ନିଖିଲ କାମାଥଙ୍କୁ ମାତ୍ର ୧୪ ବର୍ଷ ହୋଇଥିବା ବେଳେ ସେକେଣ୍ଡ୍ ହ୍ୟାଣ୍ଡ୍ ଫୋନ୍ ବିକ୍ରୟ କରିବା ଆରମ୍ଭ କରିଥିଲେ ।
ପରିଶ୍ରମର ଫଳ ସବୁବେଳେ ମିଠା । ଆଜି କୋଟି କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ତେଜିନ୍ଦର୍ ସିଂ ଶେଖୋଙ୍କ ପିଲାଦିନ ଖୁବ୍ ଦୟନୀୟ ଥିଲା ।
ସିଙ୍ଗଡ଼ା ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଦମ୍ପତି । ଶିଖର ପାଠପଢ଼ା ସମୟରୁ ହିଁ ସିଙ୍ଗଡ଼ା ଦୋକାନ ଖୋଲିବା ପାଇଁ ଚାହୁଁଥିଲେ, କିନ୍ତୁ . .
ଭାଇରାଲ୍ ହେଉଛି କୁନି ପୁଅର ଭିଡିଓ। ଜଣେ ସ୍କୁଲ୍ ପିଲାର ମହାନତା ଦେଖିବାକୁ ମିଳିଛି। ଏହି ଛୋଟ ପିଲାଟି ଏକ ପକ୍ଷୀର ଜୀବନ ରକ୍ଷା କରିଛି। ତା’ର ଏହି ଗୁଣ ପାଇଁ ତାକୁ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି।
ଏବେ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ତାଙ୍କର ‘ଭାଷ୍କରଙ୍କ ପୁରନପାଲି ଘର’ ନାଁରେ ଏକାଧିକ ଦୋକାନ ରହିଛି ।
ଭୁବନେଶ୍ୱର ବିମାନ ବନ୍ଦରରେ ଫସିଯାଇଥିଲେ ମୁମ୍ବାଇର ପାର୍ଥ ଭାନୁଶାଲି। ତାଙ୍କ ପତ୍ନୀ ଗର୍ଭବତୀ ଥିଲେ। ବିମାନବନ୍ଦରରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା। ସେଠାରେ କୌଣସି ଔଷଧ ଦୋକାନ ନଥିଲା। ଦେବଦୂତ ହୋଇ ଆସିଲେ ବିମାନ କର୍ମଚାରୀ ଅଭିଷେକ। କଲେ ଏମିତି….
ମୋଟା ଅଙ୍କର ଦରମା ପାଇ ବି ଦହିବରା ବିକୁଛନ୍ତି ଆଶ୍ୟୁକ୍ତା
ପାଠ ପଢିବାକୁ ଉଭୟଙ୍କ ଆଗ୍ରହ, ଦିନେ ବି କ୍ଲାସ୍ ମିସ୍ ହୁଏନି। ଘରେ ବି ପାଠ ପଢନ୍ତି। ହେଲେ ପାଠପଢା ସହ ଆତ୍ମନିର୍ଭରଶୀଳ ହେବାକୁ ଉଭୟଙ୍କ ଥିଲା ଇଚ୍ଛା।
ବୟସ କେବଳ ଏକ ସଂଖ୍ୟା। ନାମ ଆଉ ଗ୍ରାମ ପରି ବୟସ ମଧ୍ୟ ମଣିଷର ଏକ ପରିଚୟ। ବୟସ ଶରୀର ପାଇଁ ବେଡି ନୁହେଁ। ବୟସ ପାଇଁ କୌଣସି କାମ ଅଟକି ଯାଏନି। ଯଦି ଇଚ୍ଛାଶକ୍ତି ଥାଏ, କରିବାର ଆନ୍ତରିକତା ଥାଏ ତେବେ ବୟସ ଯେତେ ହେଉ ନା କାହିଁକି ମଣିଷ ତାହା କରି ଦେଖାଇଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ୭୧ ବର୍ଷ ବୟସର ଏହି ବ୍ୟକ୍ତି ଜଣକ।
ବୃତ୍ତିଗତ ପରାମର୍ଶଦାତା ହେଉଛନ୍ତି ସେମାନେ ଯେଉଁମାନେ ଉଭୟ ନୂଆ ଏବଂ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ପାଇଁ ଏକ ରୋଡ୍ ମାପ୍ ତିଆରି କରିବାରେ ସାହାଯ୍ୟ କରିଥାନ୍ତି। ତେବେ ଆସନ୍ତୁ ଭାରତର ସର୍ବଶ୍ରେଷ୍ଠ ୧୦ ଜଣ ବ୍ୟବସାୟୀଙ୍କ ବିଷୟରେ ଜାଣିବା ଯେଉଁମାନେ ଏକ ବ୍ୟବସାୟକୁ ସଠିକ ଦର୍ଶନ ଏବଂ ଦିଗ ଦେଇଛନ୍ତି।
