ଭରା ନଈରେ ପାର୍ ହେଉଛି ଏ କୁନି କୁନି ଭବିଷ୍ୟତ । ଆଉ ଜୀବନ ଧାରାର ମାଧ୍ୟମ ପାଲଟିଛି ଏଇ ଖଣ୍ଡକ ଦଉଡ଼ି । କେତେବେଳେ ଯେ ଛିଡ଼ିଯିବ କାହାକୁ ଜଣାନାହିଁ । ହେଲେ ସେହି ଦଉଡ଼ିକୁ ଧୀରେ ଧୀରେ ଭିଡି ନଦୀ ପାର୍ ହେଉଛନ୍ତି ଏଠାକାର ଲୋକେ ।
ନିଲମ୍ବିତ ପ୍ରଧାନଶିକ୍ଷକଙ୍କ ସପକ୍ଷରେ ବାହାରିଲେ ଛାତ୍ରଛାତ୍ରୀ। ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ।
ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ। ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି।
ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି। ସେଠାରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଥିବା ପୋଲିସ ସୂଚନା ଦେଇଛି।
ସବୁ ସ୍କୁଲ୍ ପିଲାଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର ଅଣାଯିବାକୁ ଯୋଜନା ହେଉଛି । ୧୨ ଅଙ୍କ ବିଶିଷ୍ଟ ଏହି ନମ୍ବର ପ୍ରି ପ୍ରାଇମେରୀ ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରହିବ।
୭ ଜଣ ଛାତ୍ର ଆଜି ପୋଖରୀରେ ଗାଧୋଉଥିବା ବେଳେ ସେଥିରୁ ଦୁଇ ଜଣ ବୁଡିଯାଇଥିବା ସୂଚନା ମିଳିଛି ।
ମଧ୍ୟାହ୍ନ ଭୋଜନ ଖାଇଲେ ପିଲାଙ୍କ ସ୍ୱାସ୍ଥ୍ୟ ବଢିବ ନା ମେଡିକାଲ ଯିବାକୁ ପଡ଼ିବ ? କୁନି କୁନି ପିଲାଙ୍କୁ ଦିଆଯାଉଥିବା ଭାତରେ ସାଲୁବାଲୁ ହେଉଛନ୍ତି ପୋକ, ଡାଲିରେ ଖାଲି ହଳଦୀ । ଆଉ ଅଣ୍ଡା ତରକାରୀ କଥା ପଚାରେ କିଏ ?
ବିଇଓଙ୍କୁ ଘେରିଲେ ଛାତ୍ରୀ। ଶେଷରେ ଜବାବ ଦେଇ ନପାରି ଫେରିଗଲେ ବିଇଓ। ସ୍କୁଲ୍ ମିଶ୍ରଣକୁ ବିରୋଧ କରି ସ୍କୁଲ୍ ଆଗରେ ଧାରଣା ଦେଇଛନ୍ତି ୟୁନିଟ୍ ୯ ବାଳିକା ହାଇସ୍କୁଲ୍ ଛାତ୍ରୀ। ଆନ୍ଦୋଳନରତ ଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିବାକୁ ଭୁବନେଶ୍ୱର ବିଇଓ ପ୍ରଜ୍ଞା ପରମିତା ଜେନା ଆସିଥିଲେ। ଏହି ସମୟରେ ‘ଆମ ସ୍କୁଲ୍ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ’ ବୋଲି ନାରା ଦେଇଥିଲେ ଛାତ୍ରୀ।
ସ୍କୁଲ୍ ମିଶ୍ରଣ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଭୁବନେଶ୍ୱର ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ।
ବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧୀରେ ଧୀରେ ସୁଧୁରି ଆସିଥିଲା। କିନ୍ତୁ ହଠାତ ବିଦ୍ୟାଳୟ ଛୁଟି ଥିବା ବେଳେ ପ୍ରଧାନଶିକ୍ଷକଙ୍କ ହଠାତ ବଦଳିକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।
ସ୍ଥିତି ଏମିତି ହେଲାଣି ଯେ ଶ୍ରେଣୀ ଗୃହର ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢା ଯାଉଛି । କେତେବେଳେ ଯେ ଏଇ ସ୍କୁଲ ଗୃହ ଭୁଷୁଡି ପଡିବ ତାହା କେହି ମଧ୍ୟ କରିପାରିବେ ନାହିଁ ବିଦ୍ୟାଳୟର ଏଇ ସମସ୍ୟାକୁ ନେଇ ସ୍କୁଲ କମିଟି ଓ ପ୍ରଧାନ ଶିକ୍ଷକ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲାପରେ ମଧ୍ୟ କୌଣସି ଲାଭ ମିଳିନଥିବା ଅଭିଯୋଗ ହୋଇଛି ।
ବିନା ଲାଇସେନ୍ସରେ ଗାଡ଼ି ଚଲାଇ ଫସିଲେ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ। ୧୮ ବର୍ଷରୁ କମ୍ ପୁଅଝିଅମାନେ ବିନା ହେଲ୍ମେଟ୍ ଓ ଡିଏଲ୍ରେ ଗାଡ଼ି ଚଲାଇବାରୁ ଆଜି ସାରା ରାଜ୍ୟରେ ହଜାର ହଜାର ଟଙ୍କା ତଣ୍ଡ ଗଣିଛନ୍ତି ଅଭିଭାବକ।
ଏଣିକି ଗାଡ଼ି ଚଳାଇ ପାରିବେନି ନାବାଳକ ଓ ନାବାଳିକା ସ୍କୁଲ ପିଲା । ସ୍କୁଲ ଓ କଲେଜ ଆଖପାଖରେ ହେବ କଡ଼ାକଡ଼ି ଚେକିଂ । କାଲିଠୁ ଆରମ୍ଭ ହେଉଛି ସ୍ପେସାଲ ଡ୍ରାଇଭ । ଗାଡ଼ି ଜବତ ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ବ୍ୟବସ୍ଥା ରହିଛି ।
ଆଲୋ ଆଲୋ ଏଇ ପିଲାଏ ଦୁବାଇ ଯିବେ ନା କଣ? ଆଉ ନୁହେଁ ତ କଣ? ଦେଖୁନୁ ସ୍କୁଲରେ ପିଲାମାନେ ପାଠ ନପଢି କେମିତି ଶାବଳ ଧରି ଖୋଳି ପକାଉଛନ୍ତି କ୍ଲାସ୍ ରୁମ୍...ନାରଣ ଏଇ ସବଜେକ୍ଟ ଟା କୋଉ ପିରିୟଡ୍ର?
ସାଙ୍ଗ ସାଥିଙ୍କ ସହ ସ୍କୁଲ୍ ଯାଉଛି ଶୁଆ। ମିଟୁ ଡାକ ଡାକି କେବେ ସାଙ୍ଗର ମୁଣ୍ଡ ଉପରେ ତ ପୁଣି କେବେ ସାଙ୍ଗର କାନ୍ଧ ଉପରେ ବସୁଛି ଶୁଆ। ସମୟରେ ସ୍କୁଲ୍ ଯାଉଛି ଆଉ ଛୁଟି ହେଲେ ଫେରୁଛି। ସ୍କୁଲ୍ କେତେବେଳେ ଖୋଲୁଛି ଆଉ କେତେବେଳେ ବନ୍ଦ ହେଉଛି ତାହା ବି ଜାଣିଛି ଏହି ଶୁଆ।