ରାଜ୍ୟରେ ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି। ସମସ୍ତଙ୍କୁ ଏହି କାର୍ଡ ମିଳିବ। ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା।
ରାଜ୍ୟବାସୀଙ୍କୁ BSKY ଆଶ୍ବସ୍ତି। ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା, ଚିକିତ୍ସାରେ ଅବହେଳା କରୁଥିଲେ-ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ।
BSKY କାର୍ଡକୁ ନେଇ ଦେଖା ଯାଇଥିବା ଦ୍ବନ୍ଦ୍ବକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ। ଆଜି ଏନେଇ ରାଜ୍ୟପାଳ ରଘୁବାର ଦାସ ମୁଖ୍ୟ ଶାସନ ସଚିବଙ୍କୁ କୈଫୟତ ତଲବ କରିଛନ୍ତି।
ରାଜ୍ୟରେ BSKY କାର୍ଡ ଚାଲୁ ରହିଛି ବୋଲି ସ୍ପଷ୍ଟ କଲେ ମୁଖ୍ୟ ସଚିବ। ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସ୍ପଷ୍ଟୋକ୍ତି।
ସୁସ୍ଥଙ୍କୁ ସଜାଇଲେ କିଡନୀ ରୋଗୀ, ବିଜୁ ସ୍ୱାସ୍ଥ୍ୟକାର୍ଡରେ ଫଟୋ ଲଗାଇଲେ। ଫଟୋକୁ ପଞ୍ଚାୟତ ବୁକଲେଟ ଛାପି ବାଣ୍ଟିଲେ।
ରୋଗୀଙ୍କୁ ଆଡମିଶନ କରାଇ ଆଉ ଏକ ହସପିଟାଲରୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ଜେ. ଏମ୍ . କେୟାର ନର୍ସିଂହୋମ ବିରୋଧରେ ।
ଗଜପତି ମୋହନା ଟେଡ଼ାମା ଗାଁର ଦୁଃଖୀ ମଲ୍ଲିକ । ୫ ବର୍ଷ ପୂର୍ବରୁ ଦୁଃଖୀଙ୍କ ସ୍ୱାମୀ କୃଷ୍ଣଙ୍କୁ ଏମିତି ରୋଗ ମାଡ଼ିବସିଲା ଯେ ଉଠିବା ବସିବା ବି ତାଙ୍କ ପାଖରେ କଷ୍ଟସାଧ୍ୟ ହେଲା । ସ୍ୱାମୀ ବିଛଣାରେ ପଡ଼ିବା ପରେ ପୂରା ପରିବାରର ବୋଝ ଏବେ ଦୁଃଖୀଙ୍କ ଉପରେ । ମାଆର କଷ୍ଟକୁ ହାଲୁକା କରିବାକୁ ବଡ଼ ପୁଅ ଦାଦନ ଖଟିବାକୁ ଯାଇଛି ଆଉ ଝିଅ ବାଙ୍ଗାଲୋରରେ ସିଲେଇ ଶିଖୁଛି । ପିଲାମାନେ ଯାହା ଯେତିକି ଦେଉଛନ୍ତି ସେତିକିରେ ବଡ଼ କଷ୍ଟରେ ଚଳୁଛି ପରିବାର ।
ଅନେକ ଦିନ ହେଲାଣି ସ୍ନାୟୁ ରୋଗରେ ପୀଡିତ ଅଛନ୍ତି ସୁରେଶ ବଗର୍ତି। ପରିବାରର ଆର୍ଥିକସ୍ଥିତି ଭଲ ନଥିବାରୁ ରୋଗର ଚିକିତ୍ସା ବି ସଠିକ୍ ଭାବରେ ହେଉନାହିଁ । ଗୁହାରି କରିବା ପରେ ବିଜୁ ସ୍ୱାସ୍ଥ୍ୟକାର୍ଡଟିଏ ପାଇଲେ । ଭାବିଥିଲେ , ଏଇ କାର୍ଡ ନେଇ ଘରୋଇ ମେଡିକାଲରେ ଚିକିତ୍ସିତ ହେବେ କିନ୍ତୁ ସିଏ ବି ହେଲାନି । ଏମିତିକି ବିଜୁ ସ୍ୱାସ୍ଥ୍ୟକାର୍ଡ ଏଇ ମେଡିକାଲରେ କାମ କରୁନି ବୋଲି କହି ଫେରାଇ ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ।
ସୁନାର ସ୍ୱପ୍ନକୁ ଚୁରମାର କରିଦେଲା କିଡ଼ନୀ ରୋଗ। ୫ ବର୍ଷ ହେଲାଣି ଖଟିଆରେ ଶୋଇ ରହିଛନ୍ତି ସିଦ୍ଧାନ୍ତ। ଦିନେ ଖାଇଲେ ଦୁଇ ଦିନ ଉପାସରେ ରହିବା ପରି ସ୍ଥିତି। ଏଇଠି ଚିକିତ୍ସା କଥା ପଚାରେ କିଏ? ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ଼ ମିଳିଛି ସତ ହେଲେ କୌଣସି ମେଡ଼ିକାଲରେ ଏହା କରୁନି କାମ। ସାହାଯ୍ୟ ଅପେକ୍ଷାରେ ସିଦ୍ଧାନ୍ତ
ଜିଲ୍ଲାକୁ ଜିଲ୍ଲା ବୁଲି ଖୋଦ୍ ମୁଖ୍ୟମନ୍ତ୍ରୀ ବାଂଟିଥିଲେ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ । ହେଲେ କାମ କରୁନି ଏହି କାର୍ଡ । ହଇରାଣ ରାଜ୍ୟବାସୀ। ମାଳ ମାଳ ଯୋଜନା ହେଲେ କାମ ଶୂନ । ଏହି କାର୍ଡ କାମ ନଦେବା, ସରକାରଙ୍କ ଯୋଜନାକୁ ଏବେ ପଦାରେ ପକାଇଛି ।
ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା BSKY ସ୍ମାର୍ଟ ହେଲ୍ଥ୍ କାର୍ଡ କାମ ଦେଉ ନଥିବା ଅଭିଯୋଗ ହୋଇଛି।
ହସ୍ପିଟାଲରେ କାମ ଦଉନି ବିଏସୱାଇକେ କାର୍ଡ। ରାଜ୍ୟ ଅନେକ ସ୍ଥାନରୁ ଆସୁଛି ଏଭଳି ଅଭିଯୋଗ।…
କଟକର ବାଲିଯାତ୍ରା ପଡିଆରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଆଜି BSKY କାର୍ଡ ବଣ୍ଟନ କରିଛନ୍ତି ।ସେପଟେ ବିଜେପି ଯୁବ ମୋର୍ଚ୍ଚା ଏହାର ବିରୋଧ କରିଛନ୍ତି ।