ଅଣ ଆଦିବାସୀ ହୋଇ ଆଦିବାସୀ ସାର୍ଟିଫିକେଟ ହାତେଇ ଏମାନେ ଚାକିରି କରିଥିବା ସ୍ଫଷ୍ଟ ହୋଇଥିଲା। ଆଜି ସମ୍ପୃକ୍ତ ୮ ଜଣଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ।
ଆଶ୍ଚର୍ଯ୍ୟ କଲେ ବି ସତ ! ମାଟ୍ରିକ୍ରେ ରଖିଛନ୍ତି ୯୯.୫% କିନ୍ତୁ ପଢି ପାରୁ ନାହାଁନ୍ତି ଅକ୍ଷର । ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ।
ଯେଉଁ ୟୁନିଭରସିଟି ନାଁରେ ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଥିଲା ।
ସରକାରୀ ଟଙ୍କା ହଡପ୍ ଲାଗି..ନୂଆପଡାରେ ମାଳମାଳ ନକଲି ସାର୍ଟିଫିକେଟ୍ ଛପାଉଛି କିଏ? ପ୍ରଶାସନ ଅବଗତ ଅଛି ତ ?
ଉତ୍ତର ପ୍ରଦେଶ ସହ ଦିଲ୍ଲୀ ଏବଂ ପଞ୍ଜାବ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଉତ୍ତର ପ୍ରଦେଶ ଉଚ୍ଚମାଧ୍ୟମିକ ବୋର୍ଡକୁ ଯାଇ ଖୋଳତାଡ଼ କରିଥିଲା । ଏଠିକାର ଦଲାଲ ସହ ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ଥିବା ଜଣାପଡ଼ଇଛି।
ଦାଲ୍ ମେ କାଲା ହେ.. ୪ ଦିନରେ ଚୌକା..୧୪ ଦିନରେ ଜିରୋ ? ନକଲି ସାର୍ଟିଫିକେଟ୍ର କେବେ ଖୋଲିବ ଗୁମର ?
୨୦୧୯ରୁ ଖବର ଥିଲା, କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇନଥିଲା କାହିଁକି? ବଲାଙ୍ଗିର ମାମଲାରେ ଏଯାଏ ଜଣକୁ ବି ଗିରଫ କରିନି କ୍ରାଇମବ୍ରାଞ୍ଚ ।
ନକଲି ସାର୍ଟିଫିକେଟକୁ ନେଇ ସାରା ରାଜ୍ୟରେ ହଇଚଇ । ସିବିଆଇ ତଦନ୍ତ ସୁପାରିଶ ପରେ ନେତାଙ୍କ ଛାତି ଧଡ୍ ଧଡ୍ । ଡାକ ବିଭାଗ ତଦନ୍ତ ଲିଙ୍କରେ ଅନ୍ୟ ବିଭାଗରେ ପଶିବ କି ସିବିଆଇ?
ନକଲି ସାର୍ଟିଫିକେଟ୍ ମାମଲାରେ ସିବିଆଇ ତଦନ୍ତ ସୁପାରିଶ ପରେ ଛନକା । ଯଦି ସିବିଆଇ ତଦନ୍ତ ହୁଏ, କେଉଁ କେଉଁ ବିଭାଗରେ ପଶିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସେପଟେ ସିବିଆଇ ତଦନ୍ତ ପାଇଁ ଡାକ ବିଭାଗର ଅନୁରୋଧ ପରେ ତେଜିଛି ରାଜନୀତି ।
୯୫ ପ୍ରତିଶତରୁ ଅଧିକ ମାର୍କ ରଖି ବିଭିନ୍ନ ସ୍ଥାନରେ କିଏ ପୋଷ୍ଟମାଷ୍ଟର ତ କିଏ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବନିଛନ୍ତି।
୨୦୧୮ରୁ ନିଯୁକ୍ତ ଡାକ କର୍ମଚାରୀଙ୍କ ହେବ ପ୍ରମାଣପତ୍ର ଯାଞ୍ଚ, ତେଣେ ବଲାଙ୍ଗିର । କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ସ୍କାନରରେ ଆଉ ୭ ଦଲାଲ ଓ ସରକାରୀ ଚାକିରିଆ ।
ବୁଡ଼ାବାହାଲ ପଞ୍ଚାୟତର ସରପଞ୍ଚ ଯୁଗଲାଲ ମାଝୀ ନୋମିନେସନ ସମୟରେ ନକଲି SLC ବା ସ୍କୁଲ୍ ଲିଭିଙ୍ଗ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଛି।
କଲି..ନକଲି..ସବୁଠି ନକଲି । ଯୁଆଡ଼େ ହାତ ମାରିଲେ ଜାଲ୍ ସାର୍ଟିଫିକେଟ୍ ଦେଇ ଶିକ୍ଷକ ଚାକିରି ହାତେଇଥିବା ଓ ପଦୋନ୍ନତିର ପୁଳା ପୁଳା ଅଭିଯୋଗ । ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଘାଣ୍ଟୁଥିବାବେଳେ ନୀଳଗିରିରୁ ବି ଆସିଛି ସାଂଘାତିକ ତଥ୍ୟ ।
