ବର୍ତ୍ତମାନ ସରକାରଙ୍କ ସମୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀ ଓ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀକୁ ତୁଳନା କଲେ ଏକ ବିକଳ ଚିତ୍ର ସାମ୍ନାକୁ ଆସେ । ନବୀନ ବହୁ ବର୍ଷ ଧରି ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁନଥିଲେ । କୌଣସି ମନ୍ତ୍ରୀମାନେ ଲୋକମାନଙ୍କର ଅଭିଯୋଗ ଶୁଣାଣୀ କରିବା ସ୍ଥିତିରେ ନଥିଲେ । ମନ୍ତ୍ରୀମାନଙ୍କ ସ୍ୱାଧିନତା ଓ ସ୍ୱତନ୍ତ୍ରତା ତଥା ଆତ୍ମସମ୍ମାନ କିଛି ଅହଙ୍କାରୀ ଅମଲାମାନଙ୍କ ନିକଟରେ ବନ୍ଧା ପଡିଥିଲା ।