• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Opinion Updates

Travelling Gives Solution
Travelling Benefit: ଜୀବନ ଅଟକିଗଲା ପରି ଲାଗୁଛି କି? ଟ୍ରାଭେଲ୍ ଆପଣଙ୍କୁ ନିଜକୁ ଖୋଜିବାରେ ସାହାଯ୍ୟ କରିପାରିବ

ଆପଣ ଯଦି କେବେ ଅନୁଭବ କରିଛନ୍ତି ଯେ, ଆପଣ କେବଳ ସୁଅ ମୁହଁରେ ପତର ହୋଇ ଭାସିଚାଲିଛନ୍ତି, ପ୍ରକୃତ ଜୀବନ ବଞ୍ଚୁନାହାଁନ୍ତି। ତେବେ ଏଇ ଲେଖାଟି ଆପଣଙ୍କ ପାଇଁ। ଯଦି ଆପଣଙ୍କୁ କେବେବି ଜୀବନର ଭିଡରେ ହଜିଗଲା ପରି ଲାଗିଥାଏ, ତେବେ ଲେଖାଟିକୁ ପୂରା ପଢନ୍ତୁ। ଆପଣଙ୍କୁ କିଛି ନା କିଛି ବାଟ ନିଶ୍ଚୟ ମିଳିଯିବ।

Khandav Bana Dahan
Mahabharat Story: ଖାଣ୍ଡବ ବନ ଦହନ ଓ ଜଙ୍ଗଲ ପୋଡିରୁ ରକ୍ଷା ପାଇଥିବା କେତେଜଣଙ୍କ କାହାଣୀ

କାହିଁକି ଅଗ୍ନିଦେବଙ୍କୁ ଅଗ୍ନିମାନ୍ଦ୍ୟ ରୋଗ ହୋଇଥିଲା? କାହିଁକି ଏତେ ସୁନ୍ଦର ବନକୁ ମିଳି ମିଶି ଦହନ କଲେ କୃଷ୍ଣ ଓ ଅର୍ଜୁନ? ବନରେ ପୋଡିହୋଇ ସମସ୍ତେ ମରିଯିବା ବେଳେ, କେମିତି ବଞ୍ଚିଗଲେ କେତେଜଣ? କିଏ କିଏ ବଞ୍ଚିଲେ? ମହାଭାରତ ଭିତରର ଏଇ ସମସ୍ତ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

Excess Protein
Excess Protein: ଅତ୍ୟଧିକ ପ୍ରୋଟିନ୍‌ ସେବନ ଆଣିପାରେ ଏହି ସମସ୍ୟା

ଯଦି ଶରୀରରେ ପ୍ରୋଟିନ୍ ଠିକ୍‌ରେ ଉପଯୋଗ ନ ହୁଏ ତେବେ ଏହା ଫ୍ୟାଟ୍‌ରେ ରୂପାନ୍ତରିତ ହୋଇଯାଏ ଏବଂ ଶରୀରରେ ଜମି ରହେ। ଏଣୁ ଏହା ଓଜମ କମ୍ କରିବା ପରିବର୍ତ୍ତେ ଓଜନ ବଢ଼ାଇଦିଏ।

Future Of Rohit Sharma
Cricketer Rohit Sharma: ଆନ୍ତର୍ଜାତିକ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ଚାମ୍ପିଅନ୍ସ ଟ୍ରଫି

ଆନ୍ତର୍ଜାତିକ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଏବେ ବେଶ୍ ଚର୍ଚ୍ଚା । ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ।

history of mythological vyasa sarovar mela
Vyasa Sarovar Mela: ଏଇଠି ଲେଖା ହୋଇଥିଲା ମହାଭାରତର ଶେଷପର୍ବ, ଦୁର୍ଯ୍ୟୋଧନଙ୍କ ଜାନୁ ଭାଙ୍ଗିଥିଲେ ଭୀମ

