ସରକାରଙ୍କ ଉପରୁ ତୁଟୁଛି କି ଏସ୍ଏଚଜିଙ୍କ ଭରସା? ଏକଜୁଟ୍ କରି ରଖିବାକୁ ନେତାଙ୍କୁ ବିଜେଡିର ନିର୍ଦ୍ଦେଶ
ଡାକ୍ତର ଯଦି ଠିକରେ ରୋଗ ଚିହ୍ନି ନପାରିବେ ଓ ଭୁଲ୍ ଔଷଧ ଦେବେ ତାହେଲେ କହିବା କାହାକୁ । ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦିବ୍ୟାଙ୍ଗ ମହିଳା । କ’ଣ କରିବେ କୁଆଡ଼େ ନେବେ, ପରିବାର ଲୋକେ ବାଉଳା ହେଉଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପ୍ୟାଣ୍ଟ ସାର୍ଟ ପିନ୍ଧାଇ ନାକେଦମ ହୋଇ ସାରିଥିବା ଅନୁଗୋଳ ପୌର ପ୍ରଶାସନ ଶେଷରେ ଆଜି ତାଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନେଇଛି ।
ମୁହାଁମୁହିଁ ବିଜେଡି-ବିଜେପି । ନିର୍ବାଚନ ଋତୁ ଆସିଲେ ଏମିତି ଚାଲେ କହିଲା ବିଜେଡି । ବିଜେପିର ଜବାବ ରୁଟିନ ୱାର୍କ ।
ଓଭର୍ଟେକ୍ କରି ଯିବା ସମୟରେ ଚାଲିଗଲା ଜୀବନ ।
ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଲା । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪,୪୩୫ ଜଣ । ରାଜ୍ୟରେ ୫୦ ଟ୍ରେଣ୍ଡକୁ ଟପିଲା କରୋନା ସଂକ୍ରମଣ ।
ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ, ୨୩ରୁ ମେ' ୭ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ହେବ ।
ଏକାଧିକ ମାମଲାରେ ସବୁ ଦଣ୍ଡକୁ ମିଶାଇ ମୋଟ ୯୦ ବର୍ଷ ସଜା ଶୁଣାଇଛନ୍ତି କୋର୍ଟ ।
ଜଗତସିଂହପୁର ଜିଲ୍ଳା ସଦର ବ୍ଲକ୍ ଅନ୍ତର୍ଗତ କଂଟିଲୋରେ କୁକୁର ଓ ବିଲେଇଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଉଭୟେ ସାଙ୍ଗ ହୋଇ ଖେଳୁଛନ୍ତି, ସାଙ୍ଗ ହୋଇ ଶୋଉଛନ୍ତି ପୁଣି ସାଙ୍ଗ ହୋଇ ଖାଉଛନ୍ତି ।
ନିଶା ଖାଇବା ପରେ କେମିତି ଅକାରଣେ ଜୀବନ ଚାଲିଯାଉଛି ତାହାକୁ ବୁଝାଇବା ଉଦେଶ୍ୟରେ ପାରାଦ୍ୱୀପରେ ଚାଲିଛି ସଚେତନତା ଶୋଭାଯାତ୍ରା । ସେଇଥି ପାଇଁ ତ ଏତେ ସବୁ ଆୟୋଜନର ବ୍ୟବସ୍ଥା କରାଯାଇଛି । ଓଡିଶା ୟୁଥ ଫେଡେରେସନର ସ୍ଵେଚ୍ଛାସେବୀଙ୍କ ଦ୍ଵାରା ରବିବାର ଦିନ ଏମିତି କାର୍ଯ୍ୟକ୍ରମ ପାରାଦୀପରେ ଅନୁଷ୍ଠିତ ହୋଇଛି । ପାରାଦୀପରେ ରହିଛି ୧୯ଟି ଓ୍ଵାର୍ଡ ଆଉ ତାହାରି ଭିତରେ ୨୧ଟି ମଦ ଦୋକାନ ରହିଛି ।
ଶେଷରେ ଉପାୟଶୂନ୍ୟ ହୋଇ ଓ ନିର୍ଯାତନା ସହିନପାରି ଗତ ରବିବାର ଦିନ ୩ ଶ୍ରମିକ କମ୍ପାନୀରୁ ଲୁଚିକି ବାହାରି ଚାଲି ଚାଲି ଗାଁ ଅଭିମୁଖେ ବାହାରି ଥିଲେ। ପାଖରେ କିଛି ଟଙ୍କା ନଥିବା ଯୋଗୁ କିଛି ନ ଖାଇ ନ ପିଇ ୩ ଶ୍ରମିକ ୮ ଦିନରେ ୧୧୦୦ କି.ମି. ଚାଲି ଚାଲି ଗାଁରେ ପହଞ୍ଚିଥିଲେ ବୋଲି ସୂଚନା ମିଳିଛି।
ଆପଣ କେବେ ‘ବୋନଲେସ୍ ଚିକେନ ହଂକଂ’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ରେଷ୍ଟୁରାଣ୍ଟ ଷ୍ଟାଇଲରେ ଘରେ ପ୍ରସ୍ତୁତ କରନ୍ତୁ ‘ବୋନଲେସ୍ ଚିକେନ ହଂକଂ’ । ତେବେ ଚାଲନ୍ତୁ ଜାଣିବା ‘ବୋନଲେସ୍ ଚିକେନ ହଂକଂ’ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।
