Advertisment

ପୋଷ୍ଟମର୍ଟମ ଲାଗି ଟଙ୍କା ମାଗୁଥିଲେ...ଏବେ ଚାକିରିରୁ ତଡ଼ା ଖାଇଲେ

ଡାକ୍ତର ଗଣପତି ତେଲକୋଇ ଥାନା କରଦାଙ୍ଗି ଗ୍ରାମର କଳାବତୀ ବେହେରା ନାମକ ଜଣେ ବୃଦ୍ଧାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ଲାଞ୍ଚ ଦେଲାବେଳେ ବୃଦ୍ଧାଙ୍କ ନାତି ଭିଡିଓ କରି ଭାଇରଲ କରିଥିଲେ । ଲାଞ୍ଚ ମାଗୁଥିବାର ଘୃଣ୍ୟ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ।

author-image
Sarbeswar
ଅଦ୍ୟତନ ହୋଇଛି
Surgery specialist

Surgery specialist

ଡାକ୍ତରଙ୍କୁ କୁହାଯାଏ ଦ୍ୱିତୀୟ ଦେବତା । ଆଉ ଏ ଦେବତା ଯେତେବେଳେ ଜୀବନ ବଞ୍ଚାଇବା ପାଇଁ ନୁହେଁ , ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ପାଇଁ ଟଙ୍କା ଲାଞ୍ଚ ନେବେ ତେବେ ଆପଣ କହିବେ କାହାକୁ । ଠିକ୍‌ ଏମିତି କାମ କରି ଜଣେ ଡାକ୍ତର ଏବେ ଚାକିରିରୁ ତଡା ଖାଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ନିଯୁକ୍ତି ପାଇଥିବା ସର୍ଜରୀ ବିଶେଷଜ୍ଞ ଡା ଗଣପତି ପ୍ରଧାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଚାକିରିରୁ ବିଦା କଲା କେନ୍ଦୁଝର ସ୍ବାସ୍ଥ୍ୟ ବିଭାଗ।

Advertisment

ଡାକ୍ତର ଗଣପତି ତେଲକୋଇ ଥାନା କରଦାଙ୍ଗି ଗ୍ରାମର କଳାବତୀ ବେହେରା ନାମକ ଜଣେ ବୃଦ୍ଧାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ଲାଞ୍ଚ ଦେଲାବେଳେ ବୃଦ୍ଧାଙ୍କ ନାତି ଭିଡିଓ କରି ଭାଇରଲ କରିଥିଲେ । ଲାଞ୍ଚ ମାଗୁଥିବାର ଘୃଣ୍ୟ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ।

 

ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସଂପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଗତକାଲି ଡାକ୍ତର ଗଣପତି ପ୍ରଧାନ କାରଣ ଦର୍ଶାଅ ନୋଟିସ ଉତ୍ତର ରଖିଥିଲେ ଏବଂ ଡାକ୍ତରଙ୍କ ଉତ୍ତର ସନ୍ତୋଷଜନକ ହୋଇନଥିଲା । ଫଳରେ ତାଙ୍କୁ କ୍ଳଜ-୭ କନ୍ଟ୍ରାକଚୁଆଲ ସର୍ଭିସ୍ ଏଗ୍ରିମେନ୍ଟ ଅନୁସାରେ କେନ୍ଦୁଝର ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଗଣପତି ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସିଡିଏମଓ କହିଛନ୍ତି ।

Advertisment

(ତେଲକୋଇରୁ ଚିନ୍ମୟ କୁମାର ସାହୁଙ୍କ ରିପୋର୍ଟ)

Bribe Bribe Case
Advertisment
Advertisment