Advertisment

Mahakumbh 2025: ଜେଲ ଭିତରେ କଏଦୀଙ୍କ ମହାକୁମ୍ଭ ସ୍ନାନ, ପବିତ୍ର ପାଣି ଢାଳି ପାପ ଧୋଇଦେଲେ !

ଜଣେ କଏଦୀ କହିଥିଲେ, "ଆମେ କେବେ ଭାବି ନଥିଲୁ ଯେ ଜେଲରେ ଥାଇ ଆମେ ମହାକୁମ୍ଭରେ ବୁଡ଼ ପକାଇବାର ସୁଯୋଗ ପାଇବୁ। ଏହା ଆମ ପାଇଁ ଏକ ବଡ଼ ସୌଭାଗ୍ୟ। ଏହି କାର୍ଯ୍ୟକ୍ରମ ଦ୍ୱାରା କଏଦୀମାନଙ୍କ ଚରିତ୍ର ଏବଂ ମାନସିକତାରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ଜେଲ କର୍ତ୍ତୃପଖ୍ୟ । ଯାହାକୁ ଖୁବ ପ୍ରଶଂସା ମଧ୍ୟ କରାଯାଇଛି ।

author-image
Sonali Ojha
undefined

Sangam's holy water

ଜେଲ ଭିତରେ କଏଦୀଙ୍କ ମହାକୁମ୍ଭ ସ୍ନାନ। ଏକାଠି ହେଲେ ହଜାର ହଜାର ହିନ୍ଦୁ ମୁସଲିମ କଏଦୀ । ଶରୀରରେ ପବିତ୍ର ପାଣି ଢାଳିଲେ। ହର ହର ଗଙ୍ଗେ ନାରାରେ କମ୍ପିଲା କାରାଗାର। ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲା କାରାଗାରର ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ଜେଲ ଭିତରରେ ରଙ୍ଗ ବେରଙ୍ଗର ମାଠିଆରେ ମହାକୁମ୍ଭର ପବିତ୍ର ସଙ୍ଗମ ଜଳ ରଖାଯାଇଥିଲା। ଏହାକୁ ମୁଣ୍ଡ ଉପରେ ଥୋଇ ହରହର ମହାଦେବ, ହର ହର ଗଙ୍ଗେ ନାରାଦେଇ ଟେକି ଆଣିଛନ୍ତି କଏଦୀ। ଯେଉଁଥିରେ ହିନ୍ଦୁ ମାନଙ୍କ ସହ ମୁସଲମାନ କଏଦୀ ମାନେ ମଧ୍ୟ ସାମିଲ ହୋଇଥିଲେ। ଆଉ ମହାକୁମ୍ଭର ଜଳରେ ସ୍ନାନ କରି ସେମାନେ ଖୁସିରେ ନାଚି ଉଠିଥିଲେ। ଉତ୍ତର ପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜେଲରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯାହା ଦ୍ୱାରା ଜେଲରେ ବନ୍ଦୀମାନେ ମଧ୍ୟ ମହାକୁମ୍ଭ ସ୍ନାନରେ ସାମିଲ୍ ହୋଇପାରିବେ।

ଅଧିକ ପଢନ୍ତୁ: ଏହି ଜେଲରେ ଅଛନ୍ତି ଦୁନିଆର ସବୁଠୁ ଖତରନାକ କଏଦୀ, ଯେଉଁଠୁ ମୁକୁଳିବାର ରାସ୍ତା କେବଳ ମୃତ୍ୟୁ!

Advertisment

ଜେଲ ପ୍ରଶାସନ ପ୍ରୟାଗରାଜରୁ ମହାକୁମ୍ଭ ଜଳ ଆଣିବାର ବ୍ୟବସ୍ଥା କରିଥିଲେ। ଏହି ପାଣି ଜେଲ ଭିତରେ ଥିବା ୧୨ଟି ସ୍ନାନାଗାରକୁ ବଣ୍ଟନ କରାଯାଇଥିଲା। ଜେଲରେ ମୋଟ ୨୫୦୦ କଏଦୀ ରହିଛନ୍ତି। ଯେଉଁମାନେ ଖୁବ ଉତ୍ସାହର ସହ ଏକାଠି ସଙ୍ଗମ ଜଳରେ ସ୍ନାନ କରିଥିଲେ। ସ୍ନାନ କରିବାକୁ କଏଦୀଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏହାସହ ଜେଲ ଭିତରେ ଭଜନ, କୀର୍ତ୍ତନ ଏବଂ ପ୍ରାର୍ଥନା ମଧ୍ୟ ଆୟୋଜନ କରାଯାଇଥିଲା। ଆଉ ମହାସ୍ନାନ କରିବା ପରେ ସେମାନେ ଖୁସିରେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ଜଣେ କଏଦୀ କହିଥିଲେ, "ଆମେ କେବେ ଭାବି ନଥିଲୁ ଯେ ଜେଲରେ ଥାଇ ଆମେ ମହାକୁମ୍ଭରେ ବୁଡ଼ ପକାଇବାର ସୁଯୋଗ ପାଇବୁ। ଏହା ଆମ ପାଇଁ ଏକ ବଡ଼ ସୌଭାଗ୍ୟ। ଏହି କାର୍ଯ୍ୟକ୍ରମ ଦ୍ୱାରା କଏଦୀମାନଙ୍କ ଚରିତ୍ର ଏବଂ ମାନସିକତାରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ଜେଲ କର୍ତ୍ତୃପଖ୍ୟ । ଯାହାକୁ ଖୁବ ପ୍ରଶଂସା ମଧ୍ୟ କରାଯାଇଛି ।

ଅଧିକ ପଢନ୍ତୁ: କଳାପାଣି ସଜା...ଯେଉଁଠି କଏଦୀମାନେ ମାଗୁଥିଲେ ମୃତ୍ୟୁର ଭିକ

Mahakumbh 2025
Advertisment
Advertisment