IRB ବାଟାଲିୟନ, OSAP, ଫାୟାରମ୍ୟାନ ଓ PMT ଡ୍ରାଇଭର ନିଯୁକ୍ତ ପ୍ରସଙ୍ଗ । ପରୀକ୍ଷାର୍ଥୀଙ୍କ ବୟସସୀମା ବୃଦ୍ଧି ଦାବିରେ ପ୍ରଚଣ୍ଡ ଖରାରେ ବିଧାନସଭା ଆଗରେ ଶୋଇ ଆନ୍ଦୋଳନ କଲେ ଶତାଧିକ ଆଶାୟୀ ।
ବହୁ ସ୍କୁଲକୁ ଆସିଲେନି ପିଲା, ପାଠ ନପଢାଇ ଫେରିଲେ ଶିକ୍ଷକ । ପିଲାଙ୍କ ଅଧିକାର କ୍ଷୁର୍ଣ୍ଣ ନକରିବାକୁ ଡିଇଓଙ୍କ ନିବେଦନ ।
ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ତାତିଲେ ପରୀକ୍ଷାର୍ଥୀ। ଯୋଗ୍ୟ ମେରିଟ ତାଲିକାରୁ ବାଦ୍ ପଡିଥିବା ଶହ ଶହ ପରୀକ୍ଷାର୍ଥୀଙ୍କ ଭୁବନେଶ୍ବରରେ ପ୍ରତିବାଦ ।
ଟିଏମସି ସରକାର ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନର ଡାକରା ଦେଇଛି ଛାତ୍ର ସଂଗଠନ । ଆଜି କୋଲକାତାରେ ବିଶାଳ ଜନ ସମାବେଶର ଡାକରା ଦେଇଛି ଛାତ୍ର ସମାଜ।
କେଉଁ ଦେଶରେ ଶରଣ ନେବେ ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ? ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ ହେଉଥିବା କୁହାଯାଉଛି ।
ଦେଶର ସଂରକ୍ଷଣ ନୀତିରେ ସଂସ୍କାର ପାଇଁ ଚିନ୍ତା କରିବା ହସିନା ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଛାତ୍ର ଆନ୍ଦୋଳନ ସାଂଘାତିକ ରୂପ ନେବା ପରେ ଅଣାୟତ୍ତ ହୋଇଛି ପରିସ୍ଥିତି ।
ମାତ୍ର କେଇ ଘଣ୍ଟା ଭିତରେ ଅଫିସରଙ୍କୁ ବି ପାଣି ପିଆଇଦେଲେ ହାଇସ୍କୁଲ୍ ଛାତ୍ରଛାତ୍ରୀ । ପିଲାଙ୍କ ସହ କାଦୁଅ ପଚ୍ ପଚ୍ ପାଣି ରାସ୍ତାରେ ଚାଲିଲେ ବିଡିଓ ଓ ତହସିଲଦାର ।
ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମାହାଲ ମାଣ୍ଡା ହଇଚଇ । ମେରିଟ ଲିଷ୍ଟ ପ୍ରକାଶ ପରଠାରୁ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ତେଜୁଛି ଅସନ୍ତୋଷ ।
ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ 'ମାହାଲମାଣ୍ଡା' ହଇଚଇ ! କମ୍ପ୍ୟୁଟର ବେସ୍ଡ ଟେଷ୍ଟର ମେରିଟ୍ ଲିଷ୍ଟ ପ୍ରକାଶ ପରଠୁ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ତେଜୁଛି ଅସନ୍ତୋଷ ।
ରାୟଗଡା ଜିଲ୍ଲା ବଡ଼ରାଇସିଙ୍ଗ ଆଶ୍ରମ ସ୍କୁଲ ଅବାସିକ ବିଦ୍ୟାଳୟ ଛାତ୍ରମାନେ ଅନେକ ବାଟ ଚାଲି ଚାଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପାଇଁ ଆସିଥିଲେ ।
ବିଇଓଙ୍କୁ ଘେରିଲେ ଛାତ୍ରୀ। ଶେଷରେ ଜବାବ ଦେଇ ନପାରି ଫେରିଗଲେ ବିଇଓ। ସ୍କୁଲ୍ ମିଶ୍ରଣକୁ ବିରୋଧ କରି ସ୍କୁଲ୍ ଆଗରେ ଧାରଣା ଦେଇଛନ୍ତି ୟୁନିଟ୍ ୯ ବାଳିକା ହାଇସ୍କୁଲ୍ ଛାତ୍ରୀ। ଆନ୍ଦୋଳନରତ ଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିବାକୁ ଭୁବନେଶ୍ୱର ବିଇଓ ପ୍ରଜ୍ଞା ପରମିତା ଜେନା ଆସିଥିଲେ। ଏହି ସମୟରେ ‘ଆମ ସ୍କୁଲ୍ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ’ ବୋଲି ନାରା ଦେଇଥିଲେ ଛାତ୍ରୀ।
