• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫେକ୍‌ ସାର୍ଟିଫିକେଟ୍‌ ଘଟଣାରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ପ୍ରସଙ୍ଗ ନେଇ ବର୍ଷିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଲେ ‘ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍‌ କରିପାରିଛି କ୍ରାମ୍‌ବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ତଦନ୍ତକରି ଲୋକଙ୍କୁ ନ୍ୟାୟ ଦେଇପାରିବ ନାହିଁ । ଫେକ ସାର୍ଟିଫିକେଟରେ ସରକାରୀ ଦଳର ନେତାଙ୍କ ସମ୍ପୃକ୍ତି ରହିଛି । ତେଣୁ ଅନ୍ୟ ଘଟଣା ଭଳି ଏହି ଘଟଣାକୁ ମଧ୍ୟ ଚପାଇଦେବେ ।’

ଅଧିକ ପଢ଼ନ୍ତୁ: ନକଲି ସାର୍ଟିଫିକେଟ୍ ବିକ୍ରି ମାମଲାରେ ବିଜେଡି ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପୁଣି ବର୍ଷିଲେ ନରସିଂହ

ନବ ଦାସ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା, କ’ଣ ହେଲା ବୋଲି ପ୍ରଶ୍ନ କଲେ । ଏହି କେସ୍‌ରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରି ନ୍ୟାୟ ଦେଇପାରିବ ନାହିଁ କହିଲେ ଜୟନାରାୟଣ । ଅନ୍ୟପଟେ ଆଜି ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭା ବନ୍ଦ ନେଇ ମଧ୍ୟ ବର୍ଷିଛନ୍ତି ଜୟନାରାୟଣ । କହିଛନ୍ତି, ‘ସରକାର ଭୟଭୀତ ହୋଇ ପଳାୟନପନ୍ଥୀ ହୋଇଛନ୍ତି । ଅନେକ ପ୍ରସଙ୍ଗ ଉଠାଯାଇଥିଲା କାହାସହ ଆଲୋଚନା ନକରି ବନ୍ଦ କଲେ । ସରକାର ଡୁପ୍ଲିକେଟ, ସବୁକିଛି ଡୁପ୍ଲିକେଟ ଚାଲିଛି । ଡୁପ୍ଲିକେଟ ସାର୍ଟିଫିକେଟ, ଡୁପ୍ଲିକେଟ୍‌ 5T, ରତ୍ନଭଣ୍ଡାର ଚାବି ଡୁପ୍ଲିକେଟ୍‌ । ସବୁ ଏଠି ଡୁପ୍ଲିକେଟ୍‌, 5T ଗୋଟେ ଡୁପ୍ଲିକେଟ୍‌ ଡିପାର୍ଟମେଣ୍ଟ । ମହାନଦୀ ମୋସନ ଆଲୋଚନାକୁ ହଁ କହିଥିଲେ, ହେଲେ କଲେନି । ଯାହା ସବୁ ପ୍ରସଙ୍ଗ ଉଠାଯାଇଥିଲା ଜନତାଙ୍କ ଦରବାରକୁ ନିଆଯିବ ।’ ଏଭଳି କହି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ଜୟ ନାରାୟରଣ ।

ଅନ୍ୟପଟେ ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ନକଲି ସାର୍ଟିଫିକେଟ୍‌ ବିକ୍ରି ମାମଲାର ବର୍ଷିଛନ୍ତି । ସେ କହିଛନ୍ତି, ଜାଲ ସାର୍ଟିଫିକେଟର ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଯାଉଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହ ମଧ୍ୟ ଅଭିଯୁକ୍ତଙ୍କ ଫଟୋ ଆସିଲା । କେଉଁ ପରିସ୍ଥିତିରେ ଫଟୋ ନିଆଗଲା ତାର ସ୍ପଷ୍ଟୀକରଣ କଂଗ୍ରେସ ଦାବି କରିଥିଲେ ମଧ୍ୟ ମନ୍ତ୍ରୀ କିଛି କହିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ନରସିଂହ । ସରକାରୀ କ୍ୱାର୍ଟରରେ ମଧ୍ୟ ରହୁଛି ଅଭିଯୁକ୍ତ । 

ସେ ଆହୁରି କହିଛନ୍ତି, କାହା ବିରୋଧରେ ଅଭିଯୋଗ ଥିଲେ କ୍ରାଇମବ୍ରାଞ୍ଚ ଅନୁସନ୍ଧାନ କରିବା କଥା । ନବ ଦାସ, ମମିତା ମେହେର କେଶରେ ଅନୁସନ୍ଧାନ କଲେ ନାହିଁ । ଅନୁସନ୍ଧାନ ନକଲେ ସନ୍ଦେହ ରହିବ ବୋଲି କହିଛନ୍ତି ନରସିଂହ । ଅନ୍ୟପଟେ ନରସିଂହଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।