ଖଲିଆପାଲି ପୀଠହିଁ ସନ୍ଥ ବୀମ ଭୋଇଙ୍କ ସିଦ୍ଧି ଓ ସାଧନାର ପୀଠ । ଯେଉଁଠି ମାଘ ଚତୁର୍ଦ୍ଦଶୀଠାରୁ ଆରମ୍ଭକରି ପାଂଚଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ ବିରାଟ ମାଘମେଳା ।
ସାରଳା ଦାସଙ୍କ ‘ମହାଭାରତ’ର ବନ ପର୍ବରେ ଅର୍କକ୍ଷେତ୍ର ବିଷୟରେ ଉଲ୍ଲେଖ ଅଛି ଯେ ମକର ମାସ ଅର୍ଥାତ ପବିତ୍ର ମାଘ ସପ୍ତମୀ ତିଥିରେ ସୂର୍ଯ୍ୟଦେବ ‘ଅର୍କ’ ନାମକ ଏକ ଦୈତ୍ୟକୁ ପାତାଳକୁ ଚାପିଦେଇଥିଲେ। ଏହା ପରେ ଏହି କ୍ଷେତ୍ର ଅର୍କକ୍ଷେତ୍ର ଭାବେ ପରିଚିତ ହୋଇଥିଲା।
ପବିତ୍ର ମାଘ ସପ୍ତମୀରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି। ଏନେଇ ଚନ୍ଦ୍ରଭାଗାରେ ପ୍ରବଳ ଜନସମାଗମ ଦେଖାଦେଇଥିଲା। ମହାପ୍ରଭୁଙ୍କ ମହାସ୍ନାନ ପରେ ପରେ ଭୋର ୪ଟା ୪୧ରେ ଶ୍ରଦ୍ଧାଳୁମାନେ ମାଘବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି।
ଏଣେ ଖଣ୍ଡଗିରି ମାଘ ମେଳା ପାଇଁ ପହଞ୍ଚିଲେଣି ଶତାଧିକ ସାଧୁ ସନ୍ଥ, ଚର୍ଚ୍ଚାରେ ନାଗାବାବା...ଅଖଣ୍ଡ ନାମଯଜ୍ଞରେ କଂପିବ ଚଉଦିଗ...