ଜୀବନ ଅଛି ତ ସଂଘର୍ଷ ଅଛି। କେହି କେହି ଏହି ସଂଘର୍ଷ ଆଗରେ ହାରି ଯାଉଥିବା ବେଳେ ଆଉ କେହି ଏହାର ସାମ୍ନା କରି ସଫଳତା ପାଆନ୍ତି। ସେମିତି ଏକ କାହାଣୀ ହେଲା ଚଞ୍ଚଲ ଶର୍ମାଙ୍କର। ଆସନ୍ତୁ ଜାଣିବା ପିଲା ପାଇଁ କିପରି ସେ ଲଢୁଛନ୍ତି ଜୀବନ ଯୁଦ୍ଧ।
ପୁଅ ହେବ ତ ଏମିତି । ଗରିବ ବାପାଙ୍କ ଦୁଃଖ ବୁଝି କଠିନ ପରିଶ୍ରମ କରିଥିଲେ, ଆଜି ସେ ସଫଳତା ହୋଇଛନ୍ତି ।
ପୋଲିସ୍ ସାଜିଛନ୍ତି ଗୁରୁ। ବସ୍ତି ପିଲାଙ୍କୁ ନିଜ ଖର୍ଚ୍ଚରେ ଦେଉଛନ୍ତି ଶିକ୍ଷା। ସେ ଏବେ ସାଜିଛନ୍ତି ସେମାନେ ଭାଗ୍ୟ ବିଧାତା। ତାଙ୍କୁ ନେଇ ପିଲାମାନେ ଦେଖିଛନ୍ତି ନୂଆ ସ୍ୱପ୍ନ।
କରୋନା ବେଳେ ଜଣେ ୬୫ ବର୍ଷ ବୟସ୍କା ମହିଳା ତାଙ୍କ ୨୧ ବର୍ଷର ନାତୁଣୀ ସହିତ ଏକ ବ୍ୟବସାୟ ଆରମ୍ଭ କରିଥିଲେ। କିଛି ମାସ ମଧ୍ୟରେ ବ୍ୟବସାୟରୁ ପ୍ରଚୁର ଲାଭ କରିଥିଲେ। ଆଇମା’ର କୌଶଳ ଓ ନାତୁଣୀର ଶିକ୍ଷା ପ୍ରତ୍ୟେକ ମହିଳାଙ୍କୁ ଆଗକୁ ବଢିବାକୁ ଏବଂ ପରିସ୍ଥିତି ସାମ୍ନାରେ ହାର ନ ମାନିବାକୁ ପ୍ରେରଣା ଦିଏ।
IAS ପରୀକ୍ଷାରେ ସଫଳ ହେବା ପାଇଁ ପ୍ରାର୍ଥୀମାନେ ବର୍ଷ ବର୍ଷ ଧରି ଅଧ୍ୟୟନ କରନ୍ତି। ଏନେଇ ଅନେକ କୋଚିଂ ବି ନିଅନ୍ତି। କିନ୍ତୁ ଜଣେ ମହିଳା ବିନା କୋଚିଂରେ ପ୍ରଥମ ପ୍ରୟାସରେ ଏହି ସଫଳତା ପାଇଛନ୍ତି। ଏହି ମହିଳା ୬ଷ୍ଠରେ ଫେଲ୍ ହୋଇଥିଲେ ବି କିପରି ମିଳିଲା ସଫଳତା ଆସନ୍ତୁ ଜାଣିବା।
ନାରୀ ହୋଇଛି ସ୍ୱାବଲମ୍ବୀ। ପୁରୁଷ ସହ କାନ୍ଧରେ କାନ୍ଧ ମିଳେଇ ଚାଲୁଛି ବାଟ। ନିଜର ଉଦ୍ୟମ ବଳରେ ସମାଜର ମାନସିକତାରେ ବଡ଼ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି ନାରୀ। ସେମିତି ଜଣେ ନାରୀ ହେଲେ ଦମୟନ୍ତୀ ନାଏକ। ପରିବାର ବୋଝ ସମ୍ଭାଳିବା ପାଇଁ ସେ କିପରି ସାଜିଲେ ଅଟୋ ଚାଳକ ଆସନ୍ତୁ ସେ ବିଷୟରେ ଜାଣିବା।
ଖେଳିବା ସହ ବାପାଙ୍କୁ ଚାଷରେ ସାହାଯ୍ୟ କରିବାକୁ ପଡ଼େ। ପଡ଼ିଆରେ ଖେଳିବା ସହ ଖଳାକୁ ବିଲରୁ ଧାନ ମୁଣ୍ଡାଇ ଆଣିଥିଲେ...କଷ୍ଟ କରି ଏବେ ଅନ୍ୟମାନଙ୍କ ପାଇଁ ପାଲଟିଗଲେ ପ୍ରେରଣା, ଦେଖନ୍ତୁ ଏହି ଭିଡ଼ିଓ
ପାଗଳ କରିଛି ଦେଶପ୍ରେମ। ୫୦ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଦେଶର ଗରିବ ଲୋକଙ୍କ ସେବା କରୁଛନ୍ତି ଯୁବ IPS ସନ୍ତୋଷ ମିଶ୍ରା। ଡ୍ୟୁଟି ସରିବା ପରେ ସ୍କୁଲରେ ପାଠ ପଢାଉଛନ୍ତି ପୁଣି ରାସ୍ତାରେ ଥିବା ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି...ତାଙ୍କ କାମକୁ ନେଇ ଦେଶରେ ଏବେ ଭାରି ଚର୍ଚ୍ଚା
