୬ ବର୍ଷରେ ୮ ଥର ଅପରେସନ୍ ହେଲେଣି । ଗୋଟିଏ ହାତ ବି ହରାଇଲେଣି । କିନ୍ତୁ ସେ ହାର ମାନିନାହାନ୍ତି...ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି ୮୦ ବର୍ଷର ବୁଢୀ ମାଉସୀ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍ କରିପାରିଛି କ୍ରାଇମବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଘଟଣା ଭଳି ଏ ଘଟଣାକୁ ବି ଚପାଇଦେବ ।
ଆୟକରଦାତା ଯଦି କୌଣସି ଟିକସ ବିକଳ୍ପ ଚୟନ ନ କରନ୍ତି, ସେ ନୂଆ ଟିକସ ଢାଞ୍ଚା ବାଛିଛନ୍ତି ବୋଲି ବିବେଚନା କରାଯିବ । ଏହାବ୍ୟତୀତ ବଜେଟ୍ ଘୋଷଣା ଅନୁସାରେ, ସିଗାରେଟ୍, ପାନ ମସଲା ଓ ଅନ୍ୟ ତମାଖୁ ଉତ୍ପାଦ ଉପରେ ଲାଗୁ ହୋଇଛି ବର୍ଦ୍ଧିତ ଆମଦାନୀ ଶୁଳ୍କ ।
କନ୍ଧମାଳର ଫୁଲବାଣୀ ହେଉ କି କୋରାପୁଟର ଜୟପୁର ସବୁଠି ଆମ ମାତୃଭାଷା ଓଡ଼ିଆ ଅବହେଳିତ। ୨୦୧୮ରେ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏଠି ସବୁ ସତେ ଯେମିତି ଧୁଆଁବାଣରେ ପରିଣତ ହୋଇଯାଇଛି।
ଆନ୍ଧ୍ର ଗୋ' ବ୍ୟାକ୍... ଉତ୍କଳ ଦିବସ ଅବସରରେ କୋଟିଆ ଗସ୍ତ କରି ଏହି ନାରା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟ ଜିଲ୍ଲାର ବହୁ ବିବାଦୀୟ ସୀମାବର୍ତ୍ତି ଗ୍ରାମପୁଞ୍ଜ 'କୋଟିଆ' ଉପରେ, ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଲୋଲୁପ ଦୃଷ୍ଟି ପକାଇଥିବା ବେଳେ; ଆଜି ସେଠାରେ ଆଡ଼ମ୍ବର ସହକାରେ ଉତ୍କଳ ଦିବସ ପାଳିଛନ୍ତି ଧର୍ମେନ୍ଦ୍ର ।
ଫଳରେ ଆପାର୍ଟମେଣ୍ଟ ପଂଜୀକରଣ ଲାଗି ବାଟ ଫିଟିବ ବୋଲି ଯାହା କୁହାଯାଉଥିଲା, ତାହା ପୁଣି ଅଟକି ଯାଇଛି । ସେପଟେ ୬ଦିନ ପୂର୍ବରୁ ବିଧାନସଭା ବନ୍ଦ ହେବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।
ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପର ଅନୁମୋଦନ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ, ଫାଇଭ୍ ଟି ସଚିବ, ବାଣିଜ୍ୟ ଓ ପରିବହନ ଏବଂ ନଗର ଉନ୍ନୟନ ବିଭାଗର ସଚିବ ମାନେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥିତିର ଅନୁଧ୍ୟାନ କରିଥିଲେ ।
ପୂର୍ବରୁ ଉକ୍ତ ଓଲାଗି ବାନର ଦର ୨୦୦ଟଙ୍କା ଥିଲା । ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟିର ନିଷ୍ପତ୍ତିକ୍ରମେ ଦର ବୃଦ୍ଧି କରାଯାଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।
ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ର ୧୬ତମ ସଂସ୍କରଣରେ କିଏ ଜିତିବ ମୁକୁଟ? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା । ଗୁଜରାଟ ଟାଇଟନ୍ସର ମୁକୁଟ ବଜାୟ ରଖିପାରିବେ କି ହାର୍ଦ୍ଦିକ ପାଣ୍ଡ୍ୟା? ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚାରି ଥର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ମିଳିପାରିବ କି ସଫଳତା? ନା ଟୁର୍ଣ୍ଣାମେଣ୍ଟକୁ ଏଥର ମିଳିବ ନୂଆ ଚାମ୍ପିଅନ୍?