ରାଜ୍ୟର କୋଣ ଅନୁକୋଣକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟ ଜାଲ । ବଲାଙ୍ଗୀରରେ ପୁଳା ପୁଳା ନକଲି ଶିକ୍ଷକ ଅଭିଯୋଗ । ରାଜ୍ୟ ବାହାର ପ୍ରମାଣପତ୍ର ଦେଇ ଚାକିରି କରୁଛନ୍ତି ୩୭୮ ଶିକ୍ଷକ । ନୀଳଗିରିରେ ବି ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ । ନକଲି କଥା ପଚାରିବାରୁ ଚିହିଁକିଲେ ଶିକ୍ଷୟିତ୍ରୀ ।
ଡାକ, ସମବାୟ ପରେ ଏବେ ଶିକ୍ଷା ବିଭାଗରେ ନକଲି ସାର୍ଟିଫିକେଟ୍? ଜାଲି ସାର୍ଟିଫିକେଟ୍ରେ ଶିକ୍ଷକ ଚାକିରିକୁ ନେଇ ଧରପଗଡ଼ । ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗରେ ଏନେଇ ଧରପଗଡ଼ ହେଉଥିବା ସୂଚନା ମିଳିଛି ।
ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍ କରିପାରିଛି କ୍ରାଇମବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଘଟଣା ଭଳି ଏ ଘଟଣାକୁ ବି ଚପାଇଦେବ ।
ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍ କରିପାରିଛି କ୍ରାଇମବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଘଟଣା ଭଳି ଏ ଘଟଣାକୁ ବି ଚପାଇଦେବ ।
ନବ ଦାସ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା, କ’ଣ ହେଲା ବୋଲି ପ୍ରଶ୍ନ କଲେ । ଏହି କେସ୍ରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରି ନ୍ୟାୟ ଦେଇପାରିବ ନାହିଁ କହିଲେ ଜୟନାରାୟଣ ।
ଅନୁସନ୍ଧାନ ନକଲେ ସନ୍ଦେହ ରହିବ ବୋଲି କହିଛନ୍ତି ନରସିଂହ । ଅନ୍ୟପଟେ ନରସିଂହଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।
ଫେକ୍ ସାର୍ଟିଫିକେଟ୍ ରାକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହ ପୂର୍ବତନ ମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହାରାଙ୍କ ଫଟୋ ଥିବା କହି ସରକାରଙ୍କୁ ନିଶାନା କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।
ସାରା ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ରାକେଟ୍ । ବଣିକ୍ ଭଳି କୋଚିଂ ସେଣ୍ଟର ନାଁରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ଉଭୟ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ୍ ବିଜେଡି ସରକାରର ଛତ୍ରଛାୟାରେ ଚାଲିଛି କି ଏସବୁ କାରବାର ?
ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ରାକେଟ୍ ପଛରେ ବି ସରକାରୀ ଦଳର ହାତ । ବିଜେଡିର ପ୍ରଭାବଶାଳୀ ନେତାଙ୍କ ପ୍ରୋତ୍ସାହନରେ ଚାଲିଥିଲା ଏ କଳା କାରବାର । ଆଜି ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ ।
ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଲମ୍ବୁଛି ଜାଲ୍ ସାର୍ଟିଫିକେଟ କରାବାର । ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଆସୁଛି ନକଲି ସାର୍ଟିଫିକେଟର ସାଂଘାତିକ ଅଭିଯୋଗ । ଆଉ ଏ ବଡ଼ ରାକେଟ ପଛରେ ରହିଛି ବିଜେଡି ଲିଙ୍କ୍ ।