Advertisment

Indian Army Bharti 2025: ଦଶମ ପାଶ୍ କରିଥିଲେ ଭାରତୀୟ ସେନାରେ ଚାକିରି ସୁଯୋଗ

ଭାରତୀୟ ସେନାରେ ଚାକିରି ସୁଯୋଗ। ଏନେଇ ଭାରତୀୟ ରେଳବାଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Indian Army Bharti 2025

Indian Army Bharti 2025

ଯେଉଁମାନେ ଭାରତୀୟ ସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଭାରତୀୟ ସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଭାରତୀୟ ସେନା ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଭାରତୀୟ ସେନାରେ ବିଭିନ୍ନ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହାର ସୁଯୋଗ ନେଇ ପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ୍ ୱେବ୍‌ସାଇଟ୍‌ joinindianarmy.nic.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Indian Army Bharti 2025 apply for agniveer post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୨ ମାର୍ଚ୍ଚ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୦ ଏପ୍ରିଲ୍ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ଷ୍ଟାର୍ଟଅପ୍‌ରେ କ୍ୟାରିଅର୍ କରିବାକୁ ଚାହାନ୍ତି କି… ମାଗଣାରେ କରନ୍ତୁ ଏହିସବୁ କୋର୍ସ

ଖାଲି ପଦବୀ:

  • ଜେନେରାଲ ଡ୍ୟୁଟି (GD), ଟେକ୍ନିକାଲ୍, କ୍ଲର୍କ ଏବଂ ଷ୍ଟୋର କିପର ଟେକ୍ନିକାଲ୍, ଟ୍ରେଡ୍ସମ୍ୟାନ୍, ସୈନିକ୍ ଫାର୍ମା, ସୈନିକ୍ ଟେକ୍ନିକାଲ୍ ନର୍ସିଂ ଆସିଷ୍ଟାଣ୍ଟ ଏବଂ ମହିଳା ପୋଲିସ୍ ପଦବୀରେ ନିଯୁକ୍ତି କରାଯିବ।
  • ଏହା ବ୍ୟତୀତ ହାବିଲଦାର (ସର୍ଭେୟର୍), ହାବିଲଦାର (ଶିକ୍ଷା), ଜେସିଓ (ଧାର୍ମିକ ଶିକ୍ଷକ), ଜେସିଓ (କ୍ୟାଟରିଂ) ଏବଂ ସ୍ୱୟଂଚାଳିତ କାର୍ଟୋଗ୍ରାଫର ଭଳି ପଦବୀ ପାଇଁ ମଧ୍ୟ ଖାଲି ପଦବୀ ଘୋଷଣା କରାଯାଇଛି।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ସ୍କୁଲ୍ ଶିକ୍ଷା ବୋର୍ଡରୁ ୪୫ ପ୍ରତିଶତ ମାର୍କ ସହିତ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ
  • ଭାରୀ ଏବଂ ହାଲୁକା ଯାନ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ଥିଲେ ପ୍ରାର୍ଥୀଙ୍କୁ ଡ୍ରାଇଭର ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବ
  • ଟେକ୍ନିକାଲ୍ ପୋଷ୍ଟ ପାଇଁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ଇଂରାଜୀ ବିଷୟଗୁଡ଼ିକରେ ୫୦ ପ୍ରତିଶତ ମାର୍କ ସହିତ ଦ୍ୱାଦଶ ପାଶ୍
  • କ୍ଲର୍କ ଏବଂ ଷ୍ଟୋରକିପର ଟେକ୍ନିକାଲ୍ ନିଯୁକ୍ତି ପାଇଁ ୬୦ ପ୍ରତିଶତ ମାର୍କ ସହିତ ଦ୍ୱାଦଶ ପାଶ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ପ୍ରାର୍ଥୀ ୦୧ ଅକ୍ଟୋବର ୨୦୦୪ ରୁ ୦୧ ଏପ୍ରିଲ ୨୦୦୮ ମଧ୍ୟରେ ଜନ୍ମ ହୋଇଥିବେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସମସ୍ତ ବର୍ଗ – ୨୫୦ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଶାରିରୀକ ଦକ୍ଷତା ଟେଷ୍ଟ୍
  • ଲିଖିତ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: ସାକ୍ଷାତକାର ସମୟରେ କେବେ ବି କରନ୍ତୁ ନାହିଁ ଏହି ଭୁଲ୍, ହାତକୁ ଆସିଥିବା ଚାକିରି ଚାଲିଯିବ

Job Search Govt Jobs Job Seekers Indian Army Agniveer
Advertisment
Advertisment