ରୋଗୀଙ୍କୁ ଆଡମିଶନ କରାଇ ଆଉ ଏକ ହସପିଟାଲରୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ଜେ. ଏମ୍ . କେୟାର ନର୍ସିଂହୋମ ବିରୋଧରେ ।
ଅନ୍ୟପଟେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ, ବର୍ଷା କମିବା ସହ ଉତ୍ତାପ ବଢିବ ।
ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି, ଯାହାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପ୍ରତି ସଜାଗ ରହିଛୁ । ଆମ ପାଖରେ ଥିବା ଜ୍ଞାନକୌଶଳକୁ ଆଧୁନିକୀକରଣ କରିଛୁ ।
ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ନା ପୋଲିସ୍ କର୍ମଚାରୀ ଗୁଳି କରିଥିବା ପୋଲିସ ଜାଣି ମଧ୍ୟ ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି ।
ପାଠପଢ଼ା ଆରମ୍ଭ ନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି ।
ଆଜି ଉତ୍କଳ ଦିବସରେ ରାଜ୍ୟର ହଜାର ହଜାର ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନବ ଦାସ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା, କ’ଣ ହେଲା ବୋଲି ପ୍ରଶ୍ନ କଲେ । ଏହି କେସ୍ରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରି ନ୍ୟାୟ ଦେଇପାରିବ ନାହିଁ କହିଲେ ଜୟନାରାୟଣ ।
ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କରାଯାଇଥିବା ଅଭିଯୋଗ । ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ନେଇ କହିଲେ ଅଭିଭାବକ ।
ଅନୁସନ୍ଧାନ ନକଲେ ସନ୍ଦେହ ରହିବ ବୋଲି କହିଛନ୍ତି ନରସିଂହ । ଅନ୍ୟପଟେ ନରସିଂହଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।
ବିମାନ ବନ୍ଦର, ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୁଲିଆ ଦେଇ ମେଟ୍ରୋ ଚଳାଇବାକୁ ଯୋଜନା ରହିଛି ।
ଜଗତସିଂହପୁର ଜିଲ୍ଳାର ସଦର ବ୍ଲକ୍ ଅନ୍ତର୍ଗତ ଅଳା ପଂଚାୟତ ମକରମପୁର ଗ୍ରାମର ସାଗରବାଳା ପଟ୍ଟନାୟକ । ବାସନ୍ତୀ ଅପା ନାଁରେ ଘରେ ଘରେ ପରିଚିତ ସାଗରବାଳା ।୧୯୬୫ ମସିହାରେ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିସହିତ ଆକାଶବାଣୀ କଟକର ନାଟକ ବିଭାଗରେ କଳା ପରିବେଷଣ କରିବା ସହିତ ଶେଷଶ୍ରାବଣ ଓ ମନଆକାଶ ପ୍ରଭୃତି ୧୦ ରୁ ଉର୍ଦ୍ଧ୍ୱ ଚଳଚିତ୍ରରେ ମଧ୍ୟ ସହ କଳାକାର ଭାବେ ଅଭିନୟ କରିଥିଲେ ସାଗରବାଳା
ଡାକ୍ତର ଗଣପତି ତେଲକୋଇ ଥାନା କରଦାଙ୍ଗି ଗ୍ରାମର କଳାବତୀ ବେହେରା ନାମକ ଜଣେ ବୃଦ୍ଧାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ଲାଞ୍ଚ ଦେଲାବେଳେ ବୃଦ୍ଧାଙ୍କ ନାତି ଭିଡିଓ କରି ଭାଇରଲ କରିଥିଲେ । ଲାଞ୍ଚ ମାଗୁଥିବାର ଘୃଣ୍ୟ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ।
ସ୍ଥିତି ଏମିତି ହେଲାଣି ଯେ ଶ୍ରେଣୀ ଗୃହର ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢା ଯାଉଛି । କେତେବେଳେ ଯେ ଏଇ ସ୍କୁଲ ଗୃହ ଭୁଷୁଡି ପଡିବ ତାହା କେହି ମଧ୍ୟ କରିପାରିବେ ନାହିଁ ବିଦ୍ୟାଳୟର ଏଇ ସମସ୍ୟାକୁ ନେଇ ସ୍କୁଲ କମିଟି ଓ ପ୍ରଧାନ ଶିକ୍ଷକ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲାପରେ ମଧ୍ୟ କୌଣସି ଲାଭ ମିଳିନଥିବା ଅଭିଯୋଗ ହୋଇଛି ।
ସମସ୍ତଙ୍କ ନଜର ହଟାଇବା ପାଇଁ ନୂଆ କୌଶଳ ଆପଣାଉଛନ୍ତି କାର୍ଯ୍ୟାଦେଶ ନେଇ କାମ କରୁଥିବା ଠିକାଦାର ଓ ଅଧିକାରୀ । ସରକାରୀ ଛୁଟି ଦିନରେ ମେସିନ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଅନେକ କ୍ଷେତ୍ରରେ ରାତିରେ ମେସିନ ସାହାଯ୍ୟରେ କାମ ହେଉନଥିବା ଅଭିଯୋଗ ହୋଇଛି ।