ସାଂସଦ ଓ ବିଧାୟକମାନେ ପ୍ରଭାବଶାଳୀ ହୋଇଥିବାରୁ ମାମଲାଗୁଡିକର ଶୀଘ୍ର ବିଚାର ହୋଇପାରୁନାହିଁ । ତାରିଖ ପରେ ତାରିଖ ଗଡ଼ୁଛି । ଏ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । କ’ଣ କରାଗଲେ ତ୍ୱରିତ ବିଚାର ହୋଇପାରିବ, ସେ ସଂପର୍କରେ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଆମିକସ୍ କ୍ୟୁରି ।
ବର୍ତ୍ତମାନ ସରକାରଙ୍କ ସମୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀ ଓ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀକୁ ତୁଳନା କଲେ ଏକ ବିକଳ ଚିତ୍ର ସାମ୍ନାକୁ ଆସେ । ନବୀନ ବହୁ ବର୍ଷ ଧରି ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁନଥିଲେ । କୌଣସି ମନ୍ତ୍ରୀମାନେ ଲୋକମାନଙ୍କର ଅଭିଯୋଗ ଶୁଣାଣୀ କରିବା ସ୍ଥିତିରେ ନଥିଲେ । ମନ୍ତ୍ରୀମାନଙ୍କ ସ୍ୱାଧିନତା ଓ ସ୍ୱତନ୍ତ୍ରତା ତଥା ଆତ୍ମସମ୍ମାନ କିଛି ଅହଙ୍କାରୀ ଅମଲାମାନଙ୍କ ନିକଟରେ ବନ୍ଧା ପଡିଥିଲା ।
ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗର ଫାଶରେ ମାଳ ମାଳ ନେତା । ନିଇତି ସାମ୍ନାକୁ ଆସୁଛି ପାଓ୍ୱାରଫୁଲ୍ଙ୍କ ସହ ନୂଆ ନୂଆ ଫଟୋ । କିଏ ରାଣୀ ମହୁମାଛି କଡ଼ରେ ଛିଡ଼ା ହୋଇ ପୋଜ୍ ଦେଇଛି ତ ପୁଣି କିଏ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୁଣ୍ଢେଇଛି ।
ସବୁ ଦିନେ ଧଳା କୁର୍ତ୍ତା ପିନ୍ଧି ରାଜନୀତି ଚାଷ କରୁଥିବା ନେତା-ମନ୍ତ୍ରୀମାନେ ଅକ୍ଷୟ ତୃତୀୟା ଆସିଲେ ଧୋତି ପିନ୍ଧି ଚାଷ କରିବାକୁ ବାହାରି ପଡନ୍ତି। କିଏ ଚପଲ ପିନ୍ଧି ଜମି ହଳ କରେ ତ ଆଉ କିଏ ଧାନ ବୁଣିବା କୌଶଳ ନ ଜାଣି କ୍ୟାମେରା ଆଗରେ ଏଣେତେଣେ ଧାନ ବୁଣି ପକାନ୍ତି। ଯେମିତି ଅକ୍ଷୟ ତୃତୀୟାରେ ଦିନିକିଆ ଚାଷୀ ହୋଇ ଅଭିନୟ କରୁଥିବା ନେତା କେମିତି କଲବଲ ହେଲେ ଦେଖନ୍ତୁ...