍ଚ ଜଙ୍ଗଲରେ ମେଳି କରୁଥିଲେ ନକ୍ସଲ

ଓଡ଼ିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇଥିଲା। ସେହି ସୂଚନା ଆଧାରରେ ରବିବାହ ବିଳମ୍ବିତ ରାତିରେ ଛତିଶଗଡ଼, ଓଡ଼ିଶା ପୋଲିସ୍ ଓ ସିଆରପିଏଫ୍ ଯବାନମାନେ ମିଳିତ ଭାବେ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ।

ନକ୍ସଲ ଆକ୍ରମଣରେ ୮ ଯବାନ ସହିଦ
IED Blast: ମାଓବାଦୀଙ୍କ IED ବିସ୍ଫୋରଣ, ଉଡ଼ିଗଲା ଗାଡ଼ି, ୮ ଯବାନ ସହିଦ

ମାଓ ଅପରେସନ ସାରି ଡିଆରଜି ଯବାନମାନେ ଫେରୁଥିବା ବେଳେ ଏହି ଘଟଣା ଘଟିଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଯବାନଙ୍କ ଗାଡିଟି ଭୂମିଠାରୁ ପ୍ରାୟ ୨୦ ଫୁଟ ଉପରକୁ ଉଠିଯାଇଥିଲା । କୁଟୁରୁ- ବେନ୍ଦ୍ରେ ରାସ୍ତାରେ ଏହି ଅଘଟଣ ଘଟିଛି ।

Gramodaya
ନକ୍ସଲବାଦ ଶେଷ କରିବ 'ଗ୍ରାମୋଦୟ' ! ଏହି ୧୦ ଜିଲ୍ଲାରେ ମିଳିବ ଶତ ପ୍ରତିଶତ ସରକାରୀ ସୁବିଧା

ରାଜ୍ୟରୁ ଶେଷ ହେବ ନକ୍ସଲବାଦ। ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି 'ଗ୍ରାମୋଦୟ' କାର୍ଯ୍ୟକ୍ରମ। ନକ୍ସଲ ପ୍ରଭାବିତ ୧୦ ଜିଲ୍ଲାର ୫୮୩ ଗ୍ରାମ ପାଇଁ 'ଗ୍ରାମୋଦୟ' କାର୍ଯ୍ୟକ୍ରମର ଯୋଜନା ହୋଇଛି।

31 Naxals Killed
ନକ୍ସଲ ଦମନ ଅଭିଯାନରେ ଖତମ୍ ୩୧ ମାଓବାଦୀ

ଅମାବାସ୍ୟା ରାତିର ଘନ ଅନ୍ଧାରରେ ଲାଲଗଡ଼ରେ ପଶିଲେ, ଅନ୍ଧାଧୂନ ଫାୟାରିଂ କରି ଘଞ୍ଚ ଜଙ୍ଗଲରେ ୩୧ ମାଓବାଦୀଙ୍କୁ ନିପାତ କଲେ।

Naxal Encounter
ବଡ଼ ଅପରେସନ୍ ! ଗଡ଼ିଲାଣି ୩୬ ନକ୍ସଲ ମୁଣ୍ଡ

୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟାର୍ଗେଟ୍ ଦେଇଛନ୍ତି। ଏଯାଏଁ ୭୦ ପ୍ରତିଶତ ହ୍ରାସ ପାଇଥିବାବେଳେ ନକ୍ସଲ ବିରୋଧରେ ଲଢେଇ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିବା କହିଥିଲେ ଶାହ। ସେହି ଅନୁଯାୟୀ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଏବେ ଜୋରଦାର ଚାଲିଛି ନକ୍ସଲ ବିରୋଧୀ ଅପରେସନ୍। 

Naxals Brutally Kill Educator in Chhattisgarh’s Sukma
ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ବର୍ବରତା, ଶିକ୍ଷା ଦୂତଙ୍କୁ ପିଟିପିଟି ହତ୍ୟା

ପୁଣି ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ବର୍ବରତା । ଛତିଶଗଡ଼ ସୁକମାରେ ଶିକ୍ଷା ଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ।

Encounter
ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ଟଳିଲେ ୬ ମାଓବାଦୀ

କୋଥଗୁଡେମ୍ ଜିଲ୍ଲା ନୀଳାଦ୍ରିପେଟ୍ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ନିପାତ ହୋଇଛନ୍ତି ।

anti-Naxal review meeting
ବ୍ୟାପକ ହେବ ନକ୍ସଲ ନିପାତ ଅଭିଯାନ; ଆଜି ବସୁଛି ନକ୍ସଲ ମୁକାବିଲା ବୈଠକ