କୁହାଯାଏ, ଏଇଠି ଶେଷ ହୋଇଥିଲା ମହାଭାରତ ଲେଖା, ଏଇଠି ମଧ୍ୟ ଘଟିଥିଲା ଏହି ମହାଯୁଦ୍ଧର ଶେଷ ଘଟଣା। ଜାଗାଟି ଏବେ ଅଛି ଆମରି ରାଜ୍ୟର ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ନିକଟରେ। ପ୍ରତିବର୍ଷ ପରି ଆଜିଠାରୁ ଏଠାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବ୍ୟାସ ସରୋବର ମେଳା।

ବଦଳୁଛି ଢାଞ୍ଚା ମୁକୁଳୁଛି ବ୍ୟବସ୍ଥା
Odisha Politics: ବଦଳୁଛି ଢାଞ୍ଚା; ଅମଲାତାନ୍ତ୍ରିକ କବ୍‌ଜାରୁ ମୁକୁଳୁଛି ବନ୍ଧା ପଡ଼ିଥିବା ଗଣତାନ୍ତ୍ରିକ ବ୍ୟବସ୍ଥା

ବର୍ତ୍ତମାନ ସରକାରଙ୍କ ସମୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀ ଓ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀକୁ ତୁଳନା କଲେ ଏକ ବିକଳ ଚିତ୍ର ସାମ୍ନାକୁ ଆସେ । ନବୀନ ବହୁ ବର୍ଷ ଧରି ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁନଥିଲେ । କୌଣସି ମନ୍ତ୍ରୀମାନେ ଲୋକମାନଙ୍କର ଅଭିଯୋଗ ଶୁଣାଣୀ କରିବା ସ୍ଥିତିରେ ନଥିଲେ । ମନ୍ତ୍ରୀମାନଙ୍କ ସ୍ୱାଧିନତା ଓ ସ୍ୱତନ୍ତ୍ରତା ତଥା ଆତ୍ମସମ୍ମାନ କିଛି ଅହଙ୍କାରୀ ଅମଲାମାନଙ୍କ ନିକଟରେ ବନ୍ଧା ପଡିଥିଲା ।

ମହାଭାରତ କଥା
Mahabharat Story: ଗଣ୍ଡା ପାଇଁ ମହାଦେବଙ୍କ ସହ ଓ ଗନ୍ଧର୍ବ ପାଇଁ କୃଷ୍ଣଙ୍କ ସହ ଅର୍ଜୁନଙ୍କ ଯୁଦ୍ଧର କାହାଣୀ

କ'ଣ ପାଇଁ ମହାଦେବ ଶିବଙ୍କ ସହ ଅର୍ଜୁନଙ୍କ ଯୁଦ୍ଧ ହେଲା?  ଯୁଦ୍ଧ ପରେ ମହାଦେବ, ଅର୍ଜୁନଙ୍କୁ କୋଉ ବର ଦେଲେ?  କୃଷ୍ଣଙ୍କ ଆଗରେ ଅର୍ଜୁନ କାହିଁକି ଅସ୍ତ୍ର ଧରି ଠିଆ ହେଲେ? କେମିତି ପୁଣି ଅଟକିଲା କୃଷ୍ଣ ଅର୍ଜୁନଙ୍କ ଯୁଦ୍ଧ? ଏମିତି ମହାଭାରତର ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

‍ଭୟଙ୍କର ହତ୍ୟା
Suicide Note Before Killing: କଳାଯାଦୁର କଳାକାରନାମା… ମାରିବା ପୂର୍ବରୁ ଲେଖାଉଥିଲା ସୁଇସାଇଡ୍ ନୋଟ୍

ଜଣେ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିବା ପରେ ଘର ଭିତରେ ପୂଜା ପାଠ କରିବା ଆରମ୍ଭ କରିଦେଇଥିଲା। ଏହାକୁ ନେଇ ଘରେ ପାଟିତୁଣ୍ଡ ହେଉଥିଲା। ଘରେ ସମସ୍ତେ ତାକୁ ବିରୋଧ କରୁଥିଲେ। ଏହାରି ଭିତରେ ନଭଲସିଂହର ତନ୍ତ୍ର ବିଦ୍ୟା ଆଗେଇ ଚାଲିଥାଏ। ତେବେ ସେ ଟଙ୍କା ଓ ସୁନା ଡବଲ କରିଦେବାକୁ ନେଇ ପ୍ରଚାରପ୍ରସାର କରିଥିଲା।

