ଶନିବାର ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଶୀତ ଛୁଟି ପରେ ସ୍କୁଲ ଖୋଲାଯିବ ବୋଲି କୁହାଯାଇଛି। ୧୮ ନଭେମ୍ବର ପର୍ଯ୍ୟନ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଥିଲା।
ଦୀପାବଳି ରାତି ଗୋଟାଏରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ PM10 ମାତ୍ରା ୯୯୯ ଛୁଇଁଥିବା ବେଳେ ପଟିଆରେ ୬୭୬ ଓ କଟକରେ ୮୮୨ ରହିଥିଲା। ଏମିତିକି ଆଜି ବି ରାଜ୍ୟର ଅନେକ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଅତି ଖରାପ ବା ଖରାପ ସ୍ତରରେ ରହିଛି।
ଫୁଟିଲା ବେପରୁଆ ବାଣ। ଚରମ ସୀମାରେ ବାୟୁ ପ୍ରଦୂଷଣ। ଖାଲି ଦିଲ୍ଲୀ ନୁହେଁ, ଓଡ଼ିଶାବାସୀ ବି ଅଣନିଶ୍ୱାସୀ।
ଦୀପାବଳିରେ କଟକଣା ନମାନି ସମସ୍ତେ ବାଣ ଫୁଟାଇବା ପରେ ସାରା ରାଜ୍ୟ ବିଶେଷ କରି ଭୁବନେଶ୍ୱର ଓ କଟକରେ ବଢ଼ିଥିଲା ବାୟୂ ପ୍ରଦୂଷଣ ।
ଦିଲ୍ଲୀରେ ଦୀପାବଳି ବଢାଇଲା ପ୍ରଦୂଷଣ । ସୁପ୍ରିମକୋର୍ଟଙ୍କ କ୍ରାକର ବ୍ୟାନକୁ ମାନିଲେନି ଦିଲ୍ଲୀ ବାସିନ୍ଦା ।
ସାରା ଦେଶରେ ଘାତକ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦିଲ୍ଲୀ ପ୍ରଦୂଷଣକୁ ନେଇ ବଢ଼ିଲା ଚିନ୍ତା । ସୁପ୍ରିମକୋର୍ଟ କଲେ ଭର୍ତ୍ସନା ।
ଦିଲ୍ଲୀକୁ ଘାରିଲା ଦୀପାବଳି ଚିନ୍ତା। ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା। ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ। ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି । ଦୀପାବଳିରେ ବାଣ ଉପରେ ଯେତେ କଟକଣା ଲଗାଇଲେ ବି ସ୍ଥିତି ଆହୁରି ଅଧିକ ଖରାପ ହେବ ବୋଲି ଆଶଙ୍କା କରାଯାଉଛି। ଏଣେ ଖାଲି ପବନ ନୁହେଁ, ଯମୁନା ନଦୀର ଜଳରେ ଭାସୁଛି ମେଞ୍ଚା ମେଞ୍ଚା ବିଷାକ୍ତ ଫେଣ । ବିଷ ବଳୟ ଭିତରେ ଥିବା ରାଜଧାନୀ ଦିଲ୍ଲୀର ଦୁଃଖ କଥା ଏବେ କହିଲେ ନସରେ।
ଦିଲ୍ଲୀକୁ ଘାରିଲା ଦୀପାବଳି ଚିନ୍ତା। ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା। ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ। ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି ।
ଦିଲ୍ଲୀରେ ଦିନକୁ ଦିନ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ । ସହରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୫ ଶହ ପାଖେଇଲାଣି ।
ବାୟୁ ପ୍ରଦୂଷଣରେ ଅଣନିଶ୍ୱାସୀ ଦିଲ୍ଲୀବାସୀ। ଦିନ ଦ୍ୱିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି...
