ଭୁବନେଶ୍ୱରରେ ଆରମ୍ଭ ହୋଇଛି ପ୍ରଥମ 'ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ'। ଏଥିରେ ଦେଶ ବିଦେଶର ଓଡ଼ିଆ ଭାଷାବିତ୍ ଯୋଗଦେଇ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଏବଂ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିଛନ୍ତି। ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହୋଇଛି।
ବନେଶ୍ୱରରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ପ୍ରଚାର ପ୍ରସାର ବି ଜୋର୍ । ଖର୍ଚ୍ଚ ୧୦୦ କୋଟି ଟଙ୍କା । ହେଲେ ସ୍କୁଲରେ ଓଡିଆ ପଢାଇବାକୁ ଶିକ୍ଷକ ନାହାନ୍ତି । କଲେଜରେ ବି ଅଭାବ ଓଡିଆ ଅଧ୍ୟାପକ । ନବରଙ୍ଗପୁର ଝରିଗାଁ ବ୍ଲକ୍ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ବାସ୍ତବରେ ସରକାରଙ୍କର ଭାଷାପ୍ରୀତି କେତେ ତାକୁ ପରଖିବାକୁ ଚେଷ୍ଟା କଲା ଆମ ଟିମ୍ ।
ବିଦ୍ୟୁତ ଗ୍ରାହକମାନେ ସଠିକ ଭାବେ ବୁଝିପାରିବେ ବୋଲି ଆଶା କରାଯାଇଛି।
କନ୍ଧମାଳର ଫୁଲବାଣୀ ହେଉ କି କୋରାପୁଟର ଜୟପୁର ସବୁଠି ଆମ ମାତୃଭାଷା ଓଡ଼ିଆ ଅବହେଳିତ। ୨୦୧୮ରେ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏଠି ସବୁ ସତେ ଯେମିତି ଧୁଆଁବାଣରେ ପରିଣତ ହୋଇଯାଇଛି।
କନ୍ଧମାଳର ଫୁଲବାଣୀ ହେଉ କି କୋରାପୁଟର ଜୟପୁର ସବୁଠି ଆମ ମାତୃଭାଷା ଓଡ଼ିଆ ଅବହେଳିତ। ୨୦୧୮ରେ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏଠି ସବୁ ସତେ ଯେମିତି ଧୁଆଁବାଣରେ ପରିଣତ ହୋଇଯାଇଛି।
ବ୍ୟାବସାୟିକ ପ୍ରତିଷ୍ଠାନ, ଘରୋଇ ସ୍କୁଲ୍ ଏପରିକି ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଓଡ଼ିଆ ବଦଳରେ ମାତ୍ରାଧିକ ଇଂରାଜ ଭାଷାର ବ୍ୟବହାର ହୋଇଛି । ରାସ୍ତା କଡ଼ ଦୋକାନ ବଜାରର କଥା ନ କହିଲେ ଭଲ । ସରକାରଙ୍କ ନିୟମ କାନୁନ ପ୍ରତି କାହାର ନିଘା ନାହିଁ କି ଓଡ଼ିଆ ଭାଷା ପ୍ରତି ଆଗ୍ରହ ।
ଶିକ୍ଷା ଅଧିକାରୀଙ୍କ ଅଫିସରେ ଶିକ୍ଷାର ଏ କି ଅବମାନନା ? ଏଠି ଯଦି ଶିକ୍ଷାର ଅବସ୍ଥା ଏମିତି ତେବେ ବାହାରେ କେମିତି ଚାଲିଥିବ ଶିକ୍ଷା ଦାନ ?
ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା ପ୍ରିଲିମ୍, ମେନ୍ ଓ ଇଣ୍ଟଭର୍ୟୁ । ସବୁ କିଛି ଏବେ ଓଡ଼ିଆରେ ହେବ । ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ଗଲା କ୍ୟାବିନେଟ୍ରେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ପରୀକ୍ଷାର୍ଥୀ ଉତ୍ସାହିତ ତ ଅଛନ୍ତି, ହେଲେ ଦ୍ୱନ୍ଦ୍ୱ ବି କମ୍ ନାହିଁ ।
ଓଡ଼ିଶା ବାହାରେ ଓଡ଼ିଆଭାଷୀ ଅଞ୍ଚଳରେ କେମିତି ଅଛନ୍ତି ଓଡ଼ିଆ, କେମିତି ପଢୁଛନ୍ତି, ଆଉ ବଢୁଛନ୍ତି ଆମ ଓଡ଼ିଆ ପିଲା । ଆଜି ଉତ୍କଳ ଦିବସ ଅବସରରେ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ସ୍କୁଲର ସ୍ଥିତିକୁ ନେଇ ଆସନ୍ତୁ ଦେଖିବା ଓଟିଭିର ଗ୍ରାଉଣ୍ଡ ରିପୋର୍ଟ ।
ଦିନେ ଓଡ଼ିଶାର ଅବିଚ୍ଛିନ୍ନ ଅଙ୍ଗ ଥିବା ଝାଡ଼ଖଣ୍ଡ ଷଢ଼େଇକଳାରେ କେମିତି ବଞ୍ଚିଛି ଆମ ଭାଷା? ଏଇ ସୂଚନା ଫଳକ ହୁଏତ ସେ ପ୍ରଶ୍ନର ଉତ୍ତର ଦେଇପାରେ । ହେଲେ ବିଚ୍ଛିନ୍ନାଞ୍ଚଳରେ ଭାଷାକୁ ବଞ୍ଚାଇବାର ଏ ସଂଘର୍ଷ ଭିତରେ ମଧ୍ୟ ଏବେ ବି ମୁଣ୍ଡ ଟେକି ରହି ପାରିଥିବା କିଛି ଓ଼ଡ଼ିଆ ସ୍କୁଲ ଅତ୍ୟନ୍ତ ସଂକଟରେ ।
ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ଉପେକ୍ଷା, ଅଣଦେଖା ! ବର୍ଷ ବର୍ଷ ଧରି ପ୍ରଚଳିତ ଓଡ଼ିଆ ଭାଷାର ସୁରକ୍ଷା ବଦଳରେ ବିଲୋପ ପାଇଁ ଚକ୍ରାନ୍ତ, ଷଡ଼ଯନ୍ତ୍ର! ସୀମାନ୍ତ ଝାଡ଼ଖଣ୍ଡର ଷଢ଼େଇକଳା ଓ ଖରସୁଁଆରେ ପୁରୁଷ ପୁରୁଷ ଧରି ଲୋକେ ଓଡ଼ିଆକୁ ମାତୃଭାଷା ଭାବେ ବ୍ୟବହାର କରୁଥିବା ବେଳେ ଏବେ ସେମାନଙ୍କ ସେ ଅଧିକାର କ୍ଷୂର୍ଣ୍ଣ ହେବାର ଆଶଙ୍କା ଦେଖାଦେଇଛି
ଭାରତର ସମସ୍ତ ନାଗରିକ ନିଜ ମାତୃଭାଷାରେ ଲେଖିବା ଓ ପଢ଼ିବାର ସାମ୍ବିଧାନିକ ଅଧିକାର ରହିଛି । ହେଲେ ଝାଡ଼ଖଣ୍ଡ ଏହାର ବିପରୀତ ଦିଗରେ ଚାଲୁଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।
ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା ପାଇଁ ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଉ ବିକ୍ଷୋଭ । ବର୍ଷ ବର୍ଷ ଧରି ଅବହେଳିତ ଓଡ଼ିଆ ଭାଷାକୁ ଉଚିତ୍ ଅଧିକାର ଦେବାକୁ ଉଠିଛି ଦାବି । ଝାଡଖଣ୍ଡର ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି କୋଲହାନ ଓଡ଼ିଆ ସମାଜ ।
ଝାଡଖଣ୍ଡରେ ଓଡ଼ିଆ ଭାଷାକୁ ଉଚିତ ଅଧିକାର ଦାବିରେ ବିଚ୍ଛିନ୍ନାଞ୍ଚଳ ଷଡେଇକଳାରେ ଲୋକଙ୍କ ଧାରଣା । ଝାଡଖଣ୍ଡରେ ଥିବା କୋଲହାନ ଓଡିଆ ସମାଜ ପକ୍ଷରୁ ଆଜି ଷଡେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।