/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680341963.jpg)
KALIA Scheme
ଚାଷୀଙ୍କୁ ମିଳିଲା ‘କାଳିଆ’ ସହାୟତା । ଆଜି ଉତ୍କଳ ଦିବସରେ ରାଜ୍ୟର ହଜାର ହଜାର ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାରେ ୮୭୭ କୋଟି ଟଙ୍କା ଜମା କରାଯାଇଛି । ଚଳିତ ଖରିଫ୍ ଋତୁରେ ଚାଷ କାମ ପାଇଁ ଏହି ‘କାଳିଆ’ ସହାୟତା ଦିଆଯାଇଛି ।
Advertisment
ଝାରସୁଗୁଡ଼ା କୁ ଛାଡି ସବୁ ଜିଲ୍ଲାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କା ଲେଖାଏଁ ଜମା କରାଯାଇଛି । ଝାରସୁଗୁଡ଼ାରେ ଉପର୍ନବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଝାରସୁଗୁଡ଼ାର ଚାଷୀ ଏହି ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)