ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ତଥା ଦେଶର ଦ୍ୱିତୀୟ ଧନୀ ଶିଳ୍ପପତି ଗୌତମ ଆଦାନୀଙ୍କୁ ବଡ଼ ଝଟକା। ନିବେଶକଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଇ ଠକିଥିବା ଅଭିଯୋଗ ଆଣିଛି ଆମେରିକା।
ଲାଞ୍ଚ ନେବା ଓ ଦେବା ଅପରାଧ। ହେଲେ ଏହାକୁ ଫୁ କରି ଉଡ଼ାଇ ଦେଇଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ। ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି ।
ଜାମିନ୍ ପାଇଁ ହାଇକୋର୍ଟ ଜଜଙ୍କୁ ଲାଞ୍ଚ ଦିଆଯିବ ବୋଲି ମହକିଲଙ୍କୁ କହି ଅଡୁଆରେ ପଡିଛନ୍ତି ଜଣେ ଓକିଲ । ଏହି ଓକିଲଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲା ଖାରଜ ପାଇଁ କରାଯାଇଥିବା ଆବେଦନକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ତାଙ୍କ ବିରୋଧରେ କେସ୍ ଚାଲିବ ।
ଚାକିରି ହରାଇଲେ କଂସ ମହାରାଜ । ବିବାଦ ପରେ ଚାକିରି ହରାଇଲେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ।
ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍ ରେ ଟଙ୍କା ଦେଇ ବନ୍ଧାହେଲେ । ଛତିଶଗଡ଼ର ଏକ ସିମେଣ୍ଟ କମ୍ପାନୀର ସିଏମଓ ରାମଭବ ଗଟ୍ଟୁ ଗିରଫ ।
ନିଜ ପୂର୍ବ ରାୟ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ନୋଟ୍ ନେଇ ଭୋଟ୍ କିମ୍ବା ଭାଷଣ ଦେଇପାରିବେନି। ଜନ ପ୍ରତିନିଧିଙ୍କ ଉପରେ ମାମଲା ହୋଇପାରିବ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ୭ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି।
ଆମେ କଣ ଅଧିକ ମାଗୁଛୁ । ଖୁସିବାସି କରିବାକୁ ଟଙ୍କା ଦିଅ । ଆବାସ ଯୋଜନାରେ ବିଲ୍ କରାଇଦେବାକୁ ଏମିତି ଟଙ୍କା ମାଗୁଛନ୍ତି ଗ୍ରାମ ରୋଜଗାର ସେବକ । ଆଉ ତାର ରେକର୍ଡିଂ ଏବେ ଫୋନରୁ ଫୋନ୍ ଘୁରିବୁଲୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରଣପୁର ବ୍ଲକ ରାଇପଡା ପଞ୍ଚାୟତରେ
ବିରୋଧୀ ନୁହେଁ ଶାସକ ଦଳ ନେତା ଖୋଲିଦେଲେ ତହସିଲ ଅଫିସ୍ର ଗୁମର । ସିଧାସିଧା କହିଲେ ତଳିଆଠୁ ଉପର...ବିନା ଲାଞ୍ଚିରେ ଅଫିସ୍ରେ ହଲୁନି ପତ୍ର । ଆଉ ତହସିଲଦାର କହୁଛନ୍ତି ତୁମ କ୍ୟାମେରାକୁ ମୋର ବିଶ୍ୱାସ ନାହିଁ, ସିସିଟିଭି ଦେଖି...
ଲାଞ୍ଚ ଟଙ୍କା ଗିଳିଦେଲେ ସରକାରୀ ବାବୁ। ରେଡ୍ ହ୍ୟାଣ୍ଡ୍ରେ ଧରାପଡ଼ିବା ପରେ ସରକାରୀ କର୍ମଚାରୀ ଜଣକ ସାଙ୍ଗେ ସାଙ୍ଗେ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଟଙ୍କାକୁ ଗିଳି ଦେଇଥିଲେ।
ଚାକିରି କରିବାର ମାତ୍ର ୮ ମାସ ଭିତରେ ସେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ।
ଭିଜିଲାନ୍ସ ଜାଲରେ ପଡିଥିବା କଟକ ସଦର ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିକାଶ ଚନ୍ଦ୍ର ଭୂୟାଁଙ୍କ ଠାରୁ ଆଜି ଜବତ ହୋଇଛି ଅମାପ ସମ୍ପତ୍ତି ।
କହୁଛନ୍ତି ପାଞ୍ଚ ଶହ ନଦେଲେ ହେବନି ପୋଷ୍ଟମର୍ଟମ । ଉପାୟ ନପାଇ ଲାଞ୍ଚ ଦେଉଛନ୍ତି ମୃତକଙ୍କ ମ୍ରିୟମାଣ ପରିବାର ।