ଏୟାର କ୍ୱାଲିଟି ଇଣ୍ଡେକ୍ସ ନିମ୍ନସ୍ତରକୁ ଖସୁଥିବାରୁ ଧୂଳି ଓ ଧୂଆଁରେ ଅଣନିଶ୍ୱାସୀ ହୋଇଯାଉଛନ୍ତି ଦିଲ୍ଲୀବାସୀ । ସ୍ଥିତି ନିୟନ୍ତ୍ରଣ ଲାଗି ବିଭିନ୍ନ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର।
ଚାରିଆଡ଼େ ଖାଲି ଧୂଆଁ ଆଉ ଧୂଆଁ । ବିଭିନ୍ନ ଅଞ୍ଚଳରେ ଏକ୍ୟୁ ୪୫୦ ଉପରେ ରହିଛି ।
ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ। ଗତ ୬ ଦିନ ଧରି ଦିଲ୍ଲୀରେ ବାୟୁ ଅତି ନିମ୍ନମାନର।
ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ । ଲଗାତାର ୬ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀ ବାସୀ ଏବଂ ସରକାର।
ରାଜ୍ୟର ୭ ସହରରେ ପ୍ରଦୂଷଣ ମାତ୍ରା ବିପଦଜନକ ସ୍ଥିତିରୋ ଏହାକୁ ଦୃଷ୍ଟିରେ ରଖି ଏହି ସହର ଗୁଡ଼ିକୁ ନନ୍ ଆଟେନ୍ମେଣ୍ଟ ସିଟି ଭାବେ ଚିହ୍ନଟ କରାଯାଇଛି।
ଶସ୍ୟ ଅବଶେଷ ପୋଡ଼ା ଅଭିଯୋଗକୁ ଦିଲ୍ଲୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ।
ଦୀପାବଳି ପରେ ଲଗାତାର ଭାବେ ଦିଲ୍ଲୀ ଓ NCR ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ, ଲୋକମାନେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।
ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ ତ ପେଟ୍ରୋଲ ନାହିଁ। ପେଟ୍ରୋଲ ପମ୍ପରେ PUC(Pollution Under Control) ସାର୍ଟିଫିକେଟ୍ ନଦେଖାଇଲେ ପେଟ୍ରୋଲ ଓ ଡିଜେଲ ପକାଇ ପାରିବେ ନାହିଁ।
ତାଳଚେରରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ। ଏଥି ପାଇଁ ଦିନରାତି ପରିବହନ ହେଉଛି କୋଇଲା। ହେଲେ ନିୟମକୁ ଫୁ କରି ଟ୍ରକ ଓ ରେଳ ୱାଗନଗୁଡିକରେ ବିନା ପାଲରେ କୋଇଲା ପରିବହନ ହେଉଥିବାରୁ ଅକଥନୀୟ ସମସ୍ୟା ଭୋଗୁଛନ୍ତି ତାଳଚେରବାସୀ...
ଅର୍ଥନୈତିକ ଅଭିବୃଦ୍ଧି ଆଳରେ ତାଳଚେର ସହ ଅନୁଗୁଳରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ ସହ ରହିଛି ଅନେକ ଖଣି ଖାଦାନ । ଶିଳ୍ପ ସଂସ୍ଥାର ସଂଖ୍ୟାକୁ ଦୃଷ୍ଟିରେ ରଖି ଅନୁଗୋଳକୁ ଶିଳ୍ପ ସମୃଦ୍ଧ ଜିଲ୍ଲା କୁହାଯାଉଥିବାବେଳେ ଏହାର ଅନ୍ୟ ଏକ ପରିଚୟ ହେଉଛି ଦେଶ ତଥା ବିଶ୍ୱର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ ।
ବାୟୁ ପ୍ରଦୂଷଣ ରୋକିବା ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।
ଦିଲ୍ଲୀରେ ମୁସକିଲ ହେଲାଣି ନିଃଶ୍ୱାସ ନେବା । ଦିଲ୍ଲୀରେ ଏତେ ମାତ୍ରାରେ ପ୍ରଦୂଷଣ ବଢିଗଲାଣି ଯେ ସାଧାରଣ ଲୋକେ ନିଃଶ୍ୱାସରେ ବିଷ ନେଉଛନ୍ତି । ଦେଖନ୍ତୁ ଏହି ରିପୋର୍ଟ ।
ଅସ୍ୱାସ୍ଥ୍ୟକର ହେଉଛି ଦେଶର ରାଜଧାନୀ ଦିଲ୍ଲୀର ପରିବେଶ। ବିଷ ବଳୟରେ କଲବଲ ହେଉଛନ୍ତି ଲୋକେ। ନଭେମ୍ବର ପହିଲାରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ପ୍ରତିଦିନ ହ୍ରାସ ଘଟୁଛି ବାୟୁର ଗୁଣବତ୍ତା। ଶରୀରକୁ ଯାଉଛି ବିଶାକ୍ତ ପବନ। ସ୍ଥିତିକୁ ଅଧିକ ବିଗାଡ଼ୁଛି ଗାଡ଼ି। ଉତ୍ତର ପ୍ରଦେଶ ଆଗ୍ରାର ସ୍ଥିତି ଅଧିକ ଜଟିଳ ରହିଛି।
ବିଷ ବଳୟରେ ଭାରତର ରାଜଧାନୀ ଦିଲ୍ଲୀ। ଶୀତ ଦିନ ଆରମ୍ଭରୁ ଦିଲ୍ଲୀରେ ଧୂଳି ଧୂଆଁର ଆସ୍ତରଣ ତୀବ୍ର । ଫଳରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି ଦିଲ୍ଲୀବାସୀ।