• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପାଠପଢା ଲାଗି ବାଜିରେ ଲାଗିଛି ପିଲାଙ୍କ ଜୀବନ । ଭଙ୍ଗା ଦଦରା ତଥା ଅତି ବିପଦଜନକ ଶ୍ରେଣୀ ଗୃହରେ ଚାଲିଛି ଷଷ୍ଟରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଠପଢା । ଛାତରୁ ସିମେଣ୍ଟ ଖସୁଛି ଆଉ ତଳେ ପଢୁଛନ୍ତି ପିଲା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବିନିକା ଅଂଚଳରେ । ସୁବର୍ଣ୍ଣପୁର ବିନିକା ବ୍ଲକ ଚରଦା ପଚାଂୟତ ଫୁଳମୁଠି ମାହେଶ୍ୱରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡ଼ କଷ୍ଟରେ ପିଲାଏ ପଢୁଛନ୍ତି ପାଠ । ସ୍କୁଲର କାନ୍ଥରେ ବଡବଡ ଫାଟ, ଛାତ ଉପରୁ ସିମେଣ୍ଟ ଖସୁଛି । ଭୟଭୀତ ଅବସ୍ତାରେ ଭବିଷ୍ୟତ ଗଢୁଛନ୍ତି ଛାତ୍ରଛାତ୍ରୀ ।

ଅଧିକ ପଢ଼ନ୍ତୁ: ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ, କାନ୍ଥରୁ ପ୍ଲାଷ୍ଟର; ବିପଦରେ ଛାତ୍ରଛାତ୍ରୀ

ସ୍ଥିତି ଏମିତି ହେଲାଣି ଯେ ଶ୍ରେଣୀ ଗୃହର ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢା ଯାଉଛି । କେତେବେଳେ ଯେ ଏଇ ସ୍କୁଲ ଗୃହ ଭୁଷୁଡି ପଡିବ ତାହା କେହି ମଧ୍ୟ କରିପାରିବେ ନାହିଁ ।  ବିଦ୍ୟାଳୟର ଏଇ ସମସ୍ୟାକୁ ନେଇ ସ୍କୁଲ କମିଟି ଓ ପ୍ରଧାନ ଶିକ୍ଷକ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲାପରେ ମଧ୍ୟ କୌଣସି ଲାଭ ମିଳିନଥିବା ଅଭିଯୋଗ ହୋଇଛି । 

ସରକାର କେବଳ ବାହାବା ନେବାପାଇଁ 5-ଟି  ସ୍କୁଲ ତିଆରି କରିବାରେ ଲାଗିଛନ୍ତି । କିନ୍ତୁ ଭୁଷୁଡି ପଡିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା  ।ଯାହାର ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ଫୁଳମୁଠି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଅତି ବିପଦିଆ ଶ୍ରେଣୀ ଗୃହରେ ୩୮ ଜଣ ଛାତ୍ରଛାତୀମାନେ ନିଜର ଆଗାମୀ ଭବିଷ୍ୟତ ଗଢୁଥିବା  ବେଳେ ଜଣେ ମାତ୍ର ଶିକ୍ଷକରେ ଚାଲିଛି ଶିକ୍ଷାଦାନ । 

ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ୧୯୮୮ ମସିହାର ସ୍କୁଲର ଏମିତି ଅବସ୍ଥା ଦେଖିଲେ ପୂର୍ବ ଛାତ୍ରମାନଙ୍କୁ ମଧ୍ୟ ଦୁଃଖ ଲାଗୁଛି । ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ପରେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଏନେଇ ବିନିକା ବିଡିିଓ ବ୍ୟାସଦେବ ବେହେରା କହିଛନ୍ତି ସ୍କୁଲ ସମ୍ପର୍କରେ ଆମେ ଅବଗତ ଅଛୁ । ଖୁବଶୀଘ୍ର ସମସ୍ୟାର ହେବ ସମାଧାନ ।

(ବିନିକାରୁ ମିହିର ଜତିଙ୍କ ରିପୋର୍ଟ, ଓଟିଭି)