Advertisment

Naveen Legacy: ମୋହନ ସରକାରର ଲୋକପ୍ରିୟତା ଭିତରେ ଅଗ୍ନିପରୀକ୍ଷା ଦେଉଛି ନବୀନ ଲିଗାସୀ

ଚର୍ଚ୍ଚା ରାଜନୀତିରେ ଏକ ବଡ ଅସ୍ତ୍ର । ଯେଉଁ ବ୍ୟକ୍ତି ନାମ ଯେତିକି ଚର୍ଚ୍ଚା ହୁଏ, ସେ ବ୍ୟକ୍ତିର ରାଜନୈତିକ ପତିଆରା ବା ପ୍ରତିଷ୍ଠା ସେହି ହିସାବରେ ବଢିଥାଏ । ଏହି ସାତ ମାସ ମଧ୍ୟରେ ମୋହନ ମାଝିଙ୍କ ଚର୍ଚ୍ଚା ଯେଉଁଭଳି ଭାବରେ ବଢି ଚାଲିଛି, ତାଙ୍କର ପତିଆରା ମଧ୍ୟ ସେହି ହିସାବରେ ବଢି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଯେଉଁଭଳି ଆଗକୁ ବଢିବା ପାଇଁ ପ୍ରେରଣା ଦେଉଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଏହି ଆଦିବାସୀ ନେତାଙ୍କୁ ସେ ଦୀର୍ଘଦିନ ପାଇଁ ଜଣେ ଦୃଢ ରାଜନୈତିକ ନେତୃତ୍ୱ ଭାବେ ତିଆରି କରିବାକୁ ଚାହୁଛନ୍ତି ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
ନବୀନ ଲିଗାସୀ ପାଇଁ ଅଗ୍ନିପରୀକ୍ଷା

ନବୀନ ଲିଗାସୀ ପାଇଁ ଅଗ୍ନିପରୀକ୍ଷା

ଅନେକ ଆଶା ଓ ସମ୍ଭାବନାର ସହିତ ସମାପିତ ହୋଇଛି ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ । ଏହି ଭବ୍ୟ ନିବେଶକ ସମ୍ମିଳନୀ କେବଳ ଶେଷ ହୋଇ ନାହିଁ, ଏଥି ସହିତ ଏକ ବୃହତ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଜିଂ ନିବେଶ ପ୍ରସ୍ତାବ ସହିତ ଏହା ଏକ ବିରଳ ଇତିହାସ ରଚିଛି । ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା କନକ୍ଲେଭ ସଂସ୍କରଣ ପୂର୍ବ ତିନୋଟି କନକ୍ଲେଭର ଏକତ୍ର କରାଯାଇଥିବା ନିବେଶ ପରିମାଣ ଠାରୁ ଅଧିକ । ଏତେ ଅଧିକ ପରିମାଣରେ ପୁଜିଂ ନିବେଶ ପ୍ରତିଶ୍ରୁତି ମିଳିବା ପ୍ରମାଣ ଦେଉଛି ଯେ ବିହାର, ମହାରାଷ୍ଟ୍ର ଓ ତେଲେଙ୍ଗନା ଇତ୍ୟାଦି ପରେ ଓଡ଼ିଶା ଆଜି ଦେଶର ଏକ ପ୍ରଧାନ ନିବେଶ କେନ୍ଦ୍ର ରୂପେ ଉଦୟ ହୋଇସାରିଛି ।