ଲାଞ୍ଚ ଦିଆନିଆରେ ଡିଜିଟାଲ ଫଣ୍ଡା । ବ୍ଲାଙ୍କ ଚେକ୍ ରେ ୧୨ ଲକ୍ଷ ନେଇ ବନ୍ଧା ହେଲେ ତହସିଲଦାର ।
ମଣିଷ କେଇଟା ଟଙ୍କା ପାଇଁ କିଭଳି ମାନବିକତା ଭୁଲିଯାଏ, ତାର ଜ୍ୱଳନ୍ତ ଉଦାହରଣ ଏଠି ଦେଖିବାକୁ ମିଳିଛି।
ଅଭିଯୁକ୍ତଠାରୁ ଲାଞ୍ଚ ନେଇ ବାକ୍ସରେ ପକାଉଥିଲେ ହେଡ୍ କନ୍ଷ୍ଟେବଲ । ଦୁର୍ଭାଗ୍ୟବସତଃ ସିସିଟିଭିରେ କଏଦ୍ ହେଲା ପୁରା ଘଟଣା ।
ଅଭିଯୋଗ ନେଇ ପ୍ରଥମେ ଚାନ୍ଦପୁର ଥାନା, ପରେ ନୟାଗଡ଼ SPଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ସୁଶାନ୍ତ । ହେଲେ କୌଣସି ସୁଫଳ ନ ମିଳିବାରୁ ଖଣି ଲିଜଧାରୀ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଭୁବନେଶ୍ୱର ଖଣ୍ଡଗିରି ଥାନା SI ସୁଶାନ୍ତ ସ୍ୱାଇଁ ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି ।
ଡାକ୍ତର ଗଣପତି ତେଲକୋଇ ଥାନା କରଦାଙ୍ଗି ଗ୍ରାମର କଳାବତୀ ବେହେରା ନାମକ ଜଣେ ବୃଦ୍ଧାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ଲାଞ୍ଚ ଦେଲାବେଳେ ବୃଦ୍ଧାଙ୍କ ନାତି ଭିଡିଓ କରି ଭାଇରଲ କରିଥିଲେ । ଲାଞ୍ଚ ମାଗୁଥିବାର ଘୃଣ୍ୟ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ।
ବାପା ଆଗରେ ଚାଲିଗଲା ପିଲା । ପୋଷ୍ଟମର୍ଟମ ପାଇଁ ମେଡିକାଲ ପହଞ୍ଚିବା ପରେ...ଶବ କାଟିବାକୁ ୮ ଶହ ଟଙ୍କା ମାଗିଲେ ମେଡିକାଲ କର୍ମଚାରୀ । ସିଧାସିଧା କହିଲେ ଟଙ୍କା ଦେବା ପରେ ଆମେ ମାଲ୍ ମାରିବୁ, ପରେ କାଟିବୁ । ଏବେ ଭାଇରାଲ ହେଲା ଭିଡିଓ
ମାଟ୍ରିକ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଛନ୍ତି ପ୍ରଧାନଶିକ୍ଷକ। ପ୍ରତି ପିଲା ପିଛା ଆଦାୟ ହେଉଥିଲା ୩ ଶହ ଟଙ୍କା । ତେଲକୋଇର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଡାକ୍ତରଙ୍କୁ କିଏ କହେ ଦ୍ୱିତୀୟ ଇଶ୍ୱର ତ ଆଉ କିଏ କହେ ପ୍ରାଣଦାତା। କିନ୍ତୁ ଲାଞ୍ଚ ନେଇ ନାଚଗୀତ ସହ ରିଲ୍ କରି ସୋସିଆଲ୍ ମିଡ଼ିଆରେ ବ୍ୟସ୍ତ ରହୁଥିବା ଏଭଳି ଡାକ୍ତରଙ୍କୁ ଆପଣ କଣ କହିବେ ସେ ବିଚାର ଆପଣଙ୍କର।
ଲାଞ୍ଚ ଦେବା ପରେ ମଧ୍ୟ କାମ ନହେବାରୁ ଉପଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ପ୍ରତିବାଦ କରିଛନ୍ତି ଆବେଦନକାରୀ ।
ଗତ ୫ ତାରିଖରେ କାଠକଟା ପଞ୍ଚାୟତ ପୁରୁଣା ଘାଟି ଅଞ୍ଚଳରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା ।
ଫିଟନେସ୍ ସାର୍ଟିଫିକେଟରେ ଦସ୍ତଖତ କରିବାକୁ ଲାଞ୍ଚ ମାଗୁଛନ୍ତି ଡାକ୍ତର ବାବୁ । ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫିଟନେସ ସାର୍ଟିଫିକେଟ ଦେବା ପାଇଁ ଜଣେ ଆୟୁଷ ଡାକ୍ତର ୨୦୦ଟଙ୍କା ଲାଞ୍ଚ ନେଉଥିବାର ଦୁଇଟି ଭିଡିଓ ଭାଇରଲ ହେଉଛି । ଆଉ ଏହି ଭିଡିଓକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ।
ଦୁଇଲକ୍ଷ ଦେଲେ ଫାଇଲ ମୁଭ୍ ହେବ ବୋଲି ଆରଆଇ କହୁଛନ୍ତି। ସେହିପରି ଜଣେ ଦଲାଲ ମଧ୍ୟ କ୍ଷତିପୂରଣ ଟଙ୍କା ପାଇବାକୁ ହେଲେ ଏଡିଏମ ଏବଂ ଆରଆଇଙ୍କୁ ଟଙ୍କା ଦେବା ପାଇଁ ପଡିବ ବୋଲି ଅଭିଯୋଗ କରିଛନ୍ତି ବିସ୍ଥାପିତ।