ରାଜଧାନୀର ଛାତି ଉପରେ 5T ସ୍କୁଲ୍ ଛାତ୍ରୀଙ୍କ ଗର୍ଜନ। ବିଇଓଙ୍କୁ ଘେରି ସରକାରଙ୍କୁ ଦେଲେ ଚାଲେଞ୍ଜ। ଶ୍ରେଣୀ ବର୍ଜନ ସହ ଫାଟକରେ ତାଲା ପକାଇ ସରକାର ବିରୋଧରେ ସ୍ଲୋଗାନ। ଭୁବନେଶ୍ବର ୟୁନିଟ-୯ ସରକାରୀ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀ ଓ ଅଭିଭାବକମାନେ ଆଜି ଦୃଢ ପ୍ରତିବାଦ କରିଛନ୍ତି।
ସ୍କୁଲ୍ ମିଶ୍ରଣ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଭୁବନେଶ୍ୱର ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ।
ବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧୀରେ ଧୀରେ ସୁଧୁରି ଆସିଥିଲା। କିନ୍ତୁ ହଠାତ ବିଦ୍ୟାଳୟ ଛୁଟି ଥିବା ବେଳେ ପ୍ରଧାନଶିକ୍ଷକଙ୍କ ହଠାତ ବଦଳିକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।
ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କରାଯାଇଥିବା ଅଭିଯୋଗ । ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ନେଇ କହିଲେ ଅଭିଭାବକ ।
ରାୟଗଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା । ବିଡିଓଙ୍କ ନିକଟରେ ସ୍କୁଲର ସମସ୍ୟା ନେଇ ଅଭିଯୋଗ କରିବାକୁ ୩ କିଲୋମିଟର ଚାଲି ଚାଲି ବ୍ଲକ୍ କାର୍ଯ୍ୟାଳୟ ଆସିଲେ ସ୍କୁଲ ଛାତ୍ରଛାତ୍ରୀ ।
କର୍ଣ୍ଣାଟକରେ ତେଜିଲା ହିଜାବ ବିବାଦ। ଉଡ଼ୁପି ମହାତ୍ମା ଗାନ୍ଧି କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ପରିସ୍ଥିତି ଏପରି ହୋଇଥିଲା କି, ଗୋଟିଏ ଗୋଷ୍ଠୀ ହିଜାବରେ ଅନ୍ୟ ଏକ ଗୋଷ୍ଠୀ ଗେରୁଆ ଟୋପି ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ସକାଳୁ କଲେଜର ଛାତ୍ରୀ ପୂର୍ବ ଭଳି ହିଜାବ୍ ପିନ୍ଧି ଆସିଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ଅନ୍ୟ ଛାତ୍ରଛାତ୍ରୀ।
ଗତ ୨୭ ତାରିଖରେ ପରୀକ୍ଷା ବାତିଲ ଦାବିରେ କିଛି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ରାଜଧାନୀରେ ଆନ୍ଦୋଳନ କରିଥିଲେ।
ରାଜ୍ୟର କୋଭିଡ୍ ସ୍ଥିତି ସୁଧୁରିବା ପରେ କଲେଜ ଖୋଲି ପାଢପଢା ଆରମ୍ଭ ହୋଇଥିଲା । ମାତ୍ର ଓମିକ୍ରନ ଭୟ ବଢିବା ପରେ ଗତ ୧୦ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଥିଲା । ଫଳରେ ସିଲାବସ୍ର ୭୦ ପ୍ରତିଶତ ଏଯାଏଁ ଶେଷ ହୋଇନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ସରକାର କି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ରହିଛି ।
ଯଦି ଅନଲାଇନ୍ ପାଠପଢା ହେଉଛି, ତାହାହେଲେ ପରୀକ୍ଷା ବି ଅନଲାଇନ୍ କରାଯାଉ।
ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ତରବରିଆ ଭାବେ ୬ମାସରେ ୪ଟି ସେମିଷ୍ଟରର ଅଫଲାଇନ ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ ।