/odishatv-khabar/media/post_attachments/uploadimage/library/16_9/16_9_0/Protest_1680337037.jpg)
Protest
କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ । ଜାଣିଶୁଣି ପିଲାଙ୍କୁ କରିଦେଲେ ଫେଲ ! ଏହାର ପ୍ରତିବାଦ କରି ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମାନେ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ବନମାଳୀ ପ୍ରସାଦ ନିକଟ କେନ୍ଦ୍ରୀୟ ବିଦ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।
Advertisment
ଏକାଦଶ ଶ୍ରେଣୀର ୯୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୧ ଜଣଙ୍କୁ ବାର୍ଷିକ ପରୀକ୍ଷାରେ ଅଧ୍ୟକ୍ଷ ଜାଣିଶୁଣି ଫେଲ୍ କରିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଅଧ୍ୟକ୍ଷଙ୍କୁ ପଚାରିବାକୁ ସେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଦୁର୍ବ୍ୟବହାରକ କରିଥିବା ଅଭିଯୋଗ ମଧ୍ୟ ହୋଇଛି । ସ୍କୁଲରେ ସ୍ଥାୟୀ ଶିକ୍ଷକ ନାହାନ୍ତି । ତରବରିଆ ଭାବେ କୋର୍ସ ସାରିଦିଆଯାଉଥିବା ମଧ୍ୟ କହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ସମସ୍ତ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପାସ କରିବାକୁ ସେମାନେ ଦାବି କରିଛନ୍ତି । ତେବେ ଏନେଇ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)