ଆଜି ପବିତ୍ର ଶ୍ରୀରାମ ନବମୀ । ରାମ ନବମୀ ଉପଲକ୍ଷେ ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ଉତ୍ସବ ମୁଖର ହୋଇପଡ଼ିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଗୋଟେ ପଟେ କ୍ୟାରିୟର ଗଢ଼ିବାର ସ୍ୱପ୍ନ ଦେଖାଉଛି ତ ଅନ୍ୟପଟେ ଟିକସ ଫାଙ୍କି କେଳେଙ୍କାରୀରେ ମାତିଛି । ରାଜଧାନୀର ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚ୍ୟୁଟ ‘ବଣିକ୍’ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।
ଓଡ଼ିଶା ପୋଲିସ୍ରେ ଚାଲିଥିବା କନଷ୍ଟେବଲ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ଆଜି ବଡ଼ ଟିପ୍ପଣୀ କରିଛନ୍ତି।
ଯେଉଁ ବିଡିଓଙ୍କୁ ନେଇ ସାରା କୋଇଡ଼ାରେ କମ୍ପନ.... ଯାହାଙ୍କ ବିରୋଧରେ ଜନତାଙ୍କଠୁ ଜନପ୍ରତିନିଧିଙ୍କ ଯାଏଁ ଜଳିଛି ଆକ୍ରୋଶର ନିଆଁ... ସେହି ବିଡିଓଙ୍କୁ ଏବେ ଆକ୍ରମଣ ଅଭିଯୋଗ । ତା’ପୁଣି ଆକ୍ରମଣକାରୀ ଆଉ କେହି ନୁହଁନ୍ତି, ନିଜ ବାପା ଓ ଭାଇ ମାଡ଼ ମାରିଛନ୍ତି ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ।
ନା ସହଜରେ ବିଶ୍ୱାସ କରିହେଉଛି ନା ସହଜରେ ଗ୍ରହଣ କରିହେଉଛି । ମାତ୍ର ୧୫ ବର୍ଷର ନିଷ୍ପାପ ଶିଶୁଟିଏ ଯେ ଆତତାୟୀଙ୍କ ଦ୍ୱାରା ଅତି ବର୍ବର ଭାବେ ହତ୍ୟାର ଶିକାର ହେବ । ତାହା ଦେଖିଲେ ବିଚଳିତ ହୋଇଯାଉଛି ମନ ଆଉ ପ୍ରାଣ ।
ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଲମ୍ବୁଛି ଜାଲ୍ ସାର୍ଟିଫିକେଟ କରାବାର । ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଆସୁଛି ନକଲି ସାର୍ଟିଫିକେଟର ସାଂଘାତିକ ଅଭିଯୋଗ । ଆଉ ଏ ବଡ଼ ରାକେଟ ପଛରେ ରହିଛି ବିଜେଡି ଲିଙ୍କ୍ ।
ଝାରସୁଗୁଡା ଉପନିର୍ବାଚନ ଭୋଟ ପାଇଁ ଘୋଷଣା ହେଲା ତାରିଖ । ମେ ୧୦ ତାରିଖରେ ହେବ ଭୋଟ, ଆଉ ୧୩ ତାରିଖରେ ହେବ ଗଣତି ।
୩ଟା ୩୦ରେ ରଥଟଣା ଆରମ୍ଭ ହେବାର ଥିଲେ ବି ନୀତିକାନ୍ତିରେ ବିଳମ୍ବ ଯୋଗୁଁ ୫ଟା ୧୫ରେ ରଥଟଣା ଆରମ୍ଭ ହୋଇଥିଲା । ରୁକୁଣା ରଥ ଦେଖିବା ଲାଗି ଭକ୍ତଙ୍କ ମଧ୍ୟରେ ଆଜି ସକାଳୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।
ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବରିଷ୍ଠ ନେତାଙ୍କୁ ଦଳରେ କାହିଁକି ନୀରବ କରାଗଲା ? ଗଞ୍ଜାମ ରାଜନୀତି ବିଜେଡିରେ ଦୁର୍ବଳ ନେତୃତ୍ୱ ପାଇଁ ଦଳର ଗୋଷ୍ଠୀକନ୍ଦଳ ତୀବ୍ର ହେଉଛି ।
ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ପ୍ରେରଣା ଯୋଗାଇଥାଏ । ନିକଟରେ ଜଣେ ଉବର୍ ଡ୍ରାଇଭର୍ଙ୍କ କାହାଣୀଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଜଣେ ଯାତ୍ରୀଙ୍କୁ କିଡ୍ନୀ ଦାନ କରି ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଁଟିଛନ୍ତି ଉବର୍ ଡ୍ରାଇଭର୍ ।
ପୁଅକୁ ଅପହରଣକରି ୫୦ ଲକ୍ଷ ମଗାଯାଉଥିବା ଅଭିଯୋଗ ହୋଇଥିଲା । ପରଦିନ ସକାଳେ ବରଗଡ଼ ଜିଲ୍ଲାରେ ନାବାଳକର ମୃତଦେହ ମିଳିଥିଲା । ତଦନ୍ତ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଛାତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କାହିଁକି ଛାତ୍ରୀ ଜଣକ ଆତ୍ମହତ୍ୟା କଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି ।