୨ଟି କୋଠରୀରେ ରହୁଥିଲେ ଦେଶର ପ୍ରଥମ ରାଷ୍ଟ୍ରପତି
Dr. Rajendra Prasad: କାହିଁକି ରାଷ୍ଟ୍ରପତି ଭବନରେ ରହିବାକୁ ଚାହୁଁ ନ ଥିଲେ ପ୍ରଥମ ରାଷ୍ଟ୍ରପତି ? ବନ୍ଦ କରିଥିଲେ ୩୩୦ କୋଠରୀ

ସେତେବେଳେ ରାଷ୍ଟ୍ରପତି ଭବନ ନ ଥିଲା, ଥିଲା ଭାଇସରାୟ ହାଉସ । ଏହି ଭବନରେ ରହୁଥିଲେ ଇଂରେଜ ଶାସକ ଭାଇସରାୟ । ଡା.ରାଜେନ୍ଦ୍ର ପ୍ରସାଦ କୌଣସି ପରିସ୍ଥିତିରେ ଭାଇସରାୟ ରହୁଥିବା ଏହି ଘରେ ରହିବେ ବୋଲି । ଭାଇସରାୟଙ୍କ ପରେ ପ୍ରଥମ ଗଭର୍ଣ୍ଣର ଜେନରାଲ ରାଜଗୋପାଳଚାରୀ ଏହି ଘରେ ରହୁଥିଲେ । ଦେଶ ସ୍ୱାଧୀନ ହେବା ପରେ ରାଜେନ୍ଦ୍ର ପ୍ରସାଦ ଚାହୁଁଥିଲେ ଏହି ଭବନର ନାଁ ପରିବର୍ତ୍ତନ କରି ରାଷ୍ଟ୍ରପତି ଭବନ କରିବା ପାଇଁ । ତେଣୁ ସେ ଯେତେବେଳେ ଏହି ଘରକୁ ସିଫ୍ଟ ହେଲେ ପ୍ରଥମ କାମ ଭାବରେ ଏହାର ନାମ ପରିବର୍ତ୍ତନ କରିଥିଲେ ।

କେମିତି ବ୍ୟାପେ HMPV ଭାଇରସ୍
HMPV: ହ୍ୟୁମାନ ମେଟା ନିମୋ ଭାଇରସ...ଏହା କେମିତି ବ୍ୟାପେ, କ’ଣ ଏହାର ପ୍ରତିଷେଧକ

ରୋଗୀର କାଶ, ଛିଙ୍କରେ ଏବଂ ନାକର ସିଙ୍ଘାଣିରେ ଭୂତାଣୁମାନେ ଥାଆନ୍ତି । ରୋଗୀ ଛିଙ୍କିଲେ କି କାଶିଲେ ଭୂତାଣୁମାନେ ପବନ ମାଧ୍ୟମରେ ଯାଇ ସୁସ୍ଥ ଲୋକକୁ ଆକ୍ରାନ୍ତ କରନ୍ତି । ଏହା ଛଡା ରୋଗୀ ବ୍ୟବହାର କରିଥିବା ରୁମାଲ, ଗାମୁଛା, ଶେଜ ଜରିଆରେ ମଧ୍ୟ ଏହି ରୋଗ ବ୍ୟାପେ । ରୋଗୀ ସହ ହାତ ମିଳାଇଲେ ଏବଂ ବିନା ପ୍ରତିଷେଧକରେ ରୋଗୀ ସହ ଅତ୍ୟଧିକ ମିଳାମିଶା କଲେ ସୁସ୍ଥ ଲୋକ ମଧ୍ୟ ପ୍ରଭାବିତ ହେବେ ।