ଲୋଭରେ ପଡ଼ି ଲୋକେ ଇନଭେଷ୍ଟମେଣ୍ଟ ଏବଂ ଅନଲାଇନ୍ ଟ୍ରେଣ୍ଡିଂ ମୋହରେ ପଡ଼ି ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଖାଲି ଏତିକି ନୁହେଁ ବରଂ ଟେଲିଗ୍ରାମ୍ ଜରିଆରେ ଲିଙ୍କ୍ ପଠାଇ ଅଧିକ ରିର୍ଟନ ପାଇବା ଆଶାରେ କୋଟି କୋଟି ଟଙ୍କାର ଠକେଇର ଶିକାର ହୋଇଛନ୍ତି ଲୋକେ । ପାଖାପାଖି ଏନେଇ ୧୪ ମାମଲା ସାମ୍ନାକୁ ଆସିଛି ।
ସୁନ୍ଦରଗଡ଼ ଟାଉନ ଯୁବ ବିଜେଡି ସଭାପତି ଧୀରଜ ପ୍ରସାଦ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ।
ପୁଣି ମନମାନି କରୁଛି ଟାଟାପାୱାର । ସରକାରୀ କାର୍ଯ୍ୟାଳୟ ଉପରେ ଲକ୍ଷଲକ୍ଷ ଟଙ୍କା ବକେୟା ବିଲ୍ ରହିଛି...ହେଲେ ଗରିବଙ୍କର କିଛି ଟଙ୍କା ବକେୟା ଥିବାରୁ ବିଜୁଳି କାଟି ଦେଇଛି ଟାଟା । ଗାଁକୁ ବିଜୁଳି ନଗଲେ ଏସଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇବାକୁ ଚେତାବନୀ ଦେଲେ ଗାଁ ଲୋକେ।
ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଡାକ୍ତର ଓ ନର୍ସ ଉଭୟ ଶିଶୁ କନ୍ୟାଙ୍କ ଜୀବନ ବଞ୍ଚାଇ ପାରିନଥିଲେ। ଶେଷରେ ଡାକ୍ତର ଶିଶୁ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ।
ଅତାବିରାରେ ବିଜେଡିର ବାଜିମାତ୍ । ବରଗଡ଼ର ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍ । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ଆବାସ ଘରରେ ବଡ଼ କେଳଙ୍କାରୀ । ହିତାଧିକାରୀ ହୋଇଥିଲେ ବି ଘର ଖଣ୍ଡିଏ ଲାଗି ୩୦ ହଜାର ଲାଂଚ ମାଗୁଛନ୍ତି କୁଜି ନେତା । ଟଙ୍କା ଦେଇ ପାରୁନାହାନ୍ତି ବୋଲି ଏଯାଏଁ ଝୁପିଡ଼ି ଘରେ ରହୁଛନ୍ତି ନମିତା
ଯାଜପୁର ଧର୍ମଶାଳା ଥାନା ଭାଲୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଗାଡ଼ି ସହ ଡ୍ରାଇଭର ଜୀବନ୍ତ ଦଗ୍ଧ । ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିବା ପରେ ଜଳିଗଲା ଟ୍ରେଲର । ଗୁରୁତର ହେଲପର ବି ଆଖିବୁଜିଲେ...
ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଛୁରୀ ଓ କାଠ ଫାଳିଆରେ ଯୁବକ ଦ୍ୱୟ ମହିଳାଙ୍କୁ ଆକ୍ରମଣ କରିଥିଲେ।
ଯେଉଁ ପିଲାଙ୍କୁ ଜନ୍ମ କରିଛି ସେମାନଙ୍କ ପେଟରେ ମୁଠେ ଆହାର ଦେବା ଲାଗି ଦିନରାତି ଏକ କରି କାମ କରୁଥିଲା । ବଡ଼ କଷ୍ଟରେ ଦିନରୁ ଦୁଇ ଓଳି ଖାଇବା ଯୋଗାଡ଼ କରୁଥିଲା । ହେଲେ ଦୈବ ଖେଳିଲା ଖେଳ । ହଠାତ୍ ସିଏ ବି ଅସୁସ୍ଥ ହୋଇ ପଡ଼ିଲେ । ବାସ୍ ଏହାପରେ କୁମାରୀଙ୍କ ପରିବାରକୁ ଘେରିଗଲା ଦୁଃଖର କଳାବାଦଲ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଜାତି ଅଲଗା, ଖୁଆଡ଼ ଗୋଟିଏ । ସମସ୍ତେ ହିଂସ୍ର, ହେଲେ ପରସ୍ପର ମଧ୍ୟରେ ଶତ୍ରୁତା କି କେହି କାହାରିକୁ ଆକ୍ରମଣ କରିବାର ଉପକ୍ରମ ବି ନାହିଁ । ବରଂ ଆକ୍ରମଣ କି ପ୍ରତିଆକ୍ରମଣ ବଦଳରେ ସମସ୍ତେ ଖେଳକୁଦରେ ବ୍ୟସ୍ତ।
ଉଦ୍ଦେଶ୍ୟମୂଳକ ଭାବେ ରେଡ୍ କରାଯାଇଛି କହିଲା ବିଜେଡି । ଟିକସ ଫାଙ୍କିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହେଉଛି କହିଲା ବିଜେପି ।
ବୁଢ଼ୀ ଠାକୁରାଣୀ ଯାତ୍ରାକୁ ନେଇ ଚଳଚଞ୍ଚଳ ବ୍ରହ୍ମପୁର । ମଧ୍ୟରାତ୍ରିରେ ଦେଶୀ ବେହେରା ସାହିରେ ବିରାଜିବ ପାଟ ଘଟ । ଚନ୍ଦନେଶ୍ୱରଙ୍କ ଚଡକ ପର୍ବରେ ଭକ୍ତଙ୍କ ଭିଡ ।