Advertisment

ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା କନକ୍ଲେଭର ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖକୁ ହିଁ ଯିବ । ପ୍ରଥମତଃ ଏଭଳିକ ଏକ କାର୍ଯ୍ୟକ୍ରମକୁ ସେ ସବୁ ଦୃଷ୍ଟିରୁ ଭବ୍ୟ ଓ ଦିବ୍ୟ ପରିବେଶ ଭିତରେ କରିବାକୁ ଚାହିଁଥିଲେ । କେବଳ ସେତିକି ନୁହେଁ, ସେ କାର୍ଯ୍ୟକ୍ରମକୁ ନିବେଶକମାନଙ୍କର ବିଶ୍ୱାସଯୋଗ୍ୟ କରିବାକୁ ଚାହିଁଥିଲେ । ଖାସ୍ ସେଇଥିପାଇଁ ସେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଉଦ୍‌ଘାଟନ କରାଇଥିଲେ । ଉଭୟ ନେତା ‘ଏହି ସମୟ ହେ, ସହି ସମୟ ହେ’ ସ୍ଲୋଗାନ ଦେଇଥିଲେ । ଏହାଛଡା ପ୍ରଧାନମନ୍ତ୍ରୀ ନିଜେ ନିବେଶକମାନଙ୍କୁ ଚିରାଚରିତ ଢଙ୍ଗରେ ‘ମୋଦି ଗ୍ୟାରେଂଟି’ ପ୍ରଦାନ କରିଥିଲେ । ଏହା ନିବେଶକମାନଙ୍କର ଆତ୍ମପ୍ରତ୍ୟୟ ବଢାଇଥିଲା ।

ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନର ବହୁ ପୂର୍ବରୁ ଶ୍ରୀ ମାଝି, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଆହୁରି ଅନେକ ଅଧିକାରୀ ସିଙ୍ଗାପୁର ଗସ୍ତ କରିଥିଲେ । ଏହାଛଡା ମୁମ୍ବାଇରେ ମଧ୍ୟ ରୋଡ୍ ସୋ କରିଥିଲେ । ଫଳସ୍ୱରୂପ ଓଡ଼ିଶାରେ ବ୍ୟାପକ ପୁଜିଂ ନିବେଶ ପାଇଁ ପ୍ରତିଶ୍ରୁତି ମିଳିଲା । ଏହି ପୁଜିଂ ନିବେଶ ସମ୍ମିଳନୀ ପୂର୍ବରୁ ବିଜୁ ଜନତା ଦଳ ସମେତ ଆହୁରି କିଛି ସମୀକ୍ଷକ କହୁଥିଲେ ଯେ ମୋହନ ମାଝି ସରକାର ଏଥରକ ଅଧିକ ପୁଜିଂ ଆଣି ପାରିବେ ନାହିଁ । କିନ୍ତୁ ଏବେ ସେମାନେ ଏକ ପ୍ରକାର ନୀରବ ରହିବାକୁ ବାଧ୍ୟ ହୋଇଛନ୍ତି । ଏହି ସମ୍ମିଳନୀରେ ଯେଉଁ ସମସ୍ତ ନିବେଶକ ଯୋଗଦେଇ ଥିଲେ ସେମାନେ ସମସ୍ତେ ନିଜ ନିଜର ବ୍ୟକ୍ତବ୍ୟ ଦେବା ସମୟରେ ମୋହନ ଚରଣ ମାଝିଙ୍କୁ ଓଡ଼ିଶାର ପ୍ରଭାବଶାଳୀ ନେତୃତ୍ୱ ଭାବେ ସ୍ୱୀକୃତି ପ୍ରଦାନ କରିବାକୁ ପଛାଇନଥିଲେ ।

Advertisment

ପୂର୍ବରୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସଫଳତାର ସହିତ ଆୟୋଜନ କରି କେନ୍ଦ୍ର ସରକାରଙ୍କ ବେଶ୍ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ମୋହନ ମାଝି ସରକାର । ଏ ନେଇ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ତାଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖି ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି । କେବଳ ସେତିକି ନୁହେଁ, ଆଗାମୀ ଦିନରେ ଏହି ଉତ୍ସବକୁ ପୁଣିଥରେ ଏଠାରେ ଆୟୋଜନ କରାଯିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ଏହା ନିଶ୍ଚିତ ଭାବରେ ମୋହନ ମାଝି ସରକାରଙ୍କ ଭାବମୂର୍ତ୍ତିକୁ ଆହୁରି ବୃଦ୍ଧି କରିବା ପାଇଁ ସାହଯ୍ୟ କରିବ । ମାତ୍ର ଅଳ୍ପଦିନର ବ୍ୟବଧାନ ମଧ୍ୟରେ ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା ଭଳି ବିଶାଳ କାର୍ଯକ୍ରମ ସଫଳତାର ଆୟୋଜନ କରିବା ଏତେ ସହଜ ନୁହେଁ । ମୁଖ୍ୟମନ୍ତ୍ରୀ ଓ ଅଧିକାରୀମାନେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅନିଦ୍ରା ରହି ଏହି କାର୍ଯ୍ୟକ୍ରମର ତଦାରଖ କରୁଥିଲେ ।

ରାଜନୈତିକ ସମୀକ୍ଷକମାନେ ମତ ଦିଅନ୍ତି ଯେ କ୍ଷମତାକୁ ଆସିବା ମାତ୍ରେ ସମସ୍ତ ପ୍ରମୂଖ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଥିବା ମୋହନ ସରକାର ଏବେ ଏକ ନୂଆ ଯୁଗର ଅୟମାଆରମ୍ଭ କରିଛନ୍ତି । ଏହି ସହିତ ନବୀନ ପଟ୍ଟନାୟକଙ୍କ ଯେଉଁ ଲିଗାସୀ ବା ବିରାସତ୍ ଥିଲା, ତାକୁ ମୋହନ ସରକାର ଧିରେଧିରେ ଆଛାଦିତ କରିବାରେ ଲାଗିଲାଣି । ଯଦି ମୋହନ ମାଝି ସରକାରଙ୍କ କାର୍ଯ୍ୟଧାରା ଏହି ଗତିରେ ଚାଲେ, ତେବେ ଖୁବ୍ କମ୍ ଦିନରେ ନବୀନ ଯୁଗ ଉପରୁ ଅନେକ ଲୋକଙ୍କ ଧ୍ୟାନ ବିକେନ୍ଦ୍ରିତ ହେବା ଏବେ ଠାରୁ ଜଳଜଳ ହୋଇ ଦେଖାଗଲାଣି ।
ଭାରତୀୟ ଜନତା ପାର୍ଟିର ସଦ୍ୟ ଉତ୍‌ଥାନ ବିଜୁ ଜନତା ଦଳକୁ ସ୍ଥିତି ରକ୍ଷା କରିବା ପାଇଁ ଏକ କଡା ଚ୍ୟାଲେଞ୍ଜ ଭାବେ ଛିଡା ହୋଇଛି ।

ଓଡ଼ିଶା ରାଜନୀତିରେ ଦୁଇ ଦଶନ୍ଧି ଠାରୁ ଅଧିକ ଦିନ ଧରି ବିଜୁ ଜନତା ଦଳ ବା ବିଜେଡି ଏକ ପ୍ରକାର ଅପରାଜେୟ ବାଦଶାହା ଥିଲା । ଏବେ ଏହି ଦଳର ଆଧିପତ୍ୟ କ୍ଷୂର୍ଣ୍ଣ ହୋଇଛି । ଏବେ ଭାରତୀୟ ଜନତା ପାର୍ଟି ନବୀନଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜର ଭାବେ ନିଜକୁ ସଂସ୍ଥାପିତ କରିଛି । ଏଥିରୁ ସେମାନଙ୍କୁ ଦୋହାଲାଇବା ପାଇଁ ହେଲେ ନବୀନଙ୍କୁ ସାମ୍ନାକୁ ଆସିବାକୁ ପଡିବ । ନବୀନ ନିବାସ ଭିତରେ ସାମାଜିକ ଗଣମାଧ୍ୟମରେ କିଛି ବାର୍ତା ଦେଇଦେଲେ ତାହା ଯଥେଷ୍ଟ ହେବା ସମ୍ଭାବନା କମ୍ । ମୋହନଙ୍କ ଭଳି ତାଙ୍କୁ ଜନସାଧାରଣଙ୍କ ସହିତ ମିଶିବାକୁ ହେବ ।
ଚର୍ଚ୍ଚା ରାଜନୀତିରେ ଏକ ବଡ ଅସ୍ତ୍ର । ଯେଉଁବ୍ୟକ୍ତି ନାମ ଯେତିକି ଚର୍ଚ୍ଚା ହୁଏ, ସେ ବ୍ୟକ୍ତିର ରାଜନୈତିକ ପତିଆରା ବା ପ୍ରତିଷ୍ଠା ସେହି ହିସାବରେ ବଢିଥାଏ ।

ଏହି ସାତ ମାସ ମଧ୍ୟରେ ମୋହନ ମାଝିଙ୍କ ଚର୍ଚ୍ଚା ଯେଉଁଭଳି ଭାବରେ ବଢି ଚାଲିଛି, ତାଙ୍କର ପତିଆରା ମଧ୍ୟ ସେହି ହିସାବରେ ବଢି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଯେଉଁଭଳି ହାତଧରି ଆଗକୁ ବଢିବା ପାଇଁ ପ୍ରେରଣା ଦେଉଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଏହି ଆଦିବାସୀ ନେତାଙ୍କୁ ସେ ଦୀର୍ଘଦିନ ପାଇଁ ଜଣେ ଦୃଢ ରାଜନୈତିକ ନେତୃତ୍ୱ ଭାବେ ତିଆରି କରିବାକୁ ଚାହୁଛନ୍ତି ।

ଓଡ଼ିଶାରେ ୨୩ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ବର୍ତମାନ ମୋହନଙ୍କୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ନିଜର ନେତାରୂପେ ଦେଖୁଛନ୍ତି । କେବଳ ସେତିକ ନୁହେଁ, ସମୀକ୍ଷକମାନେ ମନେ କରନ୍ତି ଯେ ଓଡ଼ିଶାର ପ୍ରାୟ ୧୭ ପ୍ରତିଶତ ତଫସିଲଭୁକ୍ତ ଜାତି ଓ ୫୪ ପ୍ରତିଶତ ପଛୁଆବର୍ଗ ଜନସାଧାରଣଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଲୋକ ମୋହନ ଚରଣ ମାଝିଙ୍କ ପଛରେ ନିଜର ସମର୍ଥନ ଜ୍ଞାପନ କରିବେ । ଏହାର କାରଣ ହେଉଛି ଯେ ବହୁଦିନ ପରେ ସମାଜର ପଛୁଆ ଜାତି ବା ବର୍ଗ ତଥା ତୃଣମୂଳସ୍ତରରୁ ଜଣେ ନେତାଭାବେ ସେ ରାଜ୍ୟ ଶାସନ ବ୍ୟବସ୍ଥାରେ ମୁଖିଆ ଭାବେ ନିଯୁକ୍ତ ହୋଇଛନ୍ତି ।

ଏକଥା କହିବା ଅନାବଶ୍ୟକ ଯେ ଉତ୍କର୍ଷ ଓଡ଼ିଶା କନକ୍ଲେଭ ୨୦୨୫ରେ ଆଦାନୀ, ବେଦାନ୍ତ ଲିମିଟେଲ, ଜିନ୍ଦଲ ଷ୍ଟିଲ ଭଳି କିଛି ପ୍ରମୁଖ କମ୍ପାନୀମାନଙ୍କ ଠାରୁ ବୃହତ ନିବେଶ ପ୍ରସ୍ତାବ ଆସିଛି, ଯାହା ଓଡ଼ିଶାକୁ ଏକ ଆର୍ଥିକ ଦୃଢ ସ୍ଥିତିକୁ ପହଞ୍ଚାଇବ । ଏହି ନିବେଶ ପ୍ରସ୍ତାବଗୁଡିକୁ ଓଡ଼ିଶାର ଶ୍ରମଶକ୍ତି ଓ ଅର୍ଥନୈତିକ ଅବସ୍ଥାକୁ ନୂତନ ଉଚ୍ଚତାକୁ ନେବାରେ ସହଯୋଗ କରିବ । ରାଜ୍ୟରେ ନିଯୁକ୍ତି ଓ କର୍ମନିଯୁକ୍ତିର ବ୍ୟାପକ ଅବକାଶ ସୃଷ୍ଟି କରିବ । ଏବେ ଦେଖିବାର କଥା ଯେ ମୋହନ ସରକାରଙ୍କ ଲୋକପ୍ରିୟତାକୁ ବିଜୁ ଜନତା ଦଳ କେଉଁଭଳି ଭାବରେ ଚେକ୍ ଦେଉଛି ଏବଂ ଏଥିରେ କେତେ ସଫଳ ହେଉଛି ।

Naveen Patnaik Mohan Majhi Utkarsh Odisha Odisha Politics
Advertisment
Advertisment