ଇତିହାସ ରଚିଲେ ବ୍ରିଟିଶ ମୂଳ ଶିଖ ସେନା ଅଧିକାରୀ ପ୍ରୀତି ଚାନ୍ଦି। ସାଉଥ୍ ପୋଲ୍କୁ ଏକାକୀ ଯାତ୍ରା ସଫଳ କରିବାରେ ସେ ହୋଇପାରିଛନ୍ତି ପ୍ରଥମ "ଅଣଶ୍ୱେତ ମହିଳା"। ଚାନ୍ଦିଙ୍କ ଏହି ଦୁଃସାହସିକ କାର୍ଯ୍ୟ ଗତ ବର୍ଷ ନଭେମ୍ବରରେ ଆରମ୍ଭ ହୋଇଥିଲା।
ମା’ଟିଏ ନିଜ ପିଲାକୁ ସୁରକ୍ଷା ଜୀବନ ସାରା ବିନା ସ୍ୱାର୍ଥରେ ଦେଇପାରେ। ସେଇ ମା’ ହିଁ ନିଜ ପିଲା ପାଇଁ ସବୁ ସୁଖ ଆଣିପାରେ। ମା’କୁ ନେଇ ଏମିତି ଏକ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ମାନସିକ ଓ ଶାରୀରିକ ଭାବେ ଅକ୍ଷମ ଏକ ପୁଅକୁ ଜଣେ ମା’ ନିଜ ପିଠିରେ ବୋହି ଦୁନିଆ ବୁଲୁଛନ୍ତି।
ନିଜେ ଆଖିରେ ଦେଖିନାହାନ୍ତି ଦୁନିଆ, ହେଲେ ସାରା ଦୁନିଆକୁ ଦେଖାଉଛନ୍ତି ଜ୍ଞାନର ଆଲୋକ । ଦୃଷ୍ଟିଶକ୍ତି ନଥାଇ ମଧ୍ୟ ଶିକ୍ଷକତା କରି ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ରାଉରକେଲାରୁ ଦେଖିବା ଶିକ୍ଷକତା କରୁଥିବା ଦିବ୍ୟାଙ୍ଗ ଦମ୍ପତିଙ୍କ କାହାଣୀ .
ବବଲୁ ଭିନ୍ନକ୍ଷମ ହେଲେ ସୁଦ୍ଧା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେବେ ସାହାଯ୍ୟ ଆଶା କରିନାହାନ୍ତି, ବରଂ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।
ବୟସ ଚାଲିଗଲେ ମନ ମରିଯାଏ। ଶିକ୍ଷା କଥା ତ ଛାଡ ଉଠିବସିବାକୁ ବି ବଳ ପାଏ ନାହିଁ। କିନ୍ତୁ ୧୦୪ ବର୍ଷର ଜଣେ ଆଇମା’ ଏକ ପରୀକ୍ଷା ଦେଇ ୧୦୦ରୁ ୮୯ ମାର୍କ ରଖି ଉଦାହରଣ ପାଲଟିଛନ୍ତି।
ଦୁନିଆର ସବୁଠୁ SMALLEST FUNCTIONAL REFRIGERATOR ତିଆରି କରିବାରେ କମଲଙ୍କୁ ସଂପୂର୍ଣ୍ଣ ସାହାଯ୍ୟ କରିଥିଲେ ତାଙ୍କ ସାନଭାଇ। ନିର୍ମାଣ ବେଳର ଭିଡିଓ ରେକର୍ଡିଂ କରିବାଠାରୁ ଆରମ୍ଭ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ଅପଲୋଡ କରିବା ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ସେ ଯୋଗାଇ ଦେଇଥିଲେ। କମଲଙ୍କ ନୂଆ ଉଦ୍ଧାବନକୁ ନେଇ ବେଶ ଖୁସି ପରିବାର ଲୋକେ।
ନୂଆପଡା ଜିଲ୍ଲା କୋମନା ବ୍ଲକ ନୂଆଗାଁ ଗାଁର ପଦ୍ମିନୀ ରଣା । ବାପା ଅନେକ ଦିନ ହେଲାଣି ଆର ପାରିରେ । ଘରେ ବୁଢ଼ୀ ମା’ । ମା ବଡ କଷ୍ଟରେ ଦୁଇ ଝିଅଙ୍କୁ ବାହା କରି ଦେଇଛନ୍ତି । ପଦ୍ମିନୀ ଫୁଟବଲ, ଭଲିବଲ, କବାଡି, ଦୌଡ ଆଦି ଖେଳରେ ପାରଙ୍ଗମ । ଆଶା କରି ଥିଲା ଭଲ ଚାକିରୀଟିଏ କରିବ । କିନ୍ତୁ ଚାକିରୀ ପାଇଲା ନାହିଁ ।