Advertisment

Jaat: ଭିଲେନ ହେବାକୁ ରଣଦୀପ ହୁଡା ପରିବର୍ତ୍ତନ କରିଦେଲେ ଶରୀର ଆଉ ସ୍ୱର; ଦେଖିଲେ ବିଶ୍ୱାସ କରିପାରିବେନି

‘ଜାଟ୍‌’ରେ ସନ୍ନି ଦେଓଲଙ୍କ ନିଦ ହଜାଇବାକୁ ଯାଉଥିବା ରଣଦୀପ ହୁଡାଙ୍କ ଲୁକ୍‌କୁ ବହୁତ ପ୍ରଶଂସା କରାଯାଉଛି। ଏହି ଚଳଚ୍ଚିତ୍ରରେ ସେ ଏକ ଭୟଙ୍କର ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଏହି ଚରିତ୍ରକୁ ପ୍ରକୃତ ରୂପ ଦେବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Jaat villain randeep hooda changed look and voice for sunny deol

Jaat villain randeep hooda changed look and voice for sunny deol

ସୋସିଆଲ ମିଡିଆ ଠାରୁ ସନ୍ନି ଦେଓଲଙ୍କ ପ୍ରଶଂସକଙ୍କ ପର୍ଯ୍ୟନ୍ତ ଫିଲ୍ମ ‘ଜାଟ୍‌’ ଫିଲ୍ମକୁ ନେଇ ବହୁତ ଉତ୍ସାହ ରହିଛି। ‘ଜାଟ୍‌’ର ଟିଜର୍‌ ରିଲିଜ୍ ହେବା ଦିନଠାରୁ ପ୍ରଶଂସକମାନେ ଏହାର ଟ୍ରେଲର୍‌କୁ ଅପେକ୍ଷା କରି ରହିଛନ୍ତି। ‘ଜାଟ୍‌’ରେ ସନ୍ନି ଦେଓଲଙ୍କ ନିଦ ହଜାଇବାକୁ ଯାଉଥିବା ରଣଦୀପ ହୁଡାଙ୍କ ଲୁକ୍‌କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି।

Advertisment

ରଣଦୀପ ହୁଡା ତାଙ୍କ ଚରିତ୍ର ଉପରେ ଗଭୀର ଭାବରେ କାମ କରିବା ପାଇଁ ସର୍ବଦା ଜଣାଶୁଣା। ‘ଜାଟ୍‌’ର ରାଣାତୁଙ୍ଗା ପାଇଁ ମଧ୍ୟ ସେ ଜବରଦସ୍ତ ଭାବେ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ କରେଇଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଏକ ଭୟଙ୍କର ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଏହି ଚରିତ୍ରକୁ ପ୍ରକୃତ ରୂପ ଦେବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

Advertisment

ମସଲ୍ସ ବଢାଇବା ଠାରୁ ଆରମ୍ଭ କରି ତାଙ୍କ ସ୍ୱରକୁ ଦମଦାର କରିବା ପର୍ଯ୍ୟନ୍ତ, ସେ ଏହି ଚରିତ୍ରକୁ ଜୀବନ୍ତ କରିବା ପାଇଁ ସବୁକିଛି କରିଛନ୍ତି।

ସନ୍ନି ଦେଓଲଙ୍କ ‘ଜାଟ୍‌’କୁ ନେଇ ଏକ ନିକଟ ସୂତ୍ର କହିଛି ଯେ “ରଣଦୀପ ହୁଡା ତାଙ୍କର ପ୍ରତ୍ୟେକ ଚରିତ୍ରରେ ସଂପୂର୍ଣ୍ଣ ଭାବେ ବୁଡ଼ିଯିବା ପାଇଁ ଜଣାଶୁଣା, ଏବଂ 'ଜାଟ୍‌' ଏହାଠାରୁ ଭିନ୍ନ ନୁହେଁ। ପ୍ରଥମ ଦିନରୁ ହିଁ ସେ ରାଣାତୁଙ୍ଗାଙ୍କୁ ଏକ ଭୟଙ୍କର ଏବଂ ଶକ୍ତିଶାଳୀ ଭିଲେନ୍ ରୂପ ଦେବା ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି।

ସେ ତାଙ୍କ ଚୁଟିକୁ ଅଧିକ ବଢାଇଛନ୍ତି, ତାଙ୍କୁ ଅଧିକ ପ୍ରଭାବଶାଳୀ ଦେଖାଇବା ପାଇଁ ଶରୀରକୁ ମଜବୁତ କରିଛନ୍ତି। ସବିଶେଷ ଧ୍ୟାନ ଦେବାର ଅଭ୍ୟାସ ତାଙ୍କୁ ସ୍ୱତନ୍ତ୍ର କରିଥାଏ। ସେ 'ସରବ୍‌ଜିତ୍' ହେଉ 'ସ୍ୱତନ୍ତ୍ର ବୀର ସାବରକର' ହେଉ କିମ୍ବା ବର୍ତ୍ତମାନର 'ଜାଟ୍' ହେଉ ରଣଦୀପ ତାଙ୍କ ଚରିତ୍ରକୁ ଜୀବନ୍ତ କରିବା ପାଇଁ ସର୍ବଦା କଠିନ ପରିଶ୍ରମ କରନ୍ତି।

ରାଣାତୁଙ୍ଗା ରୂପରେ, ଆଜି ପର୍ଯ୍ୟନ୍ତ ରଣଦୀପଙ୍କ ସବୁଠାରୁ ଭୟାନକ ଏବଂ ବିପଜ୍ଜନକ ଅବତାର ଦେଖିବାକୁ ମିଳିବ।

'ଜାଟ୍' ସହିତ ରଣଦୀପ ହୁଡା ସିନେମାର ଭିଲେନ୍ ଚରିତ୍ରମାନଙ୍କୁ ଏକ ନୂଆନ ସ୍ତରକୁ ନେବାକୁ ପ୍ରସ୍ତୁତ ଅଛନ୍ତି, ଯାହା ଦର୍ଶକ କେବେ ବି ଏଭଳି ବର୍ବରତା ପୂର୍ବରୁ ଦେଖି ନ ଥିବେ। ୧୦ ଏପ୍ରିଲରେ ସନ୍ନି ଦେଓଲଙ୍କ ‘ଜାଟ୍‌’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ରଟିକୁ ଗୋପୀଚାନ୍ଦ ମଲିନେନି ନିର୍ଦ୍ଦେଶନା ଦେଇଥିବାବେଳେ ଏହାର ନିର୍ମାତା ହେଉଛନ୍ତି ନବୀନ ୟର୍‌ନେନି ଏବଂ ରବି ଶଙ୍କର।

ଅଧିକ ପଢ଼ନ୍ତୁ: ‘ସିକନ୍ଦର’ର ହୋଲି ଗୀତ ‘ବମ୍‌ ବମ୍‌ ଭୋଲେ’ରେ ରହିଛି ଅନେକ ଭୁଲ୍; ଜାଣନ୍ତୁ…

Bollywood Sunny Deol Randeep Hooda Jaat
Advertisment
Advertisment