/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680285356.jpg)
MGNREGA works
ରାଜ୍ୟରେ ବେକାରୀ ସମସ୍ୟା ହଟାଇବା ସହ ରୋଜଗାର ଯୋଗାଇବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କରାଯାଇଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା କାମ କିନ୍ତୁ ମେସିନ କରୁଛି ।
ସମସ୍ତଙ୍କ ନଜର ହଟାଇବା ପାଇଁ ନୂଆ କୌଶଳ ଆପଣାଉଛନ୍ତି କାର୍ଯ୍ୟାଦେଶ ନେଇ କାମ କରୁଥିବା ଠିକାଦାର ଓ ଅଧିକାରୀ । ସରକାରୀ ଛୁଟି ଦିନରେ ମେସିନ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଅନେକ କ୍ଷେତ୍ରରେ ରାତିରେ ମେସିନ ସାହାଯ୍ୟରେ କାମ ହେଉନଥିବା ଅଭିଯୋଗ ହୋଇଛି ।
ତେବେ ପୂରା ଘଟଣାକୁ ନେଇ କିନ୍ତୁ ସରପଞ୍ଚ ଏହାକୁ ଖଣ୍ଡନ କରିଛନ୍ତି । ପଞ୍ଚାୟତର ସମସ୍ତ କାର୍ଯ୍ୟକୁ ଵିଭାଗୀୟ ଯନ୍ତ୍ରୀ, ବିଡ଼ିଓ, ପିଡି ଓ ଜିଲ୍ଲାପାଳ ତଦାରଖ କରୁଛନ୍ତି। ଯଦି କୌଣସି ଅଭିଯୋଗ ଅଛି ଉପରିସ୍ଥ ଅଧିକାରୀ ଆଵଶ୍ୟକତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହୁଛନ୍ତି । ଯେଉଁ ମାନଙ୍କ ପାଇଁ ଯୋଜନା, ସେହି ମାନେ ଲାଭ ପାଇବେ କଣ ମେସିନ୍ ପାଉଛି ଲାଭ । ଏମିତି ଗଣ୍ଡା ଗଣ୍ଡା ଅଭିଯୋଗ ସିନା ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି ।
(ଭଦ୍ରକରୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)