/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680349326.jpg)
Odisha Police celebrates 88th Formation Day
ଆଜି ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ କଟକ ରେ ଆୟୋଜିତ ପୋଲିସ ପରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଅଭିବାଦନ ଗ୍ରହଣ କରିଥିଲେ । ଉତ୍ସର୍ଗୀକୃତ ସେବା ପାଇଁ ପୋଲିସ କର୍ମଚାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ପୋଲିସ ଡିଜି । ପୋଲିସ ଡିଜି ପ୍ରତିକ୍ରିୟାରେ କହିଛନ୍ତି, କିଛି ବର୍ଷ ତଳେ ମାଓବାଦୀ ସମସ୍ୟା ଉଗ୍ର ଥିଲା, ଏବେ ନିୟନ୍ତ୍ରଣରେ ଅଛି ।
ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି, ଯାହାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପ୍ରତି ସଜାଗ ରହିଛୁ । ଆମ ପାଖରେ ଥିବା ଜ୍ଞାନକୌଶଳକୁ ଆଧୁନିକୀକରଣ କରିଛୁ । ଭୁବନେଶ୍ୱର ରେ ପୋଲିସ ପ୍ରତିଷ୍ଠା ଦିବସରେ ଟ୍ୱିନ ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡ ଅଭିବାଦନ ଗ୍ରହଣ କରିଥିଲେ ।
୧୯ ଜଣ ପୋଲିସ ଅଧିକାରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। କେବଳ ଭୁବନେଶ୍ୱର, କଟକ ନୁହେଁ, ବିଭିନ୍ନ ସ୍ଥାନରେ ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)