ଆଜିଠୁ ଛତିଶଗଡ଼ର ରାୟପୁରରେ ଆୟୋଜିତ ହେଉଛି ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ଶାସନ ସଚିବ ଏବଂ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ।ଏହି ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Encounter
ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ନକ୍ସଲ ନିହତ ।ଖଲ୍ଲାରୀ ଥାନା ମୁହକୋଟ ଆମଝର ଜଂଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ଖବର ପାଇ ଡିଆରଜି ଟିମ୍ ଚଢାଉ କରିଥିଲା ।

Naxals were printing fake currency notes
ଜଙ୍ଗଲରେ ମାଓବାଦୀ ଛାପୁଛନ୍ତି ଜାଲ୍ ନୋଟ୍; ନୂଆ ରଣନୀତି ପଛରେ କିଏ ? 

ଭୁଶୁଡ଼ି ପଡ଼ୁଛି ଲାଲଗଡ଼, ଉଜୁଡ଼ି ଯାଉଛି ମାଓ ଶିବିର । ଯବାନଙ୍କ ଲଗାତାର ଏନକାଉଣ୍ଟର ଆଗରେ ଧରାଶାୟୀ ମାଓବାଦୀଙ୍କ ଆର୍ଥିକ ମେରୁଦଣ୍ଡ । ଆଉ ଶେଷରେ ନକଲି ନୋଟକୁ ଅସ୍ତ୍ର କରି ନୂଆ ଚାଲ୍ ଖେଳୁଛି ଲାଲବାହିନୀ।

IED Blast
ଛତିଶଗଡ଼ରେ ନକ୍ସଲଙ୍କ IED ବିସ୍ଫୋରଣ, ୨ ଯବାନ ସହିଦ

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ଆଇଡି ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି ।

Encounter
ଝାଡ଼ଖଣ୍ଡରେ ବଡ଼ ଧରଣର ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ

ଏହି ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲଙ୍କ ସମେତ ଚାରିଜଣ ନକ୍ସଲଙ୍କୁ ସୁରକ୍ଷାକର୍ମୀ ହତ୍ୟା କରିଛନ୍ତି । ହତ୍ୟା କରାଯାଇଥିବା ନକ୍ସଲମାନଙ୍କ ମଧ୍ୟରେ ଜଣେ ଜୋନାଲ କମାଣ୍ଡର, ଏରିଆ କମାଣ୍ଡର ଏବଂ ସବ-ଜୋନାଲ କମାଣ୍ଡରଙ୍କ ବ୍ୟତୀତ ଜଣେ ମହିଳା ନକ୍ସଲ ମଧ୍ୟ ଅଛନ୍ତି।

Naxal
ଧରାପଡ଼ିଲା ଛତିଶଗଡ଼ ଅପରେସନରେ ଆହତ ମହିଳା ମାଓବାଦୀ, ସର୍ଚ୍ଚ ଅପରେସନ ବେଳେ ଗିରଫ

ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ ଖଲାରି ଥାନା ଅନ୍ତର୍ଗତ ଏକୱାରି ଗ୍ରାମରୁ ଜଣେ ଆହତ ମହିଳା ନକ୍ସଲକୁ ଗିରଫ କରିଛି ନବରଙ୍ଗପୁର ପୋଲିସ ।

Operation Prahar
ଅପରେସନ୍ ପ୍ରହାର; ନକ୍ସଲବାଦ ଖତମ ପାଇଁ ବ୍ଲୁ ପ୍ରିଣ୍ଟ, ସୁରକ୍ଷା ବାହିନୀଙ୍କ ନଜରରେ ୧୭ ଟପ୍ ମାଓନେତା...

ଦୁଇ ଦିନ ତଳେ କାଙ୍କେର ଜିଲ୍ଲା ଛୋଟିବେଠିଆ ଥାନା ହାପାଟୋଲା ଜଂଗଲରେ ବିଏସଏଫ୍ ଏବଂ ଡିଆରଜି ଯବାନ ମିଳିତ ଅପରେସନ୍ କରି ଏହି ସଫଳତା ପାଇଛନ୍ତି । ଏହାର ଗୋଟିଏ ଦିନ ପରେ ଆରମ୍ଭ ହୋଇଛି ଅପରେସନ୍ ପ୍ରହାର ।