ନୂତନ ଗୃହରେ କ୍ଲାସ ହେବା କହି ପ୍ରିନ୍ସିପାଲ ଏଠାରୁ ସମସ୍ତ ଆସବାବ ପତ୍ର ନୂତନ ସ୍କୁଲଗୃହକୁ ନେଇଯାଇ ଏଠାରେ ସ୍କୁଲ ବନ୍ଦକରି ଅନ ଲାଇନ ମାଧ୍ୟମରେ କ୍ଲାସ ଚଳାଇଛନ୍ତି। ସ୍କୁଲ ବନ୍ଦ କରିବାର କାରଣ ମଧ୍ୟ କହୁ ନାହାନ୍ତି। ଯାହା ଫଳରେ ପିଲାମାନେ ପାଠ ଠିକରେ ବୁଝିପାରୁ ନାହାଁନ୍ତି। ଏଭଳି ପରିସ୍ଥିତିରେ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲିହେଇ ଯାଉଛି। କିଭଳି ଶୀଘ୍ର ସ୍କୁଲ ଖୋଲିବ ସେ ନେଇ ସେମାନେ ଜିଲ୍ଲାପାଳ ଓ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
୧୦ରୁ ୧୫ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଉପସ୍ଥିତ ନଥିଲେ। ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗତକାଲି ବୈଠକରେ ଉପସ୍ଥିତ ନଥିଲେ ଆଜି ପ୍ରିନ୍ସପାଲ ସେମାନଙ୍କୁ ଶ୍ରେଣୀ ଗୃହ ବାହାରକୁ କାଢ଼ି ଦେଇଥିଲେ।
ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କରାଯାଇଥିବା ଅଭିଯୋଗ । ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ନେଇ କହିଲେ ଅଭିଭାବକ ।
KVSର PGT, TGT ର ନିଯୁକ୍ତି ପାଇଁ ଯେଉଁମାନେ ଆବେଦନ କରିପାରି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। ଆବେଦନ କରିବାର ସମୟସୀମା ବୃଦ୍ଧି କରିଛି KVS । ଜାଣନ୍ତୁ କେବେଯାଏ କରିପାରିବେ ଆବେଦନ।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ଖାଲି ପଡ଼ିଥିବା ପ୍ରାଇମେରୀ ଶିକ୍ଷକ ପଦବୀ ପାଇଁ KVS ଆବେଦନପତ୍ର ଆହ୍ୱାନ କରୁଛି। ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ KVS ୱେବ୍ସାଇଟ୍- www.kvsangathan.nic.in କୁ ଯାଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।