ମିତ୍ର ସହ ଶତ୍ରୁତା ଆଣେ ଏହି ବାସ୍ତୁଦୋଷ
Vastu Tips: ଏମିତି ଭୁଲ୍ କରୁଛନ୍ତି କି...ମିତ୍ର ସହ କଳହ ହେବାର ସଂଭାବନା ଅଧିକ

ଯଦି ଗୃହର ଆକାର ବୃଦ୍ଧି କରିବା ବା ଆଗରୁ ଥିବା ଗୃହକୁ ଲଗାଇ ଆଉ ଗୋଟେ ଅଧିକା ବଖରା ନିର୍ମାଣ କରିବାକୁ ହେଲେ ଚାରିଦିଗରେ ସମାନ ଭାବରେ ବୃଦ୍ଧି କରିବା ହେଉଛି ଶ୍ରେଷ୍ଠ ନିୟମ । କିନ୍ତୁ ଗୋଟେ ଦିଗକୁ ବଢ଼ାଇଲେ ଏହା ବାସ୍ତୁଦୋଷ ଉତ୍ପନ୍ନ କରିଥାଏ । ଦକ୍ଷିଣ ଦିଗକୁ ଗୃହବୃଦ୍ଧି କଲେ ମୃତ୍ୟୁତୁଲ୍ୟ କଷ୍ଟ ମିଳିଥାଏ ।

ମହାକାଶରେ କେମିତି ସଫା ହୁଏ ପୋଷାକ
Astronauts’ Cloth Washing: କିପରି ସଫା ହୁଏ ମହାକାଶଚାରୀଙ୍କ ପୋଷାକ ?  କେଉଁଠୁ ଆସେ ଏତେ ପାଣି ?

ମହାକାଶରେ ପୋଷାକ ଆଷ୍ଟ୍ରୋନଟଙ୍କ ପାଇଁ ଏକ ସମସ୍ୟା ହୋଇଥିଲେ ହେଁ ଏହାର ସମାଧାନର ବାଟ ଏଯାଏ ବାହାରି ପାରିନାହିଁ । ଏବେ ମହାକାଶଚାରୀମାନେ ମଙ୍ଗଳ ଗ୍ରହକୁ ଯିବାକୁ ବସିଲେଣି । ସେମାନେ ଭଲ ଭାବେ ଜାଣନ୍ତି, ଏତେ ବେଶୀ ପୋଷାକ ନେଇ ମହାକାଶକୁ ଯିବା ଅର୍ଥ ଯେଉଁ ଯାନରେ ମହାକାଶଚାରୀମାନେ ଯାଉଛନ୍ତି ସେହି ଯାନର କେବଳ ଓଜନ ବଢାଇବା । ତେଣୁ ମହାକାଶରେ କିପରି ପୋଷାକ ଧୁଆ ଯାଇ ପାରିବ ତାହାର ଉପାୟ ବାହାର କରିବାକୁ ପଡିବ ।

ଇଂଲଣ୍ଡ ସିରିଜ୍ ଶେଷ ସୁଯୋଗ
Sports: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ସିରିଜ୍‌ରେ ନିଜ ସାମର୍ଥ୍ୟକୁ ପରଖିବ ଟିମ୍ ଇଣ୍ଡିଆ

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ନିଜ ସାମର୍ଥ୍ୟକୁ ପରଖିବ ଟିମ୍ ଇଣ୍ଡିଆ । ଆଇସିସି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଫର୍ମ ହାସଲ ପାଇଁ ଏହା ଖେଳାଳିଙ୍କ ଲାଗି ଶେଷ ସୁଯୋଗ ।

History of Magha Saptami Mela in Odisha
History of Magha Saptami Mela: ଏଇଠି ପାପ ଧୋଇଥିଲେ ମହାଦେବ, କେମିତି ବଦଳି ଗଲା ଖଣ୍ଡଗିରିର ନାଁ?

ଓଡ଼ିଶାର କେଉଁ କେଉଁ ସ୍ଥାନରେ ହୁଏ ମାଘ ସପ୍ତମୀ ମେଳା, କେଉଁଠି ହୁଏ ମାଘବୁଡ଼? କେମିତି ହୋଇଥିଲା ଖଣ୍ଡଗିରିର ନାମକରଣ? ମାଘ ମାସରେ କେଉଁ ଦେବତାଙ୍କର ପୂଜା କରାଯାଏ?

ଜାପାନର ଅର୍ଥନୀତିକୁ ଟପିବ ଭାରତ
Indian Economy: ଯୁଦ୍ଧ ଓ ମାନ୍ଦାବସ୍ଥା ସତ୍ତ୍ବେ ଭାରତର ଅଭିବୃଦ୍ଧି ବଢ଼ୁଛି...୫ ଟ୍ରିଲିଅନ ଅର୍ଥନୀତିକୁ ଛୁଇଁବ

୨୦୨୬ରେ ଜାପାନକୁ ଭାରତ ଅତିକ୍ରମ କରିଯିବ ବୋଲି ରେଟିଂ ଏଜେନ୍ସି ଆକଳନ କରିଛନ୍ତି । ବର୍ତ୍ତମାନ ଆମେରିକା ସବୁଠୁ ବଡ଼ ଆର୍ଥିକ ମହାଶକ୍ତି ହୋଇଥିବାବେଳେ ତା’ପଛକୁ ରହିଛନ୍ତି ଚୀନ୍, ଜର୍ମାନୀ ଓ ଜାପାନ। ଭାରତର ଜିଡିପି ଅଭିବୃଦ୍ଧି ୨୦୨୫ରେ ୬.୬ ପ୍ରତିଶତ ରହିବ। ମୁଖ୍ୟତଃ ଅଧିକ ଘରୋଇ ଖର୍ଚ୍ଚ ଓ ନିବେଶ ପାଇଁ ଅର୍ଥନୀତିର ଅଭିବୃଦ୍ଧି ଏଭଳି ସ୍ତରରେ ରହିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।

ମହାଭାରତରେ ହନୁମାନ
Mahabharat Story: ଅର୍ଜୁନ ଓ ହନୁମାନଙ୍କ ଭେଟ ଏବଂ ବ୍ରାହ୍ମଣଙ୍କ ଅପହୃତ ଶିଶୁମାନଙ୍କ କାହାଣୀ

କାହିଁକି ସାନ ଏକ ମାଙ୍କଡ଼ ବେଶ ଧରିଲେ ହନୁମାନ? କିଏ ଜନ୍ମ ହେଉ ହେଉ ବ୍ରାହ୍ମଣର ଶିଶୁମାନଙ୍କୁ ଅପହରଣ କରୁଥିଲା? କୃଷ୍ଣ କାହିଁକି ଅର୍ଜୁନଙ୍କୁ ରଥରେ ବସେଇ ପୃଥିବୀ ବାହାରକୁ ଘେନି ଯାଇଥିଲେ? ମହାଭାରତର ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

ଆପଣଙ୍କ ପିଲା ଜିଦ୍ କରୁଛି କି ?
Parenting Tips: ପିଲାଙ୍କ ମନକୁ ଗଢ଼ିବା ପାଇଁ ୧୨ଟି ପ୍ୟାରେଣ୍ଟିଂ ଟିପ୍ସ

ପିଲାମାନଙ୍କୁ ସେମାନଙ୍କ ସମସ୍ୟାକୁ କେମିତି ଠିକରେ ସାମ୍ନା କରିବେ ତାହା ଶିଖାଇବା ପାଇଁ ଏଠି ବାରଟି ବ୍ୟାବହାରିକ ଏବଂ ସରଳ ପ୍ୟାରେଣ୍ଟିଂ କୌଶଳ ବିଷୟରେ ଆଲୋଚନା କରାଯାଇଛି।