ବର୍ଷବର୍ଷ ଧରି ପାହାଡି ଅଞ୍ଚଳରେ ୧୧ଟି ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି । ରାଇପାଡ଼ ଗାଁ ଓଡ଼ିଶାରେ ରହିଥିଲେ ମଧ୍ୟ ବିଦ୍ୟୁତ, ପାଣି ଓ ଶିକ୍ଷା ଆଦି ସବୁ ସୁବିଧା ଆନ୍ଧ୍ର ସରକାର ଯୋଗାଇ ଦେଇ ଆସୁଛନ୍ତି । ଗାଁରେ ଆନ୍ଧ୍ର ସରକାର ଲୋକଙ୍କୁ ବିଦ୍ୟୁତ ସେବା, ପାନୀୟ ଜଳ , ଶିକ୍ଷା,ଆଧାର କାର୍ଡ ଭଳି ଅନେକ ସେବା NGO ମଧ୍ୟରେ ଯୋଗାଇ ଦେଇ ଆସୁଛନ୍ତି । ଆନ୍ଧ୍ର ପକ୍ଷରୁ ସବୁ ପାଉଛନ୍ତି ହେଲେ ଓଡ଼ିଶା ପକ୍ଷରୁ କିଛି ପାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳବାସୀ ।
ଗ୍ରାମପତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି ଅଂଚଳରେ ଉଭୟ ଖରିଫ ଓ ରବି ରୁତରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉଛି । ଗୋଷ୍ଠୀର ସଦସ୍ୟମାନେ ଅଶିକ୍ଷିତ ହୋଇଥିବାରୁ ସେମାନଙ୍କଠାରୁ ବିଭିନ୍ନ ସମୟରେ ଠକି ଦସ୍ତଖତ ନେଇଯାଇ ଆଖାପାଖର ୫୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ହୋଇଛି।
BJDର ଯେଉଁ ଲୋକ ଏଥିରେ ସଂପୃକ୍ତ, ସମସ୍ତଙ୍କୁ ତଦନ୍ତକୁ ଅଣାଯାଉ । ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବୁ କହିଲେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ।
ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଗାଁ ଗହଳିରୁ ଲୋକେ ନ୍ୟାୟ ପାଇବାକୁ ଆସୁଛନ୍ତି । ହେଲେ ଥାନାରେ ବଡ଼ ବାବୁ ରହୁନାହାନ୍ତି କି ବଡ଼ ଅଫିସର ରହୁନଥିବା ନେଇ ଅନେକ ଅଭିଯୋଗ ଆସିଛି ।
୨୧ରେ ଯାଞ୍ଚ, ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ମେ’ ୧୩ରେ ଭୋଟ ଗଣତି ହେବ ।
ବଡ଼ ଲୋକଙ୍କ ସମ୍ପୃକ୍ତି ଅଛି, ତେଣୁ ସରକାର ତଦନ୍ତ କରୁ ନାହାନ୍ତି କହିଲେ ଜୟ ।
କଟକ ଏସ୍ସିବି ମେଡିକାଲ(SCB Medical)ର କିଡ୍ନୀ ପ୍ରତିରୋପଣରେ ପୁଣି ସଫଳତା। ପ୍ରଥମଥର ପାଇଁ ବ୍ରେନ୍ ଡେଡ୍ ଘୋଷିତ ଜଣେ ମହିଳାଙ୍କ ୨ଟି କିଡ୍ନୀ କଢା ଯାଇ ୨ ଜଣଙ୍କଠାରେ ସଫଳ ପ୍ରତିରୋପଣ କରାଯାଇଛି।
ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର ।
ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା । ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ ।
ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବ ରାତ୍ରିରେ ମରିଚିକୁଣ୍ଡରୁ ଜଳ ନିଆଯାଇ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା କରାଯାଥାଏ ।
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଅପରାହ୍ଣ ସାଢ଼େ ୧୨ଟାରୁ ୧ଟା ୩୦ ମଧ୍ୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ରହିଛି।
ନୀଳାଚଳଙ୍କ କାନ୍ଧରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା ବେଳେ ନବ କୁମାରଙ୍କ ପିଠିରେ ବାଜିଛି ଗୁଳି। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଛି ।