Advertisment

ବନ କର୍ମଚାରୀଙ୍କ ସଙ୍ଗୀନ ଅଭିଯୋଗ; ‘ଆମ ଉପରକୁ ପୋଲିସ ଗୁଳିମାଡ଼ କରିଛି’

ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ନା ପୋଲିସ୍ କର୍ମଚାରୀ ଗୁଳି କରିଥିବା ପୋଲିସ ଜାଣି ମଧ୍ୟ ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

author-image
Manoranjan Behera
Forest Officials

Forest Officials

ସାରା ରାଜ୍ୟରେ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ବୌଦ୍ଧ ପୋଲିସ୍ ଉପରେ ଆସିଛି ସଙ୍ଗୀନ ଅଭିଯୋଗ । ଗତ ମାର୍ଚ୍ଚ ୨୯ ତାରିଖ ରାତିରେ ବୌଦ୍ଧ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଲିଆପାଲି ଛକରେ ବନବିଭାଗର ପେଟ୍ରୋଲିଂ ଗାଡ଼ିକୁ ଗୁଳିମାଡ଼ ଘଟଣାରେ ଆସିଛି ନୂଆ ମୋଡ । ଦୁଇ ଜଣ ପୋଲିସ କର୍ମଚାରୀ ଗୁଳି କରିଥିବା ନେଇ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କଲେ ଆହତ ବନ କର୍ମଚାରୀ ନବ କିଶୋର ସାହୁ । ପୋଲିସ କର୍ମଚାରୀ କୁଶଳ ପ୍ରଧାନ ଏବଂ ହରି ସାହୁ ଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଆହତ ବନ କର୍ମଚାରୀ । ଏପଟେ ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ୍‌ର ହାତ ଖାଲି । ସେପଟେ ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି କହିଲେ ଏସପି ।

Advertisment

ମାର୍ଚ୍ଚ ୨୯ ତାରିଖ ରାତିରେ ବୌଦ୍ଧ ବନବିଭାଗ ପକ୍ଷରୁ ବଘିଆପଡ଼ା ଅଞ୍ଚଳରେ ପେଟ୍ରୋଲିଂ କରାଯାଉଥିବା ସମୟରେ ଖଲିଆପାଲି ଛକ ନିକଟରେ ଦୁଇଟି ବାଇକ୍ ଯୋଗେ ପୋଲିସ୍ କର୍ମଚାରୀ ୪ ଜଣ ଆସି ପେଟ୍ରୋଲିଂ ଗାଡ଼ିଟିକୁ ଅଟକାଇ ଥିଲେ ଏବଂ ଅତର୍କିତ ଭାବେ ଗାଡ଼ି ଉପରକୁ ଦୁଇ ଜଣ ପୋଲିସ୍ କର୍ମଚାରି ଗୁଳି ଚାଲାଣ କରିଥିଲେ ।

ଫଳରେ ଗାଡ଼ିରେ ବସିଥିବା ବନ କର୍ମଚାରୀଙ୍କ ଦେହରେ ଗୁଳି ବାଜିଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ପଡ଼ିଥିଲେ । ତେବେ ଆହତ ବନ କର୍ମଚାରୀ ନବ କିଶୋର ସାହୁ ଆଜି ମେଡିକାଲରୁ ଆସିବା ପରେ ବୌଦ୍ଧ ଆଦର୍ଶ ଥାନା ଆସି ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଦେଖିଥିବା ନେଇ ତାଙ୍କ ନାମ ଏକ ଗାଡ଼ି ନଂ ଉଲ୍ଲେଖ କରି ଏକ ଅଭିଯୋଗ ଥାନାରେ କରିଛନ୍ତି ।

Advertisment

ତେବେ କୁଶଳ ପ୍ରଧାନ ଏବଂ ହରି ସାହୁ ଏକ ପଲ୍‌ସର ବାଇକ୍‌ରେ ଆସି ତାଙ୍କ ବନ୍ଧୁକରୁ ତାଙ୍କୁ ଗୁଳି ମାରିଥିବା ଅଭିଯୋଗ କରିଛନ୍ତି ଆହତ ବନ କର୍ମଚାରୀ ନବ କିଶୋର ସାହୁ । ତେବେ ଏ ଅଭିଯୋଗ ପରେ ପୋଲିସ୍‌ର ଭୂମିକା ଉପରେ ସନ୍ଦେହ ସୃଷ୍ଟି ହେଉଥିବା ଚର୍ଚ୍ଚା ଜୋର ଧରିଛି ।

ବନ କର୍ମଚାରୀଙ୍କ ସଙ୍ଗୀନ ଅଭିଯୋଗ ସମ୍ପର୍କରେ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ DFO । ନବଙ୍କ ଅଭିଯୋଗ ସମ୍ପର୍କରେ ଏପର୍ଯ୍ୟନ୍ତ ତାଙ୍କ ପାଖରେ ଖବର ନାହିଁ ଏବଂ ପୋଲିସ୍ ସବୁବେଳେ ବନ ବିଭାଗ କୁ ସାହାଯ୍ୟ କରେ ଏବଂ ପୋଲିସ୍ ଏହି କର୍ମଚାରୀଙ୍କୁ ଗୁଳି ମାରିବା ଯଥାର୍ଥ ନୁହେଁ ବୋଲି କହିବା ସହିତ ତାଙ୍କ ସହିତ କୌଣସି ଶତ୍ରୁତା ମଧ୍ୟ ନାହିଁ ବୋଲି DFO ଦେବପ୍ରିୟ କମ୍ପ ସୂଚନା ଦେଇଛନ୍ତି ।

ସେପଟେ ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ନା ପୋଲିସ୍ କର୍ମଚାରୀ ଗୁଳି କରିଥିବା ପୋଲିସ ଜାଣି ମଧ୍ୟ ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି ଏବଂ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ବନ ବିଭାଗ କର୍ମଚାରୀଙ୍କ ଉପରକୁ ଦୁର୍ବୃତ୍ତ ଗୁଳି ମାଡ କରିବା ଜିଲ୍ଲାରେ ପ୍ରଥମ ଘଟଣା ପାଲଟିଥିବା ବେଳେ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଧରା ପଡୁନାହିଁ । ତେବେ ସଠିକ୍ ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି ।

(ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର)

Police Forest Officials
Advertisment
Advertisment