• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟ୍ୱିନ୍ ସିଟିରେ ଚାଲିବ ମେଟ୍ରୋ ଟ୍ରେନ୍ । ରାସ୍ତାର ଭିଡ଼ କମାଇବାକୁ ମେଟ୍ରୋ ଟେନ ଚଳାଇବାକୁ ସରକାର ଚିନ୍ତା କରୁଥିବା ବେଳେ, ଆଜି ପ୍ରାରମ୍ଭିକ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । କେଉଁ ରୁଟ୍ ଦେଇ ଗଡ଼ିବ ମେଟ୍ରୋ ଟ୍ରେନ୍, ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରିଭ୍ୟୁ କରାଯାଇଛି । ବିମାନବନ୍ଦରରୁ ତ୍ରିଶୂଳିଆ ରୁଟ୍‌ର ହେଲା ପ୍ରାରମ୍ଭିକ ସମୀକ୍ଷା । ବିମାନ ବନ୍ଦର, ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୁଲିଆ ଦେଇ ମେଟ୍ରୋ ଚଳାଇବାକୁ ଯୋଜନା ରହିଛି । ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ଉନ୍ନୟନ କମିଶନର, 5T, ପରିହବନ, ଆଇଟି ସଚିବଙ୍କୁ ନେଇ ରିଭ୍ୟୁ କରାଯାଇଛି । ଗୃହ ଓ ନଗର ଉନ୍ନୟନ ସଚିବ ଓ ପୋଲିସ କମିଶନର ମଧ୍ୟ ଏହି ରିଭ୍ୟୁରେ ସାମିଲ ଥିଲେ । କେଉଁ କେଉଁ ରୁଟ୍‌ ଦେଇ ମେଟ୍ରୋ ଚାଲିପାରିବ ତାହାର ସମୀକ୍ଷା ଟ୍ରାଫିକ୍‌ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ଆଦି ଦିଗକୁ ନେଇ ରିଭ୍ୟୁ କରାଯାଇଛି । ମୁଖ୍ୟତ ଏଲିଭେଟେଡ୍ ହୋଇପାରେ ମେଟ୍ରୋ ପ୍ରକଳ୍ପ ରୁଟ୍ । ପିଲର ସହାୟତାରେ ନିର୍ମିତ ଉପର ଟ୍ରାକରେ ଚାଲିପାରେ ଏହି ମେଟ୍ରୋ ଟ୍ରେନ୍ ।

ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ଦିଆଯାଇଛି । ଭୁବନେଶ୍ୱର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ୍‌ ।