ନବୀନ ଲିଗାସୀ ପାଇଁ ଅଗ୍ନିପରୀକ୍ଷା
Naveen Legacy: ମୋହନ ସରକାରର ଲୋକପ୍ରିୟତା ଭିତରେ ଅଗ୍ନିପରୀକ୍ଷା ଦେଉଛି ନବୀନ ଲିଗାସୀ

ଚର୍ଚ୍ଚା ରାଜନୀତିରେ ଏକ ବଡ ଅସ୍ତ୍ର । ଯେଉଁ ବ୍ୟକ୍ତି ନାମ ଯେତିକି ଚର୍ଚ୍ଚା ହୁଏ, ସେ ବ୍ୟକ୍ତିର ରାଜନୈତିକ ପତିଆରା ବା ପ୍ରତିଷ୍ଠା ସେହି ହିସାବରେ ବଢିଥାଏ । ଏହି ସାତ ମାସ ମଧ୍ୟରେ ମୋହନ ମାଝିଙ୍କ ଚର୍ଚ୍ଚା ଯେଉଁଭଳି ଭାବରେ ବଢି ଚାଲିଛି, ତାଙ୍କର ପତିଆରା ମଧ୍ୟ ସେହି ହିସାବରେ ବଢି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଯେଉଁଭଳି ଆଗକୁ ବଢିବା ପାଇଁ ପ୍ରେରଣା ଦେଉଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଏହି ଆଦିବାସୀ ନେତାଙ୍କୁ ସେ ଦୀର୍ଘଦିନ ପାଇଁ ଜଣେ ଦୃଢ ରାଜନୈତିକ ନେତୃତ୍ୱ ଭାବେ ତିଆରି କରିବାକୁ ଚାହୁଛନ୍ତି ।

କୁକୁର ସାଜିଲେ ଦେବଦୂତ
Hero Dogs: କୁକୁର ସାଜିଥିଲେ ହିରୋ... ବରଫ ଝଡ଼କୁ ଖାତିର ନକରି ପହଞ୍ଚାଇଥିଲେ ଔଷଧ, ଟଳି ଯାଇଥିଲା ମହାମାରୀ

ହଁ, ଏ ଭୟଙ୍କର ବିପତ୍ତି ସମୟରେ ଦେବଦୂତ ସାଜିଥିଲା କୁକୁର । ଶହଶହ କିଲୋକମିଟର ଦୂରରୁ ଔଷଧ ଠିକ ସମୟରେ ପହଞ୍ଚି ଯାଇଥିଲା । ଏକ ମହାମାରୀକୁ ରୋକି ଦେଇଥିଲା । ଶହଶହ ଜୀବନକୁ ମରଣ ମୁହଁରୁ ଟାଣି ଆଣିଥିଲା । ଘଟଣା ଘଟିଥିଲା ୧୯୨୫ ମସିହାରେ ଆଲାସ୍କାରେ, ଯେତେବେଳେ ଜାନୁଆରୀ-ଫେବୃଆରୀରେ ଏଠାରେ ବ୍ୟାପିଥିଲା ମହାମାରୀ । ଏ ପୃଥିବୀ ଅନେକ ମହାମାରୀ ଦେଖିଛି । ହେଲେ ମାଡି ଆସୁଥିବା ବିପତ୍ତିକୁ ଏମିତି ଅଟକାଇ ଦେବା ଘଟଣା ଖୁବ କମ୍ ଦେଖିବାକୁ ମିଳିଛି ।

ସନ୍ୟାସିନୀ ବେଶରେ ସୁନୀତି ମୁଣ୍ଡ
Suniti Mund: ସନ୍ୟାସ ନେଲେ ସୁନୀତି !! କୁମ୍ଭରେ ବାଳ ପକେଇ ଲାଣ୍ଡି ହେଲେ, ଫେସବୁକରେ ଲେଖିଲେ ଏମିତି କଥା...

ହଠାତ୍ ରାଜନୀତିକୁ ଆସି ହିଇଚଇ କରିଦେଇଥିବା ତଥାକଥିତ ଲେଖିକା ସୁନୀତି ମୁଣ୍ଡ ଏବେ ତାଙ୍କ ରୂପ ବଦଳାଇଛନ୍ତି। ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେଲାପରେ ସେ ସନ୍ୟାସିନୀ ବେଶ ଧାରଣ କରିଛନ୍ତି। ମୁଣ୍ଡରୁ ବାଳ କାଟି ସେ ଜୀବନର ଗୁଢ଼ତତ୍ୱ ଖୋଜିବେ ବୋଲି ଘୋଷଣା କରିଛନ୍ତି। ପଢ଼ନ୍ତୁ ପୂରା କାହାଣୀ...

  • Monday, 03 February 2025
୧୯ ବର୍ଷ ପରେ ହତ୍ୟାକାରୀକୁ ଧରିଲା AI
Crime Story: ଘର ଭିତରର ଦୃଶ୍ୟ ଥିଲା ଏମିତି...୧୭ ଦିନର ଜାଁଳା ଶିଶୁ କନ୍ୟା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ଲୋଟୁଥିଲେ...

ସେଦିନ ଥାଏ ୨୦୦୬ ଫେବ୍ରୁଆରି ୧୦ ତାରିଖ। ଡିଭିଲ ହଠାତ୍ ରଞ୍ଜିନୀଙ୍କ ଉକ୍ତ ଭଡ଼ା ଘରେ ପହଞ୍ଚିଥିଲା। ଡିଭିଲକୁ ଦେଖି ରଞ୍ଜୀନି ଖୁସି ହୋଇଯାଇଥିଲେ। ଯମଜ ସନ୍ତାନଙ୍କ ଜନ୍ମ ପ୍ରମାଣପତ୍ର ଆବଶ୍ୟକତା ଥିବାରୁ ଡାକ୍ତରଖାନାର କାଗଜପତ୍ର ସହିତ ରଞ୍ଜିନୀଙ୍କ ମା ସାନ୍ତାମ୍ମାଙ୍କୁ ଡିଭିଲ୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ପଠାଇଥିଲେ। ସାନ୍ତାମ୍ମା ବାହାରେ ଥିବା ସମୟରେ ରାଜେଶ ପୂର୍ବ ଷଡ଼ଯନ୍ତ୍ର ମୁତାବକ ଡିଭିଲଙ୍କ ସହଯୋଗରେ ରଞ୍ଜିନୀ ଏବଂ ତାଙ୍କ ଦୁଇ ଯମଜ ଶିଶୁଙ୍କୁ ହତ୍ୟା କରିଥିଲା।

ନିଶା ଯାହାଙ୍କ ମାଗଣା ଚିକିତ୍ସା
Story of a Doctor: ୨୦୦ ଅସହାୟ ରୋଗୀଙ୍କୁ ନୂଆ ଜୀବନ ଦେଇଥିବା ଜଣେ ଡାକ୍ତରଙ୍କ କାହାଣୀ

ଡାକ୍ତର ବାବୁଙ୍କ ଅନୁରୋଧ କ୍ରମେ ଅନେକ ଟ୍ରଷ୍ଟ ରୋଗୀଙ୍କୁ ଅସ୍ତ୍ରୋପଚାରରେ ବ୍ୟବହୃତ ଯନ୍ତ୍ରପାତି ମାଗଣାରେ ଯୋଗାଇବାକୁ ରାଜି ହୋଇଥିଲେ। ଯନ୍ତ୍ରପାତି ଉପଲବ୍ଧ ହେବା ପରେ ମନୀଷ ନିଜ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ମାଗଣା ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ଅସ୍ତ୍ରୋପଚାର ପାଇଁ ମନୀଷଙ୍କୁ ଅନ୍ୟ ଡାକ୍ତରଙ୍କ ସାହାଯ୍ୟ ମଧ୍ୟ ଆବଶ୍ୟକ ଥିଲା।

ଦିନକୁ ଦିନ ବଢ଼ୁଛି ବାୟୁ ପ୍ରଦୂଷଣ
Air Pollution: ଜାଣି ରଖନ୍ତୁ, ଆପଣଙ୍କ ସହରର ପ୍ରଦୂଷଣ କମାଇ ଚାଲିଛି ଆପଣଙ୍କ ଆୟୁଷ !

ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ୨୦୧୯ ମସିହାରେ ଭାରତରେ ପାଖାପାଖି ୧୬ ଲକ୍ଷ ୭୦ ହଜାର ଲୋକଙ୍କର ପ୍ରଦୂଷଣ କାରଣରୁ ମୃତ୍ୟୁ ହୋଇଥିଲା ଏବଂ ବର୍ଷ ୨୦୨୩ ଏହାର ସ°ଖ୍ୟା ଥିଲା ୨୧ ଲକ୍ଷ ୮୦ ହଜାର। ଆପଣ ଅସ୍ବୀକାର କଲେ ମଧ୍ୟ ଆପଣଙ୍କ ସହରର ପ୍ରଦୂଷଣ ପ୍ରତି ମୂହୁର୍ତ୍ତରେ ଆପଣଙ୍କ ଆୟୁଷ କମାଇ ଚାଲିଛି ! ଆପଣଙ୍କ ଫୁସଫୁସ, ହୃଦୟ, ରକ୍ତନଳୀ ଏବଂ ମସ୍ତିଷ୍କ ଉପରେ କ’ଣ ରହିଛି ଏ ପ୍ରଦୂଷଣର ପ୍ରଭାବ, ଥରେ ପଢି ଦେଖନ୍ତୁ।

ସୁଶାସନ ପାଇଁ ସଶକ୍ତ ବିରୋଧୀ ଦଳ
Opposition For Good Governance: ସୁଶାସନ ପାଇଁ ସଶକ୍ତ ବିରୋଧୀ ଦଳ କେତେ ଆବଶ୍ୟକ ?

ଗାଡ଼ି ପାଇଁ ବ୍ରେକ ଯେତିକି ଜରୁରୀ, ଏକ ଉତ୍କୃଷ୍ଟ ସୁଶାସନ ତଥା ସରକାର ଚଳାଇବା ପାଇଁ ସଶକ୍ତ ବିରୋଧୀଦଳର ସେତିକି ଆବଶ୍ୟକତା ରହିଛି l ମୁଖ୍ୟ ବିରୋଧୀ ଦଳରେ ଥିବା ବିଜେଡି ଯେତେବେଳେ ଯେଉଁ ସମୟରେ ଯେକୌଣସି ପ୍ରସଙ୍ଗକୁ ଆଧାରକରି ବିଜେପି ସରକାର ଆଡ଼କୁ ଗୋଟିଏ ଆଙ୍ଗୁଠି ଦେଖାଇଛି, ୪ଟି ଆଙ୍ଗୁଠି ଓଲଟି ନିଜଆଡକୁ ଉଠିଛି । ଓଡିଶାରେ ବିଜେପି ଶାସନର ଗଲା ୮ ମାସ ମଧ୍ୟରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି ।

Mahabharat Story
Mahabharat Story: ସୁଭଦ୍ରା ହରଣ ଓ ସୁଭଦ୍ରାଙ୍କ ଗଉଡ଼ୁଣୀ ବେଶ ଧାରଣ କଥା

କୃଷ୍ଣ ନିଜ ଭଉଣୀକୁ ହରଣ କରିବାକୁ କାହିଁକି ନିଜର ବନ୍ଧୁଙ୍କୁ ଉତ୍ସାହିତ କଲେ? କାହିଁକି ଶେଷରେ ଗଉଡ଼ୁଣୀ ବେଶ ଧରିଲେ ସୁଭଦ୍ରା? ବଳରାମଙ୍କୁ କ'ଣ କହି ଅଟକାଇଲେ କୃଷ୍ଣ? ମହାଭାରତ ଭିତରର